ବଢୁଛି ପର୍ଯ୍ୟଟକଙ୍କ ଭିଡ଼, କମୁଛି ଅର୍ଥ ସଂଗ୍ରହ: ବାଟମାରଣା ସନ୍ଦେହ

ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ): ଶୀତ ଯେମିତି ବଢୁଛି ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ବୁଲିବା ସଂଖ୍ୟା ସେମିତି ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ ବୃଦ୍ଧିକୁ ନଜରରେ ରଖି ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ରୂପାନ୍ତର କରୁଛି। ଯେଉଁଭଳି ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପର୍ଯ୍ୟଟନ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ସେହିଭକି ରୋଜଗାର ମଧ୍ୟ ଆସୁଛି ହେଲେ ସରକାରଙ୍କ ଅର୍ଥ ସଠିକ ଭାବେ ତାଙ୍କ ଟ୍ରେଜେରିକୁ ଯିବା ବାଟରେ ତୋଷାରପାତ ହେଉଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଟିକେଟ ସଂଗ୍ରହ ଦାୟିତ୍ୱରେ ଥିବା କର୍ମଚାରୀ ହୁଅନ୍ତୁ କି ଅଧିକାରୀ କୋଉଠି ନା କୋଉଠି ବାଟମାରଣା ହେଉଥିବା ସ୍ଥାନୀୟ ପ୍ରଶାସନ ଚିନ୍ତା ପ୍ରକଟ କରିଛି।
ପ୍ରକାଶ ଯେ, ଚଳିତମାସର ଶେଷ ରବିବାର ଛୁଟି ଦିନ ରହିଥିବାରୁ ଦାରିଙ୍ଗବାଡିକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିବା ସହ ବଣ ଭୋଜି କରି ମଜା ନେଇଛନ୍ତି। ଡୁଲୁରୀ ପାଇନବଣ ସମେତ କଫିବଗିଚା, ହିଲଭିୟୁ ପାର୍କ, ପାଟାବାନ୍ଧା ଜଳପ୍ରପାତ, ମିଡିୟୁାନ୍ଦା ଓ ଲଭର୍ସ ପଏଣ୍ଟ ଆଦି ପର୍ଯ୍ୟଟକ ବୁଲିଛନ୍ତି। ସବୁଠି ପର୍ଯ୍ୟଟକଙ୍କୁ ଦେବାକୁ ପଡୁଛି ଅର୍ଥ, ଆଉ ଦିଆଯାଉଛି ଟିକେଟ ହେଲେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାକୁ ସର୍ବାଧିକ ଭିଡ଼ ଦେଖିବାକୁ ମିଳୁଛି। ଯିଏ ଦାରିଙ୍ଗବାଡି ଆସନ୍ତି ସିଏ କଫି ବଗିଚାକୁ ବୁଲିବାକୁ ଯିବା ନଜିର ରହିଥିବାବେଳେ ସେଠାରେ ରବିବାର ମାତ୍ର ୩ ହଜାର ପର୍ଯ୍ୟଟକ ବୁଲିବାକୁ ଯାଇଛନ୍ତି। ୩୦ ହଜାର ଟଙ୍କା ଟିକେଟ ଏ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବେଳେ ବ୍ଲକ ପ୍ରଶାସନ ହାତରେ ରହିଥିବା ହିଲଭିୟୁ ପାର୍କକୁ ୩ ହଜାର ୪ ଶହ ୩୦ ଜଣ ପର୍ଯ୍ୟଟକ ବୁଲିଛନ୍ତି ଓ ଟୟଟ୍ରେନରେ ୫ ଶହ ୨୫ ଜଣ ଚଢି ବୁଲିବା ଓ ପାର୍କିଂ ବାବଦକୁ ୫ ହଜାର ୬୭୦ ଟଙ୍କା ଆଦାୟ ହୋଇ ମୋଟ ୫୦ହଜାର ୨୭୦ ଟଙ୍କା ପର୍ଯ୍ୟଟକଙ୍କଠାରୁ ଆଦାୟ ହୋଇଛି।
ଅନ୍ୟ ପର୍ଯ୍ୟଟନକ୍ଷେତ୍ରର ହିସାବ ଏପର୍ଯ୍ୟନ୍ତ ହସ୍ତଗତ ହୋଇପାରି ନ ଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି । ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ କଫି ବଗିଚା ରହିଥିବା ବେଳେ ଏହାର ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟକଳାପ ଓ ଏହାର ଦାୟିତ୍ୱ ଜଣେ ରାତ୍ରୀ ଜଗୁଆଳି ହାତରେ ଅର୍ଥ କାରବାର ଦେଇ ଅଧିକାରୀମାନେ ନିଜ ଦୋଷ ଦୁର୍ବଳତାକୁ ଛଡେଇ ନେଉଛନ୍ତି । ଯାହାକି ହଜାର ହଜାର ଟଙ୍କା କାରବାରରେ ଚଞ୍ଚକତା ଦେଖାଯାଇଛି। ଏନେଇ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ସୁନୀଲ ଦେବ ମେହେନା କହିଛନ୍ତି, ଆମେ କେବଳ ଟଙ୍କା ଡିପୋଜିଟ କରିବାରେ କାର୍ଯ୍ୟ କରୁଛୁ। ଜଣେ ରାତ୍ରୀ ଜଗୁଆଳି ଓ ଟିକେଟ କାଟିବାକୁ କର୍ମଚାରୀମାନେ ଯାହା ଟିକେଟ ବିକ୍ରୀ କରନ୍ତି ତାହାର ଅର୍ଥ ଅଫିସରେ ଆଣି ଦିଅନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କଫି ବଗିଚାରେ ଭିଡ଼ ଅଧିକ ରହିଥିବାବେଳେ ଚଳିତ ୨୫ରେ ପର୍ଯ୍ୟଟକଙ୍କ ଠାରୁ ମାତ୍ର ୬ ହଜାର ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବାବେଳେ ସେହିଦିନ ବର୍ଷା ସତ୍ୱେ ହିଲଭି୍ୟୁପାର୍କ ରେ ୧୩ହଜାର୮୩୦ ଅର୍ଥ ସଂଗ୍ରହ ହୋଇଛି ସେହିପରି ୨୬ ରେ କଫି ବଗିଚା ରେ ୧୦ ହଜାର ଆଦାୟ ହୋଇଥିବା ବେଳେ ସେହିଦିନ ହିଲଭିୟୁ ପାର୍କରେ ୧୭ ହଜାର ୬୫୦ ଟଙ୍କା ଆଦାୟ ହୋଇଛି। ୨୭ରେ କଫି ବଗିଚାରୁ ୧୬ ହଜାର ଓ ହିଲଭିୟୁ ପାର୍କରୁ ୨୨ ହଜାର ୬୦୦ ଅର୍ଥ ସଂଗ୍ରହ ହୋଇଛି। ସେହିପରି ୨୮ରେ ୨୦ହଜାର ଓ ହିଲଭିୟୁ ପାର୍କରୁ ସେହିଦିନ ୩୦ ହଜାର ୬୪୦ ଆଦାୟ ହୋଇଛି। ସେହିପରି ୨୯ରେ କଫି ବଗିଚାରୁ ୩୦ ହଜାର ଟିକେଟ ବାବଦକୁ ସଂଗ୍ରହ ହୋଇଥିବାବେଳେ ହିଲଭିୟୁ ପାର୍କରୁ ୫୦ ହଜାର ୨୭୦ ଟଙ୍କା ଆଦାୟ ହୋଇଛି। ପ୍ରତିଦିନ କଫି ବଗିଚାରେ ସର୍ବାଧିଜ ଭିଡ଼ ଥାଇ ମଧ୍ୟ ହିଲଭିୟୁ ପାର୍କଠାରୁ ଯଥେଷ୍ଟ କମ ରୋଜଗାର ନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ ଚିନ୍ତା ପ୍ରକଟ କରିବା ସହ ସେ ଏହା ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଜଣାଇବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri