ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଟିଣ୍ଡିବାଲି ପାହାଡ଼: ପଥରକୁ ପିଟିଲେ ଶୁଭୁଛି ଘଣ୍ଟ ଶବ୍ଦ

ଦାରିଙ୍ଗବାଡି,୧୯।୧(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଅନେକ ପର୍ଯ୍ୟଟନସ୍ଥଳୀ ତଥା ମିଡିୟୁନ୍ଦା ଜଳ ପ୍ରପାତ ସମେତ ନେଚର ଲଭର୍ସ ପଏଣ୍ଟ, ପାଟାନ୍ଧା ଜଳପ୍ରପାତ, ଶାନ୍ତି ଉପତ୍ୟକା, କଫି ବଗିଚା ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ତେବେ ଏପରି କିଛି ସ୍ଥାନ ଏବେ ପର୍ଯ୍ୟଟକଙ୍କ ନଜରକୁ ଆସିଛି ଯାହା କେବଳ ଅନୁସୂଚିତ ଜନଜାତି ସାମ୍ପ୍ରଦାୟଙ୍କ ନିକଟରେ ଇତିହାସ ହୋଇରହିଛି। ଏଭଳି ଏକ ପାହାଡ଼ ରହିଛି, ଯାହା କିରିକୁଟି ପଞ୍ଚାୟତ ପାଟାଙ୍ଗି ଗ୍ରାମଠାରୁ ପ୍ରାୟ ୨ କି.ମି. ଜଙ୍ଗଲ ରାସ୍ତା ଦେଇ ଗଲେ ଟିଣ୍ଡିବାଲି ପାହାଡ଼ରେ ପହଞ୍ଚିବେ। ଟିଣ୍ଡିବାଲି ହେଉଛି ଜନଜାତିଙ୍କ କୁଇ ଭାଷା ଏହାର ଓଡ଼ିଆ ଅର୍ଥ ଘଣ୍ଟ ପାହାଡ଼ ବୋଲି କହନ୍ତି। ଉକ୍ତ ପାହାଡ଼ରେ ଥିବା ଏକ ପଥର ଉପରେ ଅନ୍ୟ ଏକ ପଥର ରହିଛି ଯାହା ପ୍ରାୟ ୫ ରୁ ୭ ଫୁଟ୍‌ ଲମ୍ବ ହେବ ତାହା ଅନ୍ୟ ପଥରଠାରୁ ଭିନ୍ନ ଶବ୍ଦ ବାହାରୁଛି ଯାହାକି ଏକ ଘଣ୍ଟ ବାଡେଇବା ଭଳି ଶବ୍ଦ ହେଉଛି। ଏବେ ସେହି ପଥରକୁ ଦେଖିବାକୁ ଏବଂ ଶବ୍ଦ ଶୁଣିବାକୁ ପର୍ଯ୍ୟଟକଙ୍କ ଯାତାୟତ ହେଉଥିବା ଗ୍ରାମବାସୀ କହିଛନ୍ତି। ଉକ୍ତ ପଥରର ସୁରକ୍ଷା ସମେତ ପାହାଡ଼ରେ ପାଦଚଲା ରାସ୍ତାଟିଏ କରିବାକୁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri