ଶିମିଳିପାଳ ବୁଲି ଯାଇଥିବା ପର୍ଯ୍ୟଟକଙ୍କୁ ରାସ୍ତାରେ ଅଟକାଇଲା ବାଘ

ଭୁବନେଶ୍ୱର,୧୨।୨: ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଅଟକାଇଦେଲା କଳାବାଘ। ଯାହା ଫଳରେ ପର୍ଯ୍ୟଟକମାନେ ଘଞ୍ଚ ଜଙ୍ଗଲ ଭିତରେ ଫସି ରହିଥିଲେ। ସୂଚନାଯୋଗ୍ୟ, ରବିବାର ମଧୁବନ ବାସିନ୍ଦା ଜୟନ୍ତ ଦାସଙ୍କ ପରିବାର ଶିମିଳିପାଳ ପରିଭ୍ରମଣରେ ଯାଇଥିଲେ। ଜୟନ୍ତଙ୍କ ପୂରା ପରିବାର ଏକ ଗାଡିରେ ପିଠାକଟା ଗେଟ୍‌ ଦେଇ ଚହଲାରେ ଥିବା ହରିଣ ଦେଖିବାକୁ ଯାଇଥିଲେ। ଫେରୁଥିବା ବେଳେ ଗାଡି ଆଗକୁ ବାଘଟି ଚାଲିଆସିଥିଲା। ଆଖି ଆଗରେ ବାଘକୁ ଦେଖି ଜୟନ୍ତଙ୍କ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। କିଛି ସମୟ ପରେ ଗୋଟିଏ ବାର୍‌ହା ଦ୍ରୁତ ଗତିରେ ରାସ୍ତା ପାର୍‌ ହୋଉଥିବା ବେଳେ ତାହାକୁ ଦେଖି ବାଘଟି ତାକୁ ଗୋଡାଇ ଥିଲା।