ପର୍ଯ୍ୟଟନସ୍ଥଳୀର ପୂର୍ବସ୍ଥିତି ଫେରୁଛିି

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଦୀର୍ଘ ୮ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣାରେ ରହିଥିବା ଲୋକେ ଏବେ ଶୀତର ମଜା ନେବାକୁ ବାହାରକୁ ବାହାରୁଛନ୍ତି। ଶୀତୁଆ ସକାଳ ହେଉ କି ସନ୍ଧ୍ୟାରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଲାଣି ଗହଳି ଚହଳି। ଖଣ୍ଡଗିରି, ଉଦୟଗିରି ସହ ଧଉଳି ଶାନ୍ତିସ୍ତୂପ, ବିଭିନ୍ନ ପାର୍କ ଓ ଐତିହାସିକ କୀର୍ତ୍ତିରାଜି ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ଖଣ୍ଡଗିରି ଓ ଉଦୟଗିରିକୁ ଅଗଷ୍ଟରୁ ଖୋଲାଯାଇଥିଲେ ମଧ୍ୟ ଆରମ୍ଭରୁ କରୋନା ଭୟରେ ପର୍ଯ୍ୟଟକମାନେ ଆସୁ ନ ଥିଲେ। ହେଲେ ଏବେ କିନ୍ତୁ କେବଳ ଉଦୟଗିରିକୁ ଦୈନିକ ୨୦୦ରୁ ୨୫୦ ପର୍ଯ୍ୟଟକ ଆସୁଥିବାବେଳେ ଛୁଟିଦିନରେ ୪୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ସମାଗମ ହେଉଛି। ରବିବାର ଏଠାରେ ପର୍ଯ୍ୟଯକଙ୍କ ସଂଖ୍ୟା ୫ଶହ ଟପିଥିବା ଜଣାପଡିଛି। ସେହିଭଳି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନ ଅନ୍ୟାନ୍ୟ ପ୍ରମୁଖ କୀର୍ତ୍ତିରାଜିଗୁଡ଼ିକରେ ମଧ୍ୟ ପୂର୍ବସ୍ଥିତି ଫେରୁଥିବା ଦେଖିବାକୁ ମିଳୁଛି।
ଗତ ସାଢେ ୪ମାସ ମଧ୍ୟରେ ପ୍ରଥମଥର ପାଇଁ ଖଣ୍ଡଗିରି ଓ ଉଦୟଗିରିରେ ଶତାଧିକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଛି। ଖଣ୍ଡଗିର ପାଇଁ କୌଣସି ଏଣ୍ଟ୍ରି ଫି’ ନ ଥିବାବେଳେ ଉଦୟଗିରି ପାଇଁ ଏଏସ୍‌ଆଇର ଟିକେଟ ବ୍ୟବସ୍ଥା ରହିଛି। କରୋନା ପାଇଁ କାଉଣ୍ଟର ବନ୍ଦ ରହିଥିବାରୁ ପର୍ଯ୍ୟଟକମାନେ ଅନଲାଇନ୍‌ରେ ଟିକେଟ କାଟି ଉଦୟଗିରି ଯାଉଛନ୍ତି। କିଏ ପରିବାର ସହ କିଛି ମୁହୂର୍ତ୍ତ କଟାଇ ମନକୁ ହାଲୁକା କରିବାକୁ ଏଠାକୁ ଆସୁଛନ୍ତି ତ ଆଉକିଏ ବନ୍ଧୁମାନଙ୍କ ସହ ସମୟ ବିତାଇବା ଓ ଫଟୋ ଉଠାଇ ମଜା ନେଉଛନ୍ତି। ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବାରୁ ଦୀର୍ଘମାସ ଧରି ରୋଜଗାର ହରାଇଥିବା ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଆଶା ଓ ଉତ୍ସାହ ଦେଖିବାକୁ ମିଳୁଛି।
ପୂର୍ବରୁ ପ୍ରତିଦିନ ଖଣ୍ଡଗିରି ଓ ଉଦୟଗିରିକୁ ୨ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଥିଲେ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ପୀଠକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଥିଲା। ଅଗଷ୍ଟ ୬ରୁ ସମସ୍ତ ଐତିହାସିକସ୍ଥଳୀ ଖୋଲିବାକୁ ଏଏସ୍‌ଆଇ ଅନୁମତି ଦେଇଥିଲା। ପ୍ରାରମ୍ଭରୁ ମାତ୍ର ୧୦ରୁ ୨୦ ପର୍ଯ୍ୟଟକ ଆସୁଥିଲେ। ରାଜ୍ୟ ବାହାରୁ କୌଣସି ପର୍ଯ୍ୟଟକ ଆସୁ ନ ଥିଲେ। ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ବାହାର ରାଜ୍ୟରୁ ଅଣଓଡ଼ିଆ ପର୍ଯ୍ୟଟକମାନେ ମଧ୍ୟ ଆସିଲେଣି ବୋଲି ଏଏସ୍‌ଆଇ କର୍ମଚାରୀ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଉଥିବାରୁ ଟୁର୍‌ ଅପରେଟର ଏବଂ ଟୁର୍‌ ଗାଇଡଙ୍କ ମନରେ ମଧ୍ୟ ନୂଆ ଆଶା ସୃଷ୍ଟି ହୋଇଛି। ଏପଟେ ପର୍ଯ୍ୟଟନସ୍ଥଳୀରେ ଗହଳି ବଢୁଥିବାରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନକୁ କଡ଼ାକଡ଼ି କରାଯାଇଛି। ଗେଟ୍‌ ନିକଟରେ ହାତ ସାନିଟାଇଜ୍‌ କରାଯିବା ସହ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ଉପସ୍ଥିତ ସୁରକ୍ଷାକର୍ମୀମାନେ ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟଟନ ଋତୁ ଚାଲିଥିବାରୁ ଆଗକୁ ପର୍ଯ୍ୟଟକଙ୍କ ଆଗମନ ଆହୁରି ବୃଦ୍ଧିପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri