ପର୍ଯ୍ୟଟନସ୍ଥଳୀର ପୂର୍ବସ୍ଥିତି ଫେରୁଛିି

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଦୀର୍ଘ ୮ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣାରେ ରହିଥିବା ଲୋକେ ଏବେ ଶୀତର ମଜା ନେବାକୁ ବାହାରକୁ ବାହାରୁଛନ୍ତି। ଶୀତୁଆ ସକାଳ ହେଉ କି ସନ୍ଧ୍ୟାରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଲାଣି ଗହଳି ଚହଳି। ଖଣ୍ଡଗିରି, ଉଦୟଗିରି ସହ ଧଉଳି ଶାନ୍ତିସ୍ତୂପ, ବିଭିନ୍ନ ପାର୍କ ଓ ଐତିହାସିକ କୀର୍ତ୍ତିରାଜି ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ଖଣ୍ଡଗିରି ଓ ଉଦୟଗିରିକୁ ଅଗଷ୍ଟରୁ ଖୋଲାଯାଇଥିଲେ ମଧ୍ୟ ଆରମ୍ଭରୁ କରୋନା ଭୟରେ ପର୍ଯ୍ୟଟକମାନେ ଆସୁ ନ ଥିଲେ। ହେଲେ ଏବେ କିନ୍ତୁ କେବଳ ଉଦୟଗିରିକୁ ଦୈନିକ ୨୦୦ରୁ ୨୫୦ ପର୍ଯ୍ୟଟକ ଆସୁଥିବାବେଳେ ଛୁଟିଦିନରେ ୪୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ସମାଗମ ହେଉଛି। ରବିବାର ଏଠାରେ ପର୍ଯ୍ୟଯକଙ୍କ ସଂଖ୍ୟା ୫ଶହ ଟପିଥିବା ଜଣାପଡିଛି। ସେହିଭଳି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନ ଅନ୍ୟାନ୍ୟ ପ୍ରମୁଖ କୀର୍ତ୍ତିରାଜିଗୁଡ଼ିକରେ ମଧ୍ୟ ପୂର୍ବସ୍ଥିତି ଫେରୁଥିବା ଦେଖିବାକୁ ମିଳୁଛି।
ଗତ ସାଢେ ୪ମାସ ମଧ୍ୟରେ ପ୍ରଥମଥର ପାଇଁ ଖଣ୍ଡଗିରି ଓ ଉଦୟଗିରିରେ ଶତାଧିକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଛି। ଖଣ୍ଡଗିର ପାଇଁ କୌଣସି ଏଣ୍ଟ୍ରି ଫି’ ନ ଥିବାବେଳେ ଉଦୟଗିରି ପାଇଁ ଏଏସ୍‌ଆଇର ଟିକେଟ ବ୍ୟବସ୍ଥା ରହିଛି। କରୋନା ପାଇଁ କାଉଣ୍ଟର ବନ୍ଦ ରହିଥିବାରୁ ପର୍ଯ୍ୟଟକମାନେ ଅନଲାଇନ୍‌ରେ ଟିକେଟ କାଟି ଉଦୟଗିରି ଯାଉଛନ୍ତି। କିଏ ପରିବାର ସହ କିଛି ମୁହୂର୍ତ୍ତ କଟାଇ ମନକୁ ହାଲୁକା କରିବାକୁ ଏଠାକୁ ଆସୁଛନ୍ତି ତ ଆଉକିଏ ବନ୍ଧୁମାନଙ୍କ ସହ ସମୟ ବିତାଇବା ଓ ଫଟୋ ଉଠାଇ ମଜା ନେଉଛନ୍ତି। ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବାରୁ ଦୀର୍ଘମାସ ଧରି ରୋଜଗାର ହରାଇଥିବା ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଆଶା ଓ ଉତ୍ସାହ ଦେଖିବାକୁ ମିଳୁଛି।
ପୂର୍ବରୁ ପ୍ରତିଦିନ ଖଣ୍ଡଗିରି ଓ ଉଦୟଗିରିକୁ ୨ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଥିଲେ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ପୀଠକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଥିଲା। ଅଗଷ୍ଟ ୬ରୁ ସମସ୍ତ ଐତିହାସିକସ୍ଥଳୀ ଖୋଲିବାକୁ ଏଏସ୍‌ଆଇ ଅନୁମତି ଦେଇଥିଲା। ପ୍ରାରମ୍ଭରୁ ମାତ୍ର ୧୦ରୁ ୨୦ ପର୍ଯ୍ୟଟକ ଆସୁଥିଲେ। ରାଜ୍ୟ ବାହାରୁ କୌଣସି ପର୍ଯ୍ୟଟକ ଆସୁ ନ ଥିଲେ। ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ବାହାର ରାଜ୍ୟରୁ ଅଣଓଡ଼ିଆ ପର୍ଯ୍ୟଟକମାନେ ମଧ୍ୟ ଆସିଲେଣି ବୋଲି ଏଏସ୍‌ଆଇ କର୍ମଚାରୀ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଉଥିବାରୁ ଟୁର୍‌ ଅପରେଟର ଏବଂ ଟୁର୍‌ ଗାଇଡଙ୍କ ମନରେ ମଧ୍ୟ ନୂଆ ଆଶା ସୃଷ୍ଟି ହୋଇଛି। ଏପଟେ ପର୍ଯ୍ୟଟନସ୍ଥଳୀରେ ଗହଳି ବଢୁଥିବାରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନକୁ କଡ଼ାକଡ଼ି କରାଯାଇଛି। ଗେଟ୍‌ ନିକଟରେ ହାତ ସାନିଟାଇଜ୍‌ କରାଯିବା ସହ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ଉପସ୍ଥିତ ସୁରକ୍ଷାକର୍ମୀମାନେ ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟଟନ ଋତୁ ଚାଲିଥିବାରୁ ଆଗକୁ ପର୍ଯ୍ୟଟକଙ୍କ ଆଗମନ ଆହୁରି ବୃଦ୍ଧିପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?