ପୁରୀରୁ ଦର୍ଶନ ସାରି ଫେରୁଥିଲେ; ଓଲଟିଲା ବସ୍‌

ଗଞ୍ଜାମ,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଜାତୀୟ ରାଜପଥ ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିବାରୁ ୨୫ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବସଟି ପୁରୀରୁ ଦର୍ଶନ ସାରି ତାମିଲନାଡ଼ୁ ଫେରୁଥିଲା। ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ବସ୍‌ରେ ୫୦ରୁ ଊଦ୍ଦର୍‌ବ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ।