ପର୍ଯ୍ୟଟନସ୍ଥଳୀ: ‘ଟୁଙ୍କି’ ଜଳପ୍ରପାତ

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନର ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସୁଉଚ୍ଚ ପାହାଡ଼ରୁ ଝରୁଥିବା ଜଳ ସାଙ୍ଗକୁ ପଶୁପକ୍ଷୀଙ୍କ କଳରବ ପରିବେଶକୁ କରେ ଆନନ୍ଦମୁଖର। ଏଇଥି ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମେ ଶିମିଳିପାଳ ସଂଲଗ୍ନ ବିଭିନ୍ନ ପିକିନିକ୍‌ ସ୍ପଟ୍‌ରେ। ଖୁଣ୍ଟା ବ୍ଲକ ଭୋଳାଗଡ଼ିଆ ପଞ୍ଚାୟତର ଡବକ ନୂଆଗାଁ ନିକଟସ୍ଥ ଶିମିଳିପାଳ କୋର୍‌ ଅଞ୍ଚଳରେ ରହିଛି ‘ଟୁଙ୍କି ଜଳପ୍ରପାତ’। ଏହାକୁ ବନବାସୀମାନେ ‘ଟୁଙ୍କି ବୁରୁ’ ବୋଲି ନାମକରଣ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକେ ବଣ, ପାହାଡ଼, ଗଛଲତାକୁ ଭଗବାନ ସଦୃଶ ପୂଜା କରିଥାନ୍ତି। ପାହାଡ଼ର ଶୀର୍ଷଟି ପ୍ରଭୁ ମହାଦେବଙ୍କ ପ୍ରତିକୃତି ସଦୃଶ ହୋଇଥିବାରୁ ଅଞ୍ଚଳବାସୀ ଏଭଳି ନାମକରଣ କରିଛନ୍ତି। ଏଠାରେ ବର୍ଷସାରା ପାଣି ଝରୁଥିବା ବେଳେ ପାହାଡ଼ ଚଢ଼ିବାର ମଜା ନିଆରା। ଲୁକ୍କାୟିତ ହୋଇ ରହିଥିବା ଏହି ମନୋରମ ଜଳପ୍ରପାତ ପାଖକୁ ଯିବାକୁ ରହିଛି ଚଲାପଥ। ପାହାଡ଼ ଚଢ଼ିଲେ ଗୋଟିଏ ସ୍ଥାନରେ ଥିବା ଦୁଇଟି ଜଳପ୍ରପାତ ଦେଖିବାକୁ ମିଳିବ। ଏହି ସ୍ଥାନଟି ପରିଷ୍କାର ପରିଚ୍ଛନ ରହିବା ସହିତ ପର୍ଯ୍ୟଟକଙ୍କୁ ସହଯୋଗ କରିବା ପାଇଁ ଟୁଙ୍କି କମିଟି ନାମକ ଯୁବକ ସଂଘ କାର୍ଯ୍ୟ କରୁଛି। କୌଣସି ପର୍ଯ୍ୟଟକ ଅସୁବିଧାରେ ପଡ଼ିଲେ କମିଟି ପକ୍ଷରୁ ତୁରନ୍ତ ସେବା ଯୋଗାଇ ଦିଆଯାଉଛି।

 

କେମିତି ଯିବେ
ଉଦଳା-ବାରିପଦା ରାସ୍ତାର ଖୁଣ୍ଟା କଲେଜ ଛକରୁ ୧୩ କି.ମି. ଦୂରରେ ଏହା ଅବସ୍ଥିତ। ପ୍ରଧାନମନ୍ତ୍ରୀ ସଡ଼କ ଦେଇ ୧୦ କି.ମି. ଯିବା ପରେ ଅବଶିଷ୍ଟ ମାଟି ମୋରମ ରାସ୍ତାରେ ଯିବାକୁ ପଡ଼ିବ। ଚାରିଚକିଆ ଯାନ, ମୋଟରସାଇକେଲ ଓ ବସ୍‌ଗୁଡ଼ିକ ରଖିବା ପାଇଁ ବିସ୍ତୀର୍ଣ୍ଣ ପଡ଼ିଆ ରହିଛି।

– ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି...

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri