ପର୍ଯ୍ୟଟନସ୍ଥଳୀ: ‘ଟୁଙ୍କି’ ଜଳପ୍ରପାତ

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନର ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସୁଉଚ୍ଚ ପାହାଡ଼ରୁ ଝରୁଥିବା ଜଳ ସାଙ୍ଗକୁ ପଶୁପକ୍ଷୀଙ୍କ କଳରବ ପରିବେଶକୁ କରେ ଆନନ୍ଦମୁଖର। ଏଇଥି ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମେ ଶିମିଳିପାଳ ସଂଲଗ୍ନ ବିଭିନ୍ନ ପିକିନିକ୍‌ ସ୍ପଟ୍‌ରେ। ଖୁଣ୍ଟା ବ୍ଲକ ଭୋଳାଗଡ଼ିଆ ପଞ୍ଚାୟତର ଡବକ ନୂଆଗାଁ ନିକଟସ୍ଥ ଶିମିଳିପାଳ କୋର୍‌ ଅଞ୍ଚଳରେ ରହିଛି ‘ଟୁଙ୍କି ଜଳପ୍ରପାତ’। ଏହାକୁ ବନବାସୀମାନେ ‘ଟୁଙ୍କି ବୁରୁ’ ବୋଲି ନାମକରଣ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକେ ବଣ, ପାହାଡ଼, ଗଛଲତାକୁ ଭଗବାନ ସଦୃଶ ପୂଜା କରିଥାନ୍ତି। ପାହାଡ଼ର ଶୀର୍ଷଟି ପ୍ରଭୁ ମହାଦେବଙ୍କ ପ୍ରତିକୃତି ସଦୃଶ ହୋଇଥିବାରୁ ଅଞ୍ଚଳବାସୀ ଏଭଳି ନାମକରଣ କରିଛନ୍ତି। ଏଠାରେ ବର୍ଷସାରା ପାଣି ଝରୁଥିବା ବେଳେ ପାହାଡ଼ ଚଢ଼ିବାର ମଜା ନିଆରା। ଲୁକ୍କାୟିତ ହୋଇ ରହିଥିବା ଏହି ମନୋରମ ଜଳପ୍ରପାତ ପାଖକୁ ଯିବାକୁ ରହିଛି ଚଲାପଥ। ପାହାଡ଼ ଚଢ଼ିଲେ ଗୋଟିଏ ସ୍ଥାନରେ ଥିବା ଦୁଇଟି ଜଳପ୍ରପାତ ଦେଖିବାକୁ ମିଳିବ। ଏହି ସ୍ଥାନଟି ପରିଷ୍କାର ପରିଚ୍ଛନ ରହିବା ସହିତ ପର୍ଯ୍ୟଟକଙ୍କୁ ସହଯୋଗ କରିବା ପାଇଁ ଟୁଙ୍କି କମିଟି ନାମକ ଯୁବକ ସଂଘ କାର୍ଯ୍ୟ କରୁଛି। କୌଣସି ପର୍ଯ୍ୟଟକ ଅସୁବିଧାରେ ପଡ଼ିଲେ କମିଟି ପକ୍ଷରୁ ତୁରନ୍ତ ସେବା ଯୋଗାଇ ଦିଆଯାଉଛି।

 

କେମିତି ଯିବେ
ଉଦଳା-ବାରିପଦା ରାସ୍ତାର ଖୁଣ୍ଟା କଲେଜ ଛକରୁ ୧୩ କି.ମି. ଦୂରରେ ଏହା ଅବସ୍ଥିତ। ପ୍ରଧାନମନ୍ତ୍ରୀ ସଡ଼କ ଦେଇ ୧୦ କି.ମି. ଯିବା ପରେ ଅବଶିଷ୍ଟ ମାଟି ମୋରମ ରାସ୍ତାରେ ଯିବାକୁ ପଡ଼ିବ। ଚାରିଚକିଆ ଯାନ, ମୋଟରସାଇକେଲ ଓ ବସ୍‌ଗୁଡ଼ିକ ରଖିବା ପାଇଁ ବିସ୍ତୀର୍ଣ୍ଣ ପଡ଼ିଆ ରହିଛି।

– ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri