ଇନ୍ଦ୍ରାବତୀ ଉତ୍ପତ୍ତିସ୍ଥଳ ମର୍ଦ୍ଦିଗୁଡାରେ ପ୍ରଥମ ଥର ଆରମ୍ଭ ହେଲା ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’

ଥୁଆମୂଳ ରାମପୁର,୫।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ମର୍ଦ୍ଦିଗୁଡା ଗ୍ରାମରେ ମଙ୍ଗଳବାର ଐତିହ୍ୟବାହୀ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତିସ୍ଥଳକୁ କେନ୍ଦ୍ର କରି ପ୍ରଥମ ଥର ଅନୁଷ୍ଠିତ ହୋଇଛି ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’। ମା’ ଇନ୍ଦ୍ରାବତୀ ଯୁବକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟଟନ ସଚେତନତା ଦେବା ସହ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ମାର୍ଗ ଖୋଲିଛି।

ଇନ୍ଦ୍ରାବତୀ ନଦୀ ଗଙ୍ଗା, ଯମୁନା ଓ ସରସ୍ୱତୀର ତିନି ଅମୃତଧାରାରୁ ଉତ୍ପନ୍ନ ହୋଇ ନାଗାବଳୀ ଆଦି ଉପନଦୀକୁ ସଂଯୋଗ କରି ମୁଖିଗୁଡା ଜଳବିଦ୍ୟୁତ ପ୍ରକଳ୍ପରେ ପରିଣତ ହୋଇଛି। ଏହି ଜଳ କଳାହାଣ୍ଡିର ଲକ୍ଷ୍ମୀ ଭଣ୍ଡାର ଭାବେ ଖ୍ୟାତ ଧାନଚାଷକୁ ସମୃଦ୍ଧ କରିଥାଏ। ହେଲେ ଉତ୍ପତ୍ତିସ୍ଥଳର ପର୍ଯ୍ୟଟନ ସମ୍ଭାବନା ଏଯାବତ୍ ଅବ୍ୟବହୃତ ରହିଥିବାରୁ ଯୁବକମାନେ ଏହି ମହୋତ୍ସବ ଆୟୋଜନ କରି ସ୍ଥାନୀୟ ଲୋକଲୋଚନ ଆକର୍ଷଣ କରିଛନ୍ତି।

ଉତ୍ସବର ଶୁଭାରମ୍ଭ ଗ୍ରାମ୍ୟ ଦେବତା ବାବା ଖଣ୍ଡୁଆଳଙ୍କ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା। ମା’ ଇନ୍ଦ୍ରାବତୀଙ୍କ ଜଳ ସଂଗ୍ରହ କରି କଳସ ପଦଯାତ୍ରା ମା’ ଠାକୁରାଣୀ ମନ୍ଦିର ହୋଇ ବାବା ନୀଳକଣ୍ଠେଶ୍ୱରଙ୍କ ପାଖରେ ଜଳାର୍ପଣ କରାଯାଇଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ ହୋଇ ଉତ୍ସବକୁ ରଙ୍ଗିନ କରିଥିଲା।

ସମ୍ମାନିତ ଅତିଥି ଭାବେ ବିଜେଡି କାର୍ଯ୍ୟକାରୀ ସଭାପତି ଫଟୁସିଂ ଭୋଇ, ଯୁବ ସଭାପତି ପ୍ରଦୀପ କୁମାର ନାଏକ, କଳାକାର-ଶିକ୍ଷକ ଯଦୁମଣି ସୁନାନୀ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ ସଭାପତିତ୍ୱ କରିଥିବା ବେଳେ ସମିତି ସଭ୍ୟା ରାଣୀ ନାଏକ, କମିଟି ସଭାପତି ମହୋନ ମାଝୀ ଓ ସଚିବ ତରୁଣ ନାୟକ ଆୟୋଜନରେ ସହଯୋଗ କରିଥିଲେ।

ବେଶ୍ ଧୂମ୍‌ଧାମ୍‌ରେ ପାଳିତ ଏହି ମହୋତ୍ସବ କଳାହାଣ୍ଡିର ପର୍ଯ୍ୟଟନ ମାନଚିତ୍ରରେ ମର୍ଦ୍ଦିଗୁଡାକୁ ନୂଆ ପରିଚୟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri