Posted inଖେଳ

ତୁର୍‌ ଟାଇଟଲ ବଜାୟ ରଖିଲେ, ପାରୁଲଙ୍କୁ ସ୍ବର୍ଣ୍ଣ

ବ୍ୟାଙ୍କକ୍‌, ୧୫।୭ (ପି.ଟି.): ଏଠାରେ ଚାଲିଥିବା ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ତାଜିନ୍ଦରପାଲ ସିଂ ତୁର୍‌ ନିଜ ଶଟ୍‌ପୁଟ୍‌ ଟାଇଟଲ ବଜାୟ ରଖିଛନ୍ତି। ସେହିପରି ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ପାରୁଲ ଚୌଧାରୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶୁକ୍ରବାର ଦ୍ୱିତୀୟ ରାଉଣ୍ଡରେ ତୁର୍‌ ସ୍ବର୍ଣ୍ଣ ବିଜୟୀ ପ୍ରଦର୍ଶନ ଦେବା ପରେ ସେ ଆହତ ସମସ୍ୟା ଯୋଗୁ ଓହରି ଯାଇଥିଲେ। ଏହି ଏସିଆନ ରେକର୍ଡଧାରୀ ନିଜ ଦ୍ୱିତୀୟ ଉଦ୍ୟମରେ ଲୌହ ବଲ୍‌କୁ ୨୦.୨୩ ମିଟର ଥ୍ରୋ କରିଥିଲେ, ଯାହାକି ସ୍ବର୍ଣ୍ଣ ପଦକ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ମାତ୍ର ଏହି ଥ୍ରୋ ପରେ ସେ ଛୋଟେଇ ଛୋଟେଇ ପଡ଼ିଆରୁ ଚାଲି ଯାଇଥିଲେ ଏବଂ ଆଉ ଥ୍ରୋ କରି ନ ଥିଲେ। ଇରାନର ସବେରି ମେହଦି ୧୯.୯୮ ମିଟର ଓ କାଜାଖସ୍ତାନର ଇଭାନ ଉଭାନୋଭ ୧୯.୮୭ ମିଟର ଥ୍ରୋ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ଏସିଆନ ଚାମ୍ପିୟନଶିପ୍‌ ଇତିହାସରେ ୨୮ ବର୍ଷୀୟ ତୁର୍‌ ତୃତୀୟ ଆଥ୍‌ଲେଟଭାବେ ଶଟ୍‌ପୁଟ୍‌ ଟାଇଟଲ ବଜାୟ ରଖିଥିଲେ। ପ୍ରଥମ ଉଦ୍ୟମରେ ସେ ୧୯.୮୦ ମିଟର ଦୂରକୁ ଥ୍ରୋ କରିଥିଲେ। ପୂର୍ବରୁ କେବଳ କାତାରର ବିଲାଲ ସାଦ୍‌ ମୁବାରକ କ୍ରମାଗତ ୨ ଥର ୧୯୯୫, ୧୯୯୮ ଏବଂ ପୁଣି ୨୦୦୨, ୨୦୦୩ରେ ଟାଇଟଲ ଜିତିଥିଲେ। କୁଏଟର ମହମ୍ମଦ ଘରିବ ଅଲ୍‌ ଜିଙ୍କାଓ୍ବି ୧୯୭୯, ୧୯୮୧ ଓ ୧୯୮୩ରେ ଟାଇଟଲ ଜିତି ହ୍ୟାଟ୍ରିକ କରିଥିଲେ। ତୁର୍‌ଙ୍କ ପୂର୍ବରୁ ୭ ଜଣ ଭାରତୀୟ ଏସିଆନ ଚାମ୍ପିୟନଶିପ୍‌ର ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରକାଶଯୋଗ୍ୟ ଯେ, ତୁର୍‌ ଗତ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ଆନ୍ତଃ-ରାଜ୍ୟ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ୨୧.୭୭ ମିଟର ଥ୍ରୋ କରି ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ତେବେ ଆଗାମୀ ବିଶ୍ୱ ଚାମ୍ପିୟନଶିପ୍‌ ଆୟୋଜନକୁ ମାତ୍ର ଏକମାସ ଥିବାରୁ ତାଙ୍କ ଅଂଶଗ୍ରହଣକୁ ନେଇ ଚିନ୍ତା ବଢ଼ିଛି। ଗ୍ରୋଇନ୍‌ ଷ୍ଟ୍ରେନ୍‌ ପାଇଁ ସେ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିପାରି ନ ଥିଲେ।
ପାରୁଲଙ୍କୁ ପ୍ରଥମ
ପାରୁଲ ଏସିଆନ ଚାମ୍ପିୟନଶିପ୍‌ରେ ପ୍ରଥମଥର ପାଇଁ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ ଟାଇଟଲ ଜିତିଛନ୍ତି। ସେ ୯:୩୮.୭୬ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଚାଇନାର ଶୁଆଙ୍ଗଶୁଆଙ୍ଗ ଜୁ ୯:୪୪.୫୪ ଓ ଜାପାନର ୟୋଶିମୁରା ରେଇମି ୯: ୪୮.୪୮ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପାରୁଲଙ୍କର ଏହାଥିଲା ପ୍ରଥମ ସ୍ବର୍ଣ୍ଣିମ ସଫଳତା। ତାଙ୍କର ଏହି ପ୍ରଦର୍ଶନ ବଳରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୫ରେ ପହଞ୍ଚତ୍ୟାଇଛି। ଯୁବ ଲଙ୍ଗଜମ୍ପର ଶାଇଲି ସିଂ ମଧ୍ୟ ନିଜ କ୍ୟାରିୟରରେ ଏକ ବଡ଼ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ପଦକ ହାସଲ କରିଛନ୍ତି। ସେ ଏଠାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୯ରେ ପହଞ୍ଚତ୍ଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ସାମିଲ। ବୁଧବାର ଗୋଟିଏ ବ୍ରୋଞ୍ଜ ପଦକ ପାଇଥିବା ଭାରତ ଗୁରୁବାର ୩ ସ୍ବର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା। ଭାରତର ସମସ୍ତ ସ୍ବର୍ଣ୍ଣ ପଦକ ବିଜେତା ଆସନ୍ତା ଅଗଷ୍ଟ ୧୯ରୁ ୨୭ ପର୍ଯ୍ୟନ୍ତ ହଙ୍ଗେରିର ବୁଦାପେଷ୍ଟରେ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ସମ୍ଭାବନା ରହିଛି। ପାରୁଲ ପୂର୍ବରୁ ୨୦୧୭ ଓ ୨୦୧୯ ପ୍ରତିଯୋଗିତାରେ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri