Posted inଖେଳ

ପାକିସ୍ତାନ ପାଇଁ କଡ଼ା ପରୀକ୍ଷା

ଟୁର୍ନାମେଣ୍ଟରୁ ଏଲିମିନେଟ୍‌ ହେବାର ଦ୍ୱାରଦେଶରୁ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା ପାକିସ୍ତାନ। ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକା ପରାଜିତ ହୋଇ ନ ଥିଲେ ଏବେ ସେମିଫାଇନାଲ ଲାଇନ୍‌ଅପ୍‌ ଭିନ୍ନ ଧରଣର ହୋଇଥାନ୍ତା। ଦକ୍ଷିଣ ଆଫ୍ରିକା ଏହାର କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନେଦରଲାଣ୍ଡ୍ସଠାରୁ ମାତ୍ର ୧୩ ରନ୍‌ରେ ହାରିଯିବା ଦ୍ୱାରା ବିଦାୟ ପଥରେ ଥିବା ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଦଳକୁ ଭାଗ୍ୟ ମଧ୍ୟ ସାଥ୍‌ ଦେଇଥିଲା। ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ଦକ୍ଷତାଠାରୁ ନିମ୍ନଧରଣର ପ୍ରଦର୍ଶନ କରିଥିଲା। ସେମିଫାଇନାଲରେ ପହଞ୍ଚତ୍ ଯାଇଥିବାରୁ ପାକିସ୍ତାନ ପାଇଁ ଏବେ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ସମୟ ଆସିଛି। ଭାରତଠାରୁ ୪ ଉଇକେଟରେ ଏବଂ ଜିମ୍ବାଓ୍ବେ ନିକଟରୁ ୧ ରନ୍‌ରେ ହାରିଯିବା ପରେ ପାକିସ୍ତାନର ଆଶା ମଉଳିଥିଲା। ମାତ୍ର ପରବର୍ତ୍ତୀ ୩ ମ୍ୟାଚ୍‌ରେ ଯଥାକ୍ରମେ ନେଦରଲାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇ ଦଳ ବଡ଼ ମୁକାବିଲାରେ ପହଞ୍ଚତ୍ୟାଇଛି। ଟୁର୍ନାମେଣ୍ଟର ଅନ୍ୟତମ ସଫଳ ଦଳ ହେଉଛି ପାକିସ୍ତାନ। ଏହି ଦଳ ୨୦୦୭ ପ୍ରଥମ ସଂସ୍କରଣରେ ଭାରତଠାରୁ ହାରି ରନରଅପ୍‌ ହୋଇଥିଲେ ହେଁ ପରବର୍ତ୍ତୀ ୨୦୦୯ ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଥିଲା। କେବଳ ସେତିକି ନୁହେଁ ଏହି ଦଳ ୨୦୧୦, ୨୦୧୨ ଓ ୨୦୨୧ରେ ସେମିଫାଇନାଲ ମଧ୍ୟ ଖେଳିଥିଲା।
ଅଧିନାୟକ ବାବର ଆଜମଙ୍କ ବିଫଳତା ଦଳକୁ ଚିନ୍ତାରେ ପକାଇଛି। ବାବର ୫ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ମାତ୍ର ୭.୮୦ ଆଭରେଜ୍‌ରେ ୩୯ ରନ୍‌ କରିପାରିଛନ୍ତି। ଅନ୍ୟତମ ଓପ୍‌ନର ମହମ୍ମଦ ରିଜ୍‌ଓ୍ବାନ ମଧ୍ୟ ୨୦.୬୦ ଆଭରେଜ୍‌ରେ ୧୦୩ ରନ୍‌ କରିପାରିଛନ୍ତି। ଶାନ୍‌ ମାସୁଦ ସର୍ବାଧିକ ୧୩୪ ରନ୍‌ ସଂଗ୍ରହ କରିଛନ୍ତି। ଇଫ୍‌ତିକାର ଅହମଦ ଓ ଶଦାବ ଖାଁ ମଧ୍ୟ ଭଲ ଯୋଗଦାନ ଦେଇଛନ୍ତି। ବୋଲିଂରେ ଶଦାବ ସର୍ବାଧିକ ୧୦, ଶାହିନ ଶାହା ଆଫ୍ରିଦୀ ୮, ମହମ୍ମଦ ଓ୍ବାସିମ ୭ ଓ ହାରିସ ରୌଫ ୬ଟି ଉଇକେଟ ନେଇଛନ୍ତି। ତେଣୁ ଆଗାମୀ ମ୍ୟାଚ୍‌ରେ ଟପ୍‌ ଅର୍ଡର କ୍ଲିକ୍‌ କରିବା ସହ ପାକିସ୍ତାନକୁ ଦଳଗତ ପ୍ରଦର୍ଶନ ଦେବାକୁ ହେବ। ଗ୍ରୁପ୍‌ ପର୍ଯ୍ୟାୟ ଅପେକ୍ଷା ଏହି ଦଳ ନକ୍‌ଆଉଟ ମ୍ୟାଚ୍‌ଗୁଡ଼ିକରେ ବିପଜ୍ଜନକ ସାବ୍ୟସ୍ତ ହୋଇଥିବା ଇତିହାସ ରହିଛି। ତେଣୁ ନ୍ୟୁଜିଲାଣ୍ଡକୁ ଆଗାମୀ ମ୍ୟାଚ୍‌ ସତର୍କତାର ସହ ଖେଳିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri