Posted inଫୁରସତ

ଦର୍ପଣ ଶୁଣାଇବ ଗୀତ, କେବଳ ଟଚ୍‌ କଲେ…

ଆଜିକାର ହାଇଟେକ୍‌ ଯୁଗରେ ଛୋଟରୁ ବଡ଼ ସବୁ ଜିନିଷ ବେଶ ଉନ୍ନତ ଧରଣର ହୋଇଗଲାଣି। ଏମିତିକି ଦର୍ପଣ ବି ଆଉ ଖାଲି ଚେହେରା ଦେଖିବା ଲାଗି ଉଦ୍ଦିଷ୍ଟ ନୁହେଁ। ଏବେ ଏଥିରୁ ଗୀତ ବି ଶୁଣି ହେବ। କାରଣ ଟଚ୍‌ସ୍କ୍ରିନ ଏମ୍‌ପିଥ୍ରୀ ମିରର୍‌ ଆସିଗଲାଣି। ଷ୍ଟୋକୋ ମାଇତ୍ରେ ନାମକ କମ୍ପାନୀ ଏହି ହାଇଟେକ୍‌ ମିରର୍‌ ଖାସ୍‌ ବାଥ୍‌ରୁମ ପାଇଁ ତିଆରି କରିଛି। ଏହା ଏକ ପତଳା ଟଚ୍‌ସ୍କ୍ରିନ୍‌ ମିରର୍‌। ଏହାର ଡାହାଣ ପଟର ତଳଭାଗରେ ଏମ୍‌ପିଥ୍ରୀ ପ୍ଲେୟର୍‌ ସହ ବାରୋମିଟର ଓ ରେଡିଓ ଅଛି। ଏଗୁଡିକୁ ଅପରେଟ୍‌ କରିବା ବେଶ୍‌ ସହଜ। ମିରର୍‌ରେ ଥିବା ସେନ୍ସର ପାଇଁ କେବଳ ଟଚ୍‌ କଲେ ଏଗୁଡିକ ଚାଲିଥାଏ। ତେଣୁ ଗାଧୋଇବା ସମୟରେ ଗୀତ ଶୁଣି ଶୁଣି ଏବଂ ଗୀତର ତାଳେ ତାଳେ ନାଚି ନାଚି ଗାଧୋଇପାରିବେ। ଏହି ହାଇଟେକ୍‌ ମିରର୍‌ ବାଥରୁମ୍‌ର ଲୁକ୍‌ ବଦଳାଇ ତାହାକୁ ଲକ୍‌ଜ୍ୟୁରୀୟସ୍‌ ଲୁକ୍‌ ବି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri