ମାର୍ଚ୍ଚ ମାସରେ ଦେଶରେ ଖୋଲିଲା ୩୧ ଲକ୍ଷ ନୂଆ ଡିମାର୍ଟ ଆକାଉଣ୍ଟ, ୧୫ କୋଟି ପାର କଲା ମୋଟ ସଂଖ୍ୟା

ମୁମ୍ବାଇ,୧୩ା୪: ମାର୍ଚ୍ଚ ୨୦୨୪ ସୁଦ୍ଧା ଦେଶରେ ଡେମାଟ୍ ଆକାଉଣ୍ଟ ସଂଖ୍ୟା ୧୫୧ ନିୟୁତ (୧୫.୧ କୋଟି) କୁ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରେ ସମୁଦାୟ ୩.୧ ମିଲିୟନ୍ (୩୧ ଲକ୍ଷ) ନୂତନ ଡିମାର୍ଟ ଆକାଉଣ୍ଟ୍ ଖୋଲା ଯାଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ମଧ୍ୟ ହାରାହାରି ୩.୧ ମିଲିୟନ୍ ନୂତନ ଡେମାଟ୍ ଆକାଉଣ୍ଟ୍ ଖୋଲାଯାଇଛି।

ରିପୋର୍ଟ ଅନୁଯାୟୀ, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ମାସରେ ୧.୮ ପ୍ରତିଶତ ବୃଦ୍ଧି ହୋଇ ମାର୍ଚ୍ଚ ୨୦୨୪ ରେ ୪୦.୮ ମିଲିୟନରେ ପହଞ୍ଚିଛି। ଏନଏସଇର ମୋଟ ସକ୍ରିୟ ଗ୍ରାହକଙ୍କ ମଧ୍ୟରେ ଶ୍ରେଷ୍ଠ ପାଞ୍ଚଟି ରିହାତି ବ୍ରୋକରଙ୍କ ଅଂଶ ୬୩.୮ ପ୍ରତିଶତ ଅଟେ, ଯାହା ଗତ ବର୍ଷ ମାର୍ଚ୍ଚ ୨୦୨୩ ରେ ୫୯.୯ ପ୍ରତିଶତ ଥିଲା। ଜିରୋଧା କ୍ଲାଏଣ୍ଟ ଗଣନା ମାସରେ ୦.୯ ପ୍ରତିଶତ ବୃଦ୍ଧି ହୋଇ ୭.୩ ମିଲିୟନରେ ପହଞ୍ଚିଛି। ଯେତେବେଳେ କି ବଜାର ଅଂଶ ୨୦ ଆଧାର ପଏଣ୍ଟ ହ୍ରାସ କରି ୧୭.୯ ପ୍ରତିଶତ ହୋଇଛି।

ସେହିଭଳି ଅପଷ୍ଟକ୍ସର କ୍ଲାଏଣ୍ଟ ୦.୬ ପ୍ରତିଶତ ବୃଦ୍ଧି ପାଇ ୨.୫ ମିଲିୟନକୁ ବୃଦ୍ଧି ପାଇଛି। ଏହାର ବଜାର ଅଂଶ ୧୦ ଆଧାର ପଏଣ୍ଟ ହ୍ରାସ କରି ୬.୨ ପ୍ରତିଶତ ହୋଇଛି। ଗ୍ରୋ’ର କ୍ଲାଏଣ୍ଟ ୩.୮ ପ୍ରତିଶତ ବୃଦ୍ଧି ହୋଇ ୯.୫ ମିଲିୟନରେ ପହଞ୍ଚିଛି ଏବଂ ଏହାର ବଜାର ଅଂଶ ୨୩.୪ ପ୍ରତିଶତ ରହିଛି। ବଡ

ପାରମ୍ପାରିକ ବ୍ରୋକରଙ୍କ ମଧ୍ୟରେ ISEC (ICICI ସିକ୍ୟୁରିଟି) ର ବଜାର ଅଂଶ ୪.୫ ପ୍ରତିଶତକୁ ଖସି ଆସିଥିବାବେଳେ ଆଇଆଇଏଫଏଲ୍ ସିକ୍ୟୁରିଟିର ବଜାର ଅଂଶ ୧.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଅଧିକାଂଶ ନୂତନ ଡିମାର୍ଟ ଆକାଉଣ୍ଟଧାରୀ ରିହାତି ବ୍ରୋକରରେ ଯୋଗ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri