ଟସ୍‌ ଜିତିଲା ଆର୍‌ସିବି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୫।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ପ୍ରଥମେ ବୋଲିଂ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ପହଞ୍ଚିଛନ୍ତି।
ଆର୍‌ସିବି ଟିମ୍‌ରେ ଅନୁଜ ରାୱତ, ବିରାଟ କୋହଲି, ଦୀନେଶ କାର୍ତ୍ତିକ (ଓ୍ବିକଟ କିପର), ଶେରଫେନ ରଦରଫୋର୍ଡ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରାଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ ପ୍ରମୁଖ ରହିଛନ୍ତି। ଅପରପକ୍ଷରେ ଆର୍‌ଆର୍‌ ଟିମ୍‌ରେ ଜୋସ ବଟଲର୍‌, ଯଶସ୍ବ ଜୟସୱାଲ, ସଞ୍ଜୁ ସାମସନ (ଓ୍ବିକେଟ କିପର ଏବଂ ଅଧିନାୟକ), ଦେବଦତ୍ତ ପାଦିକ୍କାଲ, ଶିମରୋନ ହେଟମିୟର, ରିୟାନ ପାରାଗ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସୈନି, ପ୍ରସିଦ୍ଧ କୃଷ୍ଣା ପ୍ରମୁଖ ଖେଳୁଛନ୍ତି।

Share