ଟସ୍‌ ଜିତିଲା କେକେଆର, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କେକେଆର୍‌ ଅଧିନାୟକ ଶ୍ରେୟାସ ଆୟରର ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ୍‌. ରାହୁଲ ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଛି।

ଏଲ୍‌ଏସ୍‌ଜି ଟିମ୍‌ରେ କେ.ଏଲ୍‌. ରାହୁଲ (ଅଧିନାୟକ), କ୍ୱିଣ୍ଟନ ଡି କକ (ଓ୍ବିକେଟ୍‌ କୁମାର), ମନୀଷ ପାଣ୍ଡେ, ଦୀପକ ହୁଡା, ମାର୍କସ ଷ୍ଟୋନିସ, ଆୟୁଷ ବାଡୋନି, ଜାସନ ହୋଲ୍ଡର, କ୍ରୁନାଲ ପାଣ୍ଡ୍ୟା, ଦୁଷ୍ମାନଥା ଚାମିରା, ଆଭେଶ ଖାନ, ରବି ବିଷ୍ଣୁ ପ୍ରମୁଖ ଖେଳୁଛନ୍ତି।

ସେହିପରି କେକେଆର ଟିମ୍‌ରେ ଭେଙ୍କଟେଶ ଆୟର, ସୁନୀଲ ନାରିନ, ଶ୍ରେୟାସ ଆୟର (ଅଧିନାୟକ), ନୀତୀଶ ରାଣା, ସାମ ବିଲିଙ୍ଗସ (ଓ୍ବିକେଟ କିପର), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ଟିମ ସାଉଥୀ, ଶିବମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଖେଳୁଛନ୍ତି।

Share