ଟସ୍‌ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଲ୍‌ଏସ୍‌ଜି ଟିମ୍‌ ଅଧିନାୟକ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଛି।

ଏଲ୍‌ଏସ୍‌ଜି ଟିମ୍‌ରେ କେ.ଏଲ୍‌. ରାହୁଲ (ଅଧିନାୟକ), କ୍ୱିଣ୍ଟନ ଡି କକ (ଓ୍ବିକେଟ୍‌ କୁମାର), ମନୀଷ ପାଣ୍ଡେ, ଦୀପକ ହୁଡା, ମାର୍କସ ଷ୍ଟୋନିସ, ଆୟୁଷ ବାଡୋନି, ଜାସନ ହୋଲ୍ଡର, କ୍ରୁନାଲ ପାଣ୍ଡ୍ୟା, ଦୁଷ୍ମାନଥା ଚାମିରା, ଆଭେଶ ଖାନ, ରବି ବିଷ୍ଣୁ ପ୍ରମୁଖ ଖେଳୁଛନ୍ତି।

ସେହିପରି ଜିଟି ଟିମ୍‌ରେ ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁବମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ଟିୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ଲକି ଫର୍ଗୁସନ, ୟଶ ଦିନଲ, ମହମ୍ମଦ ଶାମି ଖେଳୁଛନ୍ତି।

Share