Categories: ଜାତୀୟ

ଜିଅନ୍ତା ଜାଳିବା ପୂର୍ବରୁ ନିର୍ଯାତନା ଦିଆଯାଇଥିଲା

ରାମପୁରହାଟ,୨୪।୩: ୩ ମହିଳା ଏବଂ ୨ ଶିଶୁଙ୍କ ସମେତ ୮ ଜଣଙ୍କୁ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଜିଅନ୍ତ ଜାଳି ଦିଆଯାଇଥିଲା। ମୃତକଙ୍କ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କୁ ଜିଅନ୍ତା ଜାଳିବା ପୂର୍ବରୁ ଖୁବ୍‌ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିବା ଜଣାପଡ଼ିଛି।

ଘରୁ ମିଳିଥିବା ଅର୍ଦ୍ଧ ଦଗ୍ଧ ମୃତଦେହ ପରୀକ୍ଷା କରୁଥିବା ଫରେନ୍ସିକ ଅଧିକାରୀ କହିଛନ୍ତି, ପୀଡ଼ିତଙ୍କୁ ପ୍ରଥମେ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିଲା। ତା’ପରେ ସେମାନଙ୍କୁ ଜାଳି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରାତିରେ ଗୃହଦାହ ଘଟଣାରେ ସମ୍ପୃକ୍ତ ୨୦ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଅନେକ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରେ ହେଳା କାରଣରୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବୋଗ୍‌ତୁଇ ଗାଁକୁ ଆସୁଥିବାରୁ ଅଞ୍ଚଳରେ କୌଣସି ପ୍ରକାର ଅପ୍ରତିକର ସ୍ଥିତି ସୃଷ୍ଟି ହେବାରୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share