୭ବର୍ଷର କନ୍ୟାକୁ ନିର୍ଯାତନା

ଭୁବନେଶ୍ୱର,(ବ୍ୟୁରୋ)/ ପିପିଲି,(ସ୍ବ.ପ୍ର.) ୮।୭: ମାତ୍ର ୭ବର୍ଷର ଶିଶୁଟିଏ। କିଏ ପର କିଏ ଆପଣାର ଜାଣେନାହିଁ। ହେଲେ ତା’ ପ୍ରତି ବାପା ଓ ସାବତ ମା’ ପାତରଅନ୍ତର ମନୋଭାବ ରଖି ନିଷ୍ଠୁର ହୋଇ ବର୍ବରତାର ସୀମା ଟପିଛନ୍ତି। ବାପା ଓ ସାବତ ମା’ କୁନିଝିଅକୁ ସ୍କୁଲକୁ ନ ଛାଡ଼ି ଅମାନବୀୟ ଭାବେ ଶିକୁଳିରେ ବାନ୍ଧି ରଖିବା ସହ ନାନା ପ୍ରକାର ନିର୍ଯାତନା ଦେଉଥିଲେ। ଗରମ ପାଣିରେ ତା’ ହାତ ବୁଡ଼ାଇଦେବା ସହ ମାଡ଼ ମାରୁଥିଲେ। ଏପରି କି, ଅନେକ ସମୟରେ ଖାଇବାକୁ ମଧ୍ୟ ଦେଉ ନ ଥିଲେ। ନିଜ ଜନ୍ମିତ ମା’କୁ ଝୁରି ହେଉଥିବାରୁ ଶିଶୁକନ୍ୟାଟି ଏଭଳି କଠୋର ଦଣ୍ଡ ପାଇଥିବା କୁହାଯାଉଛି। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଧୀନ ବାରହଳ ଅଞ୍ଚଳରେ ଘଟିଥିବା ଏଭଳି ଦୁଃଖଦ ଘଟଣା ରାଜଧାନୀ ସମେତ ପିପିଲି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ଯାତନା ଯୋଗୁ ଗୁରୁତର ହୋଇପଡ଼ିଥିବା ସମ୍ପୃକ୍ତ ଶିଶୁକନ୍ୟାକୁ ବୁଧବାର ତା’ର ଜନ୍ମଦାତ୍ରୀ ମା’ ଜଣେ ସାମାଜିକ କର୍ମୀଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଅନୁଯାୟୀ, ୨୦୧୩ରେ ବାରହଳ ଅଞ୍ଚଳର ବିଲାଲ ଖାନ୍‌ ପିପିଲି ଅଞ୍ଚଳର ରିଜଓ୍ବାନା ପରଓ୍ବିନଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ଝିଅ ଥିବାବେଳେ କିଛିବର୍ଷ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଏହା ପରେ ବିବାହ ବିଚ୍ଛେଦ ଯୋଗୁ ସେମାନେ ଅଲଗା ରହୁଥିଲେ। ପରଓ୍ବିନ ଝିଅ ସହ ବାପଘରେ ଆସି ରହିଥିଲେ। ପରେ ବିଲାଲ ଦ୍ୱିତୀୟ ବିବାହ କରି ବାରହଳ ଅଞ୍ଚଳରେ ରହୁଥିଲେ। ୨୦୨୦ରେ ବିଲାଲ ଜୋରଜବରଦସ୍ତି ପରଓ୍ବିନଙ୍କ ନିକଟରୁ ଝିଅକୁ ନେଇ ନିଜ ପାଖରେ ରଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଶିଶୁ କନ୍ୟାକୁ କୌଣସି କାରଣ ନେଇ ତା’ର ବାପା ଓ ସାବତ ମା’ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଶିଶୁକନ୍ୟା ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବୁଧବାର ଖବରପାଇ ଜଣେ ସାମାଜିକ କର୍ମୀଙ୍କ ସହାୟତାରେ ପରଓ୍ବିନ ଝିଅକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣା ସମ୍ପର୍କରେ ବାଲିପାଟଣା ଥାନା ଓ ଶିଶୁ କଲ୍ୟାଣ ବୋର୍ଡକୁ ଅବଗତ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଲାଲ୍‌ ନିର୍ଯାତନା କଥାକୁ ଖଣ୍ଡନ କରିବା ସହ ଝିଅ ନିଜ ମା’କୁ ଝୁରି ଏଭଳି ଅବସ୍ଥା ହୋଇଥିବା କହିଛନ୍ତି। ଝିଅ ଏଣିକି ମୋ’ ପାଖରେ ରହିବ ଏବଂ ଚିକିତ୍ସା ପାଇଁ ସେ ୩୦ ହଜାର ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି। ତେବେ ଚିକିତ୍ସା ପରେ ସେ ପୋଲିସର ଦ୍ୱାରସ୍ଥ ହେବେ ବୋଲି ଶିଶୁକନ୍ୟାର ଜନ୍ମଦାତ୍ରୀ ମା’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri