୭ବର୍ଷର କନ୍ୟାକୁ ନିର୍ଯାତନା

ଭୁବନେଶ୍ୱର,(ବ୍ୟୁରୋ)/ ପିପିଲି,(ସ୍ବ.ପ୍ର.) ୮।୭: ମାତ୍ର ୭ବର୍ଷର ଶିଶୁଟିଏ। କିଏ ପର କିଏ ଆପଣାର ଜାଣେନାହିଁ। ହେଲେ ତା’ ପ୍ରତି ବାପା ଓ ସାବତ ମା’ ପାତରଅନ୍ତର ମନୋଭାବ ରଖି ନିଷ୍ଠୁର ହୋଇ ବର୍ବରତାର ସୀମା ଟପିଛନ୍ତି। ବାପା ଓ ସାବତ ମା’ କୁନିଝିଅକୁ ସ୍କୁଲକୁ ନ ଛାଡ଼ି ଅମାନବୀୟ ଭାବେ ଶିକୁଳିରେ ବାନ୍ଧି ରଖିବା ସହ ନାନା ପ୍ରକାର ନିର୍ଯାତନା ଦେଉଥିଲେ। ଗରମ ପାଣିରେ ତା’ ହାତ ବୁଡ଼ାଇଦେବା ସହ ମାଡ଼ ମାରୁଥିଲେ। ଏପରି କି, ଅନେକ ସମୟରେ ଖାଇବାକୁ ମଧ୍ୟ ଦେଉ ନ ଥିଲେ। ନିଜ ଜନ୍ମିତ ମା’କୁ ଝୁରି ହେଉଥିବାରୁ ଶିଶୁକନ୍ୟାଟି ଏଭଳି କଠୋର ଦଣ୍ଡ ପାଇଥିବା କୁହାଯାଉଛି। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଧୀନ ବାରହଳ ଅଞ୍ଚଳରେ ଘଟିଥିବା ଏଭଳି ଦୁଃଖଦ ଘଟଣା ରାଜଧାନୀ ସମେତ ପିପିଲି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ଯାତନା ଯୋଗୁ ଗୁରୁତର ହୋଇପଡ଼ିଥିବା ସମ୍ପୃକ୍ତ ଶିଶୁକନ୍ୟାକୁ ବୁଧବାର ତା’ର ଜନ୍ମଦାତ୍ରୀ ମା’ ଜଣେ ସାମାଜିକ କର୍ମୀଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଅନୁଯାୟୀ, ୨୦୧୩ରେ ବାରହଳ ଅଞ୍ଚଳର ବିଲାଲ ଖାନ୍‌ ପିପିଲି ଅଞ୍ଚଳର ରିଜଓ୍ବାନା ପରଓ୍ବିନଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ଝିଅ ଥିବାବେଳେ କିଛିବର୍ଷ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଏହା ପରେ ବିବାହ ବିଚ୍ଛେଦ ଯୋଗୁ ସେମାନେ ଅଲଗା ରହୁଥିଲେ। ପରଓ୍ବିନ ଝିଅ ସହ ବାପଘରେ ଆସି ରହିଥିଲେ। ପରେ ବିଲାଲ ଦ୍ୱିତୀୟ ବିବାହ କରି ବାରହଳ ଅଞ୍ଚଳରେ ରହୁଥିଲେ। ୨୦୨୦ରେ ବିଲାଲ ଜୋରଜବରଦସ୍ତି ପରଓ୍ବିନଙ୍କ ନିକଟରୁ ଝିଅକୁ ନେଇ ନିଜ ପାଖରେ ରଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଶିଶୁ କନ୍ୟାକୁ କୌଣସି କାରଣ ନେଇ ତା’ର ବାପା ଓ ସାବତ ମା’ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଶିଶୁକନ୍ୟା ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବୁଧବାର ଖବରପାଇ ଜଣେ ସାମାଜିକ କର୍ମୀଙ୍କ ସହାୟତାରେ ପରଓ୍ବିନ ଝିଅକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣା ସମ୍ପର୍କରେ ବାଲିପାଟଣା ଥାନା ଓ ଶିଶୁ କଲ୍ୟାଣ ବୋର୍ଡକୁ ଅବଗତ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଲାଲ୍‌ ନିର୍ଯାତନା କଥାକୁ ଖଣ୍ଡନ କରିବା ସହ ଝିଅ ନିଜ ମା’କୁ ଝୁରି ଏଭଳି ଅବସ୍ଥା ହୋଇଥିବା କହିଛନ୍ତି। ଝିଅ ଏଣିକି ମୋ’ ପାଖରେ ରହିବ ଏବଂ ଚିକିତ୍ସା ପାଇଁ ସେ ୩୦ ହଜାର ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି। ତେବେ ଚିକିତ୍ସା ପରେ ସେ ପୋଲିସର ଦ୍ୱାରସ୍ଥ ହେବେ ବୋଲି ଶିଶୁକନ୍ୟାର ଜନ୍ମଦାତ୍ରୀ ମା’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri