ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହାକୁ ନିନ୍ଦନୀୟ କହିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷେ, ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁବଂଶଙ୍କ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ୱାୟୀ.ବି ଖୁରାନିଆଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ)।

ମେଜର ସିଂ ଏବଂ ବାନ୍ଧବୀଙ୍କ ଓଡିଶା ପୋଲିସ୍ ହେପାଜତରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗକୁ ନେଇ ଆୟୋଗ ୩ ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି ଏବଂ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଏହାପୂର୍ବରୁ ବୁଧବାର ଡିଜିପି ଭରତପୁର ଥାନା ଆଇଆଇସି ସମେତ ପାଞ୍ଚ ଜଣ ପୋଲିସକୁ ନିଲମ୍ବନ କରିଥିଲେ ଏବଂ ଏହା ସହ ଉଭୟକଙ୍କୁ ଆକ୍ରମଣ କରିଥିବା ରୋଡ ରୋମିଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଡିଜିପି ଆଇଆଇସି ଦିନକୃଷ୍ଣ ମିଶ୍ର, ଏସଆଇ ଵୈଶାଳିନୀ ପଣ୍ଡା, ଏଏସଆଇ ସାଲିମାମୟୀ ସାହୁ, ଏଏସଆଇ ସାଗାରିକା ରଥ ଏବଂ କନଷ୍ଟେବଳ ବଳରାମ ହାଣ୍ଡାଙ୍କୁ ନିଲମ୍ବନ କରାଯାଇଥିଲା।

ଏହା ସହଏହି ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ। ଆଉ ଏହା ସହିତ କମିସନରେଟ ପୋଲିସର ଅସଲ ମୁଖା ଧୀରେ ଧୀରେ ଖୋଲିବାରେ ଲାଗିଛି। ଘଟଣା ଦିନର କଳା କାହାଣୀକୁ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ଲୁହ ଢାଳି କହିଛନ୍ତି ଅଙ୍କିତା। ଏପରିକି ତାଙ୍କୁ କିଭଳି ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ, ସେ କଥା ମଧ୍ୟ କହିଛନ୍ତି।

ଅଙ୍କିତାଙ୍କ କହିବା ଅନୁସାରେ ”୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି। ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ହଇରାଣ କରିଥିଲେ। ସେଠାରୁ ବହୁ କଷ୍ଟରେ ମୁକୁଳିବା ପରେ ସେମାନଙ୍କ ନାଁରେ ଏତଲା ଦେବାକୁ ଆମେ ଭରତପୁର ଥାନାରେ ପହଞ୍ଚିଥିଲୁ। ସେତେବେଳେ ଥାନାରେ ନାଇଟି ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନ୍‌ଷ୍ଟେବଲ ବସିଥିଲେ। ଏତଲା ରଖିବା ବଦଳରେ ଅଧିକାରୀ ଜଣକ ସେଠାରେ ଆମକୁ ଗାଳିଗୁଲଜ କରିଥିଲେ। କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇଦେଲେ। ମୁଁ ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଲେ। ଏତିକିବେଳେ ଜଣେ ମହିଳା କନଷ୍ଟେବଲ ମୋର ଗଳା ଚିପିବାରୁ ବଞ୍ଚିବାକୁ ତାଙ୍କ ହାତ କାମୁଡ଼ି ଦେଇଥିଲି। ଏହାପରେ ସେମାନେ ମୋ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍‌ରେ ପୂରାଇଦେଲେ। ୨ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଥିଲେ, ଭୋର୍ ସମୟରେ ଆଇଆଇସି ପହଞ୍ଚି, ଶାରୀରିକ ଅତ୍ୟାଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri