Posted inଖେଳ

ପ୍ରଜ୍ୱଳନ ସମାରୋହ ସହ ଟୋକିଓରେ ମଶାଲ ରାଲି ଆରମ୍ଭ

ଟୋକିଓ,୧୦।୭(ଏପି): ଅଲିମ୍ପିକ୍‌ ମଶାଲ ରାଲି ଟୋକିଓରେ ପହଞ୍ଚିଛି। ଆୟୋଜକମାନେ ଶୁକ୍ରବାର ଏଥିପାଇଁ ଏକ ଜ୍ୟୋତି ଅନାବରଣ ତଥା ପ୍ରଜ୍ୱଳନ ଉତ୍ସବ ପାଳନ କରିଛନ୍ତି। ଏଥିସହ ଟୋକିଓରେ ମଶାଲ ରାଲି ଆରମ୍ଭ ହୋଇଛି। କୋଭିଡ୍‌-୧୯ କାରଣରୁ ଟୋକିଓରେ ସରକାର ଷ୍ଟେଟ୍‌ ଇମର୍ଜେନ୍ସି ଜାରି କରିବାର ଗୋଟିଏ ଦିନ ପରେ ଏହି ଉତ୍ସବ ପାଳନ କରାଯାଇଛି।
କରୋନା ସଂକ୍ରମଣ କାରଣରୁ ଟୋକିଓ ସଡ଼କରେ ଏହି ମଶାଲ ରାଲି ଆୟୋଜନ କରାଯାଇ ନ ଥିଲା। ଏହା ଟୋକିଓ ଉପକୂଳର ସୁଦୂର ଦ୍ୱୀପଗୁଡିକରେ ଆୟୋଜନ କରାଯାଇଥିଲା। ମାର୍ଚ୍ଚରୁ ଉତ୍ତର ପୂର୍ବାଞ୍ଚଳ ଜାପାନରେ ଆରମ୍ଭ ହୋଇଥିବା ଏହି ରାଲିର କାର୍ଯ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ କରାଯାଇଥିଲା।
ଉଦ୍‌ଘାଟନୀ ଉତ୍ସବରେ ମଶାଲ କିଭଳି ଷ୍ଟାଡିୟମରେ ପ୍ରବେଶ କରିବ ସେ ନେଇ କିଛି କୁହାଯାଇ ନାହିଁ। ଟୋକିଓସ୍ଥିତ ଷ୍ଟାଡିୟମ ଓ ଏରିନାଗୁଡିକର ଆଖପାଖ ଅଞ୍ଚଳରେ ପ୍ରଶଂସକଙ୍କୁ ବାରଣ କରାଯାଇଛି। ପୂର୍ବରୁ କେତେମାସ ପୂର୍ବରୁ ବିଦେଶୀ ଦର୍ଶକଙ୍କୁ ମଧ୍ୟ ବାରଣ କରାଯାଇଥିଲା। ଉଭୟ ଇନ୍‌ଡୋର ଓ ଆଉଟଡୋର ଭେନ୍ୟୁଗୁଡିକରୁ ପ୍ରଶଂସକଙ୍କ ଉପସ୍ଥିତିକୁ ବ୍ୟାନ୍‌ କରାଯାଇଛି। ଟୋକିଓ ସମେତ କାନାଗାଓ୍ବା, ସାଇଟାମା ଓ ଚିବାରେ ମଧ୍ୟ ଦର୍ଶକଙ୍କୁ ବ୍ୟାନ କରାଯାଇଛି। ଜୁଲାଇ ୧୨ରୁ ଇମର୍ଜେନ୍ସି ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଲିମ୍ପିକ୍ସ ଅଗଷ୍ଟ ୮ ତାରିଖରେ ଶେଷ ହେବ। ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri