Posted inଜାତୀୟ

ଭାରତରେ ସର୍ବାଧିକ ମୋବାଇଲ ମାଲଓ୍ବେର ଆକ୍ରମଣ: ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୪।୧୨:ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲା ସର୍ବାଧିକ ରହିଥିବା ନେଇ ଆମେରିକୀୟ କ୍ଲାଉଡ୍‌ ସିକ୍ୟୁରିଟି କମ୍ପାନୀ ଜେଡ୍‌ସ୍କେଲର ପ୍ରକାଶ କରିଛି। ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲାରେ ଆମେରିକା ଏବଂ କାନାଡା ପରି ଦେଶକୁ ଭାରତ ପଛରେ ପକାଇଛି। ‘ଜେଡ୍‌ସ୍କେଲର ଥ୍ରେଟ୍‌ଲ୍ୟାବ୍‌ଜେଡ୍‌ ୨୦୨୪ ମୋବାଇଲ’, ଆଇଓଟି, ଆଣ୍ଡ ଓଟି ଥ୍ରେଟ୍‌ ରିପୋର୍ଟ’ରେ ଏହି ତଥ୍ୟ ସାମ୍‌ନାକୁ ଆସିଛି। ୨୦୨୩ ଜୁନ୍‌ରୁ ୨୦୨୪ ମେ’ ପର୍ଯ୍ୟନ୍ତ ବିପଦ ସମ୍ବନ୍ଧୀୟ ମୋବାଇଲ କାରବାର ଏବଂ ୨୦ ବିଲିୟନରୁ ଅଧିକ ଡାଟାସେଟ୍‌ର ବିଶ୍ଳେଷଣ କରାଯାଇ ଉକ୍ତ ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁଯାୟୀ, ସାଇବର ଅପରାଧୀମାନଙ୍କ ଦ୍ୱାରା ମୋବାଇଲ ମାଲଓ୍ବେର ଆକ୍ରମଣ କରାଯାଇ ଭାରତକୁ ସର୍ବାଧିକ ଟାର୍ଗେଟ କରାଯାଉଛି। ସମୁଦାୟ ମୋବାଇଲ ମାଲଓ୍ବେର ଆକ୍ରମଣର କେବଳ ୨୮% ମାମଲା ଭାରତରୁ ଆସିଥିବା ଏହି ରିପୋର୍ଟ କହିଛି। ସେହିପରି ୨୭.୩% ମାମଲା ଆମେରିକାରୁ ଏବଂ ୧୫.୯% ମାମଲା କାନାଡାରୁ ଆସିଛି। ଗତବର୍ଷ ଏହି ତାଲିକାରେ ଭାରତ ତୃତୀୟ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଶୀର୍ଷରେ ପହଞ୍ଚିଛି। ତେଣୁ ଭାରତୀୟ ଉଦ୍ୟୋଗଗୁଡ଼ିକରେ ଅଧିକ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆବଶ୍ୟକତା ରହିଛି। ଭାରତରେ ଦ୍ରୁତ ଗତିରେ ଡିଜିଟାଲ ବ୍ୟବହାର ବଢ଼ୁଥିବାରୁ ସାଇବର ବିପଦ ମଧ୍ୟ ବୃଦ୍ଧି ପାଇଛି ବୋଲି ଉକ୍ତ ରିପୋର୍ଟ ପ୍ରକାଶ କରିଛି। ତେବେ ବୈଶ୍ୱିକ ସ୍ତରରେ ଗତବର୍ଷଠାରୁ ବ୍ୟାଙ୍କିଂ ମାଲଓ୍ବେର ଆକ୍ରମଣରେ ୨୯% ବୃଦ୍ଧି ଘଟିଥିବାବେଳେ ମୋବାଇଲ ସ୍ପାଏଓ୍ବେର ଆକ୍ରମଣରେ ୧୧୧% ବୃଦ୍ଧି ଘଟିଛି। ଭାରତରେ ମୋବାଇଲ ମାଲଓ୍ବେର ଆଟାକ୍‌ ଦ୍ୱାରା ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ, ଆକ୍ସିସ୍‌ ଭଳି ପ୍ରମୁଖ ଭାରତୀୟ ବ୍ୟାଙ୍କଗୁଡ଼ିକର ଗ୍ରାହକଙ୍କୁ ଟାର୍ଗେଟ କରାଯାଉଛି। ଏହି ଆକ୍ରମଣ ଜରିଆରେ ମୋବାଇଲ ଗ୍ରାହକମାନେ ଆଧିକାରିକ ବ୍ୟାଙ୍କ ଓ୍ବେବ୍‌ସାଇଟ ବଦଳରେ ପୂରାପୂରି ଏକାଭଳି ଦେଖାଯାଉଥିବା ନକଲ ଓ୍ବେବ୍‌ସାଇଟର ବ୍ୟବହାର କରି ଠକାମିର ସମ୍ମୁଖୀନ ହେଉଛନ୍ତି। ଏହାଦ୍ୱାରା ସାଇବର ଅପରାଧୀମାନେ ଗ୍ରାହକଙ୍କ ବ୍ୟାଙ୍କ ତଥା ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ହାସଲ କରିପାରୁଛନ୍ତି। ଏହି ଆକ୍ରମଣରେ ଏପରି ଅନେକ ଇମେଲ ଗ୍ରାହକଙ୍କ ନିକଟକୁ ଆସିଥାଏ, ଯାହା ମାଲଓ୍ବେର ସଂକ୍ରମିତ ଓ୍ବେବ୍‌ସାଇଟ ସହ ଲିଙ୍କ୍‌ ରହିଥାଏ। ଏହି ଅଧ୍ୟୟନ କରିଥିବା ‘ଜେଡ୍‌ସ୍କେଲର-ସିଆଇଏସ୍‌ଓ ଇଣ୍ଡିଆ’ର ବରିଷ୍ଠ ଗବେଷକ ସୁବ୍ରତ ସିହ୍ନା କହିଛନ୍ତି, ଲିଗାସି ସିଷ୍ଟମ ଏବଂ ଅସୁରକ୍ଷିତ ଆଇଓଟି/ଓଟି(ଇଣ୍ଟରନେଟ ଅଫ୍‌ ଥିଙ୍ଗ୍ସ/ଅପରେଶନାଲ ଟେକ୍ନୋଲୋଜି) ପରିବେଶକୁ ସାଇବର ଅପରାଧୀମାନେ ଟାର୍ଗେଟ କରୁଛନ୍ତି। ଭାରତୀୟ ଉଦ୍ୟୋଗଗୁଡ଼ିକୁ ସେମାନଙ୍କର ମୂଳ ଅପରେଟିଂ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏକ ଦୃଢ଼ ଏବଂ ବିଶ୍ୱସନୀୟ ସୁରକ୍ଷା ଢାଞ୍ଚା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସୁବ୍ରତ କହିଛନ୍ତି। ତେବେ ଗୁଗଲ ପ୍ଲେ ଷ୍ଟୋର୍‌ରେ ଥିବା ୨୦୦ରୁ ଅଧିକ ଆପ୍‌ ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ ବୋଲି ଏହି ରିପୋର୍ଟ ଦର୍ଶାଇଛି। ସେହିପରି ବୈଶ୍ୱିକ ସ୍ତରରେ ଆଇଓଟି ମାଲଓ୍ବେରର କାରବାର ଚଳିତବର୍ଷ ୪୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ସାଇବର ବିପଦର ବିସ୍ତାର ଏବଂ ପ୍ରକୃତିକୁ ସୂଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri