Posted inଜାତୀୟ

ଭାରତରେ ସର୍ବାଧିକ ମୋବାଇଲ ମାଲଓ୍ବେର ଆକ୍ରମଣ: ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୪।୧୨:ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲା ସର୍ବାଧିକ ରହିଥିବା ନେଇ ଆମେରିକୀୟ କ୍ଲାଉଡ୍‌ ସିକ୍ୟୁରିଟି କମ୍ପାନୀ ଜେଡ୍‌ସ୍କେଲର ପ୍ରକାଶ କରିଛି। ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲାରେ ଆମେରିକା ଏବଂ କାନାଡା ପରି ଦେଶକୁ ଭାରତ ପଛରେ ପକାଇଛି। ‘ଜେଡ୍‌ସ୍କେଲର ଥ୍ରେଟ୍‌ଲ୍ୟାବ୍‌ଜେଡ୍‌ ୨୦୨୪ ମୋବାଇଲ’, ଆଇଓଟି, ଆଣ୍ଡ ଓଟି ଥ୍ରେଟ୍‌ ରିପୋର୍ଟ’ରେ ଏହି ତଥ୍ୟ ସାମ୍‌ନାକୁ ଆସିଛି। ୨୦୨୩ ଜୁନ୍‌ରୁ ୨୦୨୪ ମେ’ ପର୍ଯ୍ୟନ୍ତ ବିପଦ ସମ୍ବନ୍ଧୀୟ ମୋବାଇଲ କାରବାର ଏବଂ ୨୦ ବିଲିୟନରୁ ଅଧିକ ଡାଟାସେଟ୍‌ର ବିଶ୍ଳେଷଣ କରାଯାଇ ଉକ୍ତ ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁଯାୟୀ, ସାଇବର ଅପରାଧୀମାନଙ୍କ ଦ୍ୱାରା ମୋବାଇଲ ମାଲଓ୍ବେର ଆକ୍ରମଣ କରାଯାଇ ଭାରତକୁ ସର୍ବାଧିକ ଟାର୍ଗେଟ କରାଯାଉଛି। ସମୁଦାୟ ମୋବାଇଲ ମାଲଓ୍ବେର ଆକ୍ରମଣର କେବଳ ୨୮% ମାମଲା ଭାରତରୁ ଆସିଥିବା ଏହି ରିପୋର୍ଟ କହିଛି। ସେହିପରି ୨୭.୩% ମାମଲା ଆମେରିକାରୁ ଏବଂ ୧୫.୯% ମାମଲା କାନାଡାରୁ ଆସିଛି। ଗତବର୍ଷ ଏହି ତାଲିକାରେ ଭାରତ ତୃତୀୟ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଶୀର୍ଷରେ ପହଞ୍ଚିଛି। ତେଣୁ ଭାରତୀୟ ଉଦ୍ୟୋଗଗୁଡ଼ିକରେ ଅଧିକ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆବଶ୍ୟକତା ରହିଛି। ଭାରତରେ ଦ୍ରୁତ ଗତିରେ ଡିଜିଟାଲ ବ୍ୟବହାର ବଢ଼ୁଥିବାରୁ ସାଇବର ବିପଦ ମଧ୍ୟ ବୃଦ୍ଧି ପାଇଛି ବୋଲି ଉକ୍ତ ରିପୋର୍ଟ ପ୍ରକାଶ କରିଛି। ତେବେ ବୈଶ୍ୱିକ ସ୍ତରରେ ଗତବର୍ଷଠାରୁ ବ୍ୟାଙ୍କିଂ ମାଲଓ୍ବେର ଆକ୍ରମଣରେ ୨୯% ବୃଦ୍ଧି ଘଟିଥିବାବେଳେ ମୋବାଇଲ ସ୍ପାଏଓ୍ବେର ଆକ୍ରମଣରେ ୧୧୧% ବୃଦ୍ଧି ଘଟିଛି। ଭାରତରେ ମୋବାଇଲ ମାଲଓ୍ବେର ଆଟାକ୍‌ ଦ୍ୱାରା ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ, ଆକ୍ସିସ୍‌ ଭଳି ପ୍ରମୁଖ ଭାରତୀୟ ବ୍ୟାଙ୍କଗୁଡ଼ିକର ଗ୍ରାହକଙ୍କୁ ଟାର୍ଗେଟ କରାଯାଉଛି। ଏହି ଆକ୍ରମଣ ଜରିଆରେ ମୋବାଇଲ ଗ୍ରାହକମାନେ ଆଧିକାରିକ ବ୍ୟାଙ୍କ ଓ୍ବେବ୍‌ସାଇଟ ବଦଳରେ ପୂରାପୂରି ଏକାଭଳି ଦେଖାଯାଉଥିବା ନକଲ ଓ୍ବେବ୍‌ସାଇଟର ବ୍ୟବହାର କରି ଠକାମିର ସମ୍ମୁଖୀନ ହେଉଛନ୍ତି। ଏହାଦ୍ୱାରା ସାଇବର ଅପରାଧୀମାନେ ଗ୍ରାହକଙ୍କ ବ୍ୟାଙ୍କ ତଥା ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ହାସଲ କରିପାରୁଛନ୍ତି। ଏହି ଆକ୍ରମଣରେ ଏପରି ଅନେକ ଇମେଲ ଗ୍ରାହକଙ୍କ ନିକଟକୁ ଆସିଥାଏ, ଯାହା ମାଲଓ୍ବେର ସଂକ୍ରମିତ ଓ୍ବେବ୍‌ସାଇଟ ସହ ଲିଙ୍କ୍‌ ରହିଥାଏ। ଏହି ଅଧ୍ୟୟନ କରିଥିବା ‘ଜେଡ୍‌ସ୍କେଲର-ସିଆଇଏସ୍‌ଓ ଇଣ୍ଡିଆ’ର ବରିଷ୍ଠ ଗବେଷକ ସୁବ୍ରତ ସିହ୍ନା କହିଛନ୍ତି, ଲିଗାସି ସିଷ୍ଟମ ଏବଂ ଅସୁରକ୍ଷିତ ଆଇଓଟି/ଓଟି(ଇଣ୍ଟରନେଟ ଅଫ୍‌ ଥିଙ୍ଗ୍ସ/ଅପରେଶନାଲ ଟେକ୍ନୋଲୋଜି) ପରିବେଶକୁ ସାଇବର ଅପରାଧୀମାନେ ଟାର୍ଗେଟ କରୁଛନ୍ତି। ଭାରତୀୟ ଉଦ୍ୟୋଗଗୁଡ଼ିକୁ ସେମାନଙ୍କର ମୂଳ ଅପରେଟିଂ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏକ ଦୃଢ଼ ଏବଂ ବିଶ୍ୱସନୀୟ ସୁରକ୍ଷା ଢାଞ୍ଚା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସୁବ୍ରତ କହିଛନ୍ତି। ତେବେ ଗୁଗଲ ପ୍ଲେ ଷ୍ଟୋର୍‌ରେ ଥିବା ୨୦୦ରୁ ଅଧିକ ଆପ୍‌ ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ ବୋଲି ଏହି ରିପୋର୍ଟ ଦର୍ଶାଇଛି। ସେହିପରି ବୈଶ୍ୱିକ ସ୍ତରରେ ଆଇଓଟି ମାଲଓ୍ବେରର କାରବାର ଚଳିତବର୍ଷ ୪୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ସାଇବର ବିପଦର ବିସ୍ତାର ଏବଂ ପ୍ରକୃତିକୁ ସୂଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri