ଏମ୍‌ସିଏଲ୍‌କୁ ଶୀର୍ଷ ସମ୍ମାନ

ତାଳଚେର, ୨୦ା୮(ନି.ପ୍ର.): ୨୦୨୧-୨୨ ବର୍ଷରେ ଉତ୍ପାଦନ, ଗୁଣବତ୍ତା ଓ ସୁରକ୍ଷା ଶ୍ରେଣୀରେ ମହାନଦୀ କୋଲ୍‌ଫିଲଡସ୍‌ ଲିମିଟେଡ (ଏମ୍‌ସିଏଲ୍‌) ପ୍ରଥମ ପୁରସ୍କାର ହାସଲ କରି କୋଇଲା ମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଓ.ପି. ସିଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ବିଭାଗର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ବିତରଣ ସମାରୋହରେ ଏମ୍‌ସିଏଲ୍‌ ନିର୍ଦ୍ଦେଶକ (କାର୍ମିକ) କେଶବ ରାଓ, ନିର୍ଦ୍ଦେଶକ ବୈଷୟିକ (ଯୋଜନା ଏବଂ ପରିଯୋଜନା) ଯୁଗଳ କୁମାର ବୋରା, ନିର୍ଦ୍ଦେଶକ (ବିତ୍ତ) ଏ.କେ. ବେହୁରା, କୋଇଲା ମନ୍ତ୍ରାଣାଳୟ ସଚିବ ଡ. ଏ.କେ. ଜୈନ, କୋଲ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ତିନୋଟି କ୍ଷେତ୍ରର ଜେନେରାଲ ମ୍ୟାନେଜର ସଞ୍ଜୟ ଝା, ଏ.କେ. ସ୍ବର୍ଣ୍ଣକାର ଏବଂ କେ.କେ. ରୁଲ ଯଥାକ୍ରମେ ବସୁନ୍ଧରା କ୍ଷେତ୍ର, ହିଙ୍ଗୁଳା କ୍ଷେତ୍ର ଏବଂ କଣିହାଁ କ୍ଷେତ୍ରର ପ୍ରଦର୍ଶନରେ ଉତ୍କର୍ଷ ପାଇଁ କୋଇଲା ମନ୍ତ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ଜିତିବା ପରେ ସିଏମ୍‌ଡି ସମଗ୍ର ଏମ୍‌ସିଏଲ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଟିମ୍‌ ଏମସିଏଲର ପ୍ରତ୍ୟେକ ସଦସ୍ୟ ଏବଂ ଖଣି କାର୍ଯ୍ୟରେ ନିୟୋଜିତ ସମସ୍ତ ଠିକା କର୍ମଚାରୀଙ୍କୁ ଏହି କୋଇଲା ମନ୍ତ୍ରୀ ପୁରସ୍କାର ଉତ୍ସର୍ଗ ବୋଲି ସିଂ କହିଛନ୍ତି। ମୋଟ ୫ଟି ବର୍ଗ ମଧ୍ୟରୁ ଏମ୍‌ସିଏଲ୍‌ ତିନିଟି ବର୍ଗରେ ପ୍ରଥମ ପୁରସ୍କାର ହାସଲ କରିଥିବାବେଳେ ସ୍ଥିରତା ବର୍ଗର ପ୍ରଥମ ପୁରସ୍କାର ୱେଷ୍ଟର୍ନ କୋଲ୍‌ଫିଲଡସ ଲିମିଟେଡ (ଡବ୍ଲ୍ୟୁସିଏଲ) ଓ ଇଆରପି କାର୍ଯ୍ୟକାରୀ କରିବାରେ ନର୍ଦ୍ଦନ କୋଲଫିଲଡସ ଲିମିଟେଡ(ଏନ୍‌ସିଏଲ୍‌) ପ୍ରଥମ ପୁରସ୍କାର ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri