Top 5 Tech Startups in Odisha: ଓଡ଼ିଶାର ଟପ୍-୫ ଟେକ୍ ଷ୍ଟାର୍ଟଅପ୍

ଓଡ଼ିଶା ଏକ ଉଦୀୟମାନ ଟେକ୍ ଷ୍ଟାର୍ଟଅପ୍ ହବ୍ ଭାବେ ପରିଚିତ ହେଉଛି, ଯେଉଁଠାରେ ଅନେକ ନୂତନ ଉଦ୍ୟୋଗ ନୂତନତ୍ୱ ଓ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶା ନୀତି ଓ ଭିତ୍ତିଭୂମି ପ୍ରଦାନ କରିବା ଭଳି ପଦକ୍ଷେପ ଏହି କ୍ଷେତ୍ରରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିଛି। ନିମ୍ନରେ ଓଡ଼ିଶା ଭିତ୍ତିକ ଶ୍ରେଷ୍ଠ ୫ଟି ଟେକ୍ ଷ୍ଟାର୍ଟଅପ୍ ବିଷୟରେ ଆଲୋଚନା କରାଯାଇଛି, ଯାହା ତଥ୍ୟ ଓ ଅନୁସନ୍ଧାନ ଆଧାରରେ ଚୟନ କରାଯାଇଛି:

1.BonV aero space: ବନ୍‌ଭି ହେଉଛି ଭୁବନେଶ୍ୱର-ଭିତ୍ତିକ ଏକ ଡ୍ରୋନ୍ କମ୍ପାନୀ, ଯାହା ୨୦୨୧ ମସିହାରେ ସତ୍ୟବ୍ରତ ସତପଥୀ, ଗୌରବ ଆଚ୍ଛା, ରାହୁଲ କୁମାର, ସୁଲତାନ ଆଲମ ଏବଂ ଅବିନାଶ ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଯାହା ବସ୍ତୁ ପରିବହନ ପାଇଁ ଡ୍ରୋନ୍ ଯୋଗାଇଥାଏ।

ଏହାର ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜି ପାଇଁ ପରିଚିତ ‘ବନ୍‌ଭି ଏରୋ’ ହିମାଳୟରେ ନିଜର କ୍ଷମତା ପ୍ରଦର୍ଶନ କରିସାରିଛି। ଏହା ୧୯,୦୨୪ ଫୁଟ ଉଚ୍ଚତାରେ ୩୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଠାଇପାରୁଥିବା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଲଜିଷ୍ଟିକ୍ସ ଡ୍ରୋନ୍ ସହ ଏକ ବିଶ୍ୱ ରେକର୍ଡ (International Book of Records) ସ୍ଥାପନ କରିଥିଲା। ଏଥିରେ ପ୍ରଭାବିତ ହୋଇ ଆମେରିକାର ପ୍ରତିରକ୍ଷା ବିଭାଗ (DoD) ଏବଂ ଗୃହ ସୁରକ୍ଷା ବିଭାଗ (DHS) BonV Aeroକୁ ଏହାର ଦ୍ୱୈତ-ବ୍ୟବହାର ଯୋଗ୍ୟ (ପ୍ରତିରକ୍ଷା ଏବଂ ନାଗରିକ) ପ୍ରଯୁକ୍ତିବିଦ୍ୟାକୁ ବୃଦ୍ଧି କରିବା ପାଇଁ ସମ୍ଭାବ୍ୟ ସହଯୋଗ ଅନୁସନ୍ଧାନ କରିବା ପାଇଁ ଚୟନ କରିଛି।

2. Elementoz Research: ଏଲମେଣ୍ଟୋଜ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ୍ ଜୟଶଙ୍କର ଦାସ ଏବଂ ପଦ୍ମଜା ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ। ଏହି କମ୍ପାନୀ ଭାରତରେ ୨୦୨୨ ମସିହା ଡିସେମ୍ବର ୧୪ ତାରିଖରେ ଆନୁଷ୍ଠାନିକ ଭାବେ ପଞ୍ଜୀକୃତ ହୋଇଥିଲା। ଏହି କମ୍ପାନୀ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଏବଂ ବିଶ୍ୱବ୍ୟାପୀ ବିକଳ୍ପ ପ୍ରୋଟିନ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରେ। ୨୦୨୫ ଷ୍ଟାର୍ଟଅପ ମହାକୁମ୍ଭରେ କମ୍ପନୀକୁ ‘ଗ୍ରାଣ୍ଡ ଚ୍ୟାଲେଞ୍ଜ’ ପୁରାସ୍କାର ମିଳିଥିଲା। କମ୍ପାନୀର ଅଭିନବ ସ୍ମାର୍ଟ ପ୍ରୋଟିନ୍ ଟେକ୍ନୋଲୋଜି ଦ୍ୱାରା ପଶୁ ଖାଦ୍ୟ ଶିଳ୍ପରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରୁଛି।

3.EeVe: EeVe ହେଉଛି ଭୁବନେଶ୍ୱର ଭିତ୍ତିକ ଭାରତର ଏକ ଅଗ୍ରଣୀ ବୈଦ୍ୟୁତିକ ଦୁଇ ଚକିଆ ସ୍କୁଟର ନିର୍ମାଣକାରୀ କମ୍ପାନୀ। ୨୦୧୮ରେ ଏହା ହର୍ଷ ବର୍ଦ୍ଧନ ଦିଦ୍‌ୱାନିଆ ଏବଂ ଜୟ ପ୍ରକାଶ ଦିଦ୍‌ୱାନିଆଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହାର ସ୍କୁଟର ଗୁଡ଼ିକୁ ଶବ୍ଦ ଏବଂ ନିର୍ଗମନ ମୁକ୍ତ ଭାବରେ ଡିଜାଇନ୍ କରାଯାଇଛି ଯାହା ସେମାନଙ୍କୁ ଭବିଷ୍ୟତର ବୈଦ୍ୟୁତିକ ସ୍କୁଟର ଜଗତରେ ଲିଡର କରିପାରେ। ଏହାର ଶୀର୍ଷ ପ୍ରତିଯୋଗୀମାନଙ୍କ ମଧ୍ୟରେ ଓଲା ଇଲେକ୍ଟ୍ରିକ, ଏଥର ଏନର୍ଜି ଏବଂ ଗୋଗୋରୋ ଭଳି କମ୍ପାନୀ ଅନ୍ତର୍ଭୁକ୍ତ।

4.Nexus power: ଯାଆଁଳା ଭଉଣୀ ନିକିତା ବଳିୟାରସିଂହ ଏବଂ ନିଶିତା ବଳିୟାରସିଂହ ୨୦୧୯ ରେ ଭୁବନେଶ୍ୱର ଏହି ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିଥିଲେ। ଏହି ଦୁଇ ଜଣ କୃଷି ବର୍ଜ୍ୟରୁ ଶକ୍ତି ସଞ୍ଚୟ କରୁଥିବା ବ୍ୟାଟେରୀ ତିଆରି କରିଥିଲେ। ଦୁଇ ଭଉଣୀ ଭାରତ ସରକାରଙ୍କଠାରୁ ୨୦୨୦ ଅଗଷ୍ଟ ଏବଂ ୨୦୨୧ ଫେବୃଆରୀରେ ଦୁଇଟି ଅନୁଦାନ ପାଇଥିଲେ। Nexus ବ୍ୟାଟେରୀଗୁଡ଼ିକ ଲିଥିୟମ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ସହିତ କୃଷି ବଳକା ଖାଦ୍ୟ ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିଥାଏ।

5.Innocule: ଇନୋକ୍ୟୁଲ୍ ମ୍ୟାଟେରିଆଲ୍ସ ଆଣ୍ଡ୍ ଆଡିଟିଭ୍ସ ପ୍ରାଇଭେଟ୍ ଲିମିଟେଡ୍ ଓଡିଶା ଭିତ୍ତିକ ଏକ ଘରୋଇ କମ୍ପାନୀ, ଯାହାକୁ ଜ୍ଞାନ ରଞ୍ଜନ ଦାସ ଏବଂ ସୁରଭି ସରନା ୧୧ ନଭେମ୍ବର, ୨୦୧୪ରେ ପ୍ରତିଷ୍ଠା କରିଥିଲେ। କମ୍ପାନୀ ଗତ ୧୧ ବର୍ଷ ଧରି ମୁଖ୍ୟତଃ ଖଣିଜ ଶିଳ୍ପ ପାଇଁ ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ଏବଂ କାର୍ଯ୍ୟଦକ୍ଷତା ସହାୟକ ଉତ୍ପାଦନ କରି ଆସୁଛି। ଯାହା ପ୍ରକ୍ରିୟାକରଣ ସମୟରେ ସମ୍ମୁଖୀନ ହେଉଥିବା ପରିଚାଳନାଗତ ଅସୁବିଧାକୁ ଦୂର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri