Categories: ଖେଳ

ଆଇପିଏଲ୍‌ ଇତିହାସର ଲଜ୍ଜାଜନକ ରେକର୍ଡ: ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଭାରତର…

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ଖେଳାଳିମାନେ ନିଜ ନାମରେ ରେକର୍ଡ କରି ବାହାବା ସାଉଁଟିଛନ୍ତି। ହେଲେ ଏଭଳି କିଛି ଲଜ୍ଜାଜନକ ରେକର୍ଡ ରହିଛି ଯାହା ନ ଚାହିଁ ବି କ୍ରିକେଟରଙ୍କ ସହ ଯୋଡ଼ି ହୋଇଛି। ସେଥିରୁ ଗୋଟିଏ ହେଲା ସବୁଠାରୁ ଅଧିକ ଥର ଶୂନରେ ଆଉଟ ହେବାର ରେକର୍ଡ। ଏହି ମାମଲାରେ ଶୀର୍ଷରେ ଅଛନ୍ତି ୪ଜଣ ଭାରତୀୟ କ୍ରିକେଟର। ସେମାନେ ହେଲେ ହରଭଜନ ସିଂହ, ପାର୍ଥିବ ପଟେଲ, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା। ସମସ୍ତେ ୧୩ଥର ଶୂନରେ ଆଉଟ୍‌ ହୋଇଛନ୍ତି।

ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନ୍‌(ଟପ୍‌-୫):

୧-ହରଭଜନ ସିଂହ, ପାର୍ଥିବ ପଟେଲ, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା-୧୩ ଥର
୨- ପୀୟୁଷ ଚାଓ୍ବଲା, ମନଦୀପ ସିଂହ, ମନୀଷ ପାଣ୍ଡେ, ଗୌତମ ଗମ୍ଭୀର-୧୨ଥର
୩-ଦିନେଶ କାର୍ତ୍ତିକ-୧୧ଥର
୪- ଅମିତ ମିଶ୍ରା, ଗ୍ଲେନ ମାକ୍ସଓ୍ବେଲ, ଶିଖର ଧଓ୍ବନ-୧୦ ଥର
୫- ରବିଚନ୍ଦ୍ରନ ଅଶ୍ୱିନ, ପ୍ରବୀଣ କୁମାର, ଜ୍ୟାକ୍ସ କ୍ୟାଲିସ, ୟୁସୁଫ ପଠାନ, ଏବି ଡିଭିଲିୟର୍ସ-୯ ଥର

Share