ଦୁବାଇରେ ଚାକିରି ଦେବାକୁ କହି ୫ ଲକ୍ଷ ନେଇଗଲେ

ଦିଗପହଣ୍ଡି,୨୯ା୮(ଡି.ଏନ.ଏ.): ଦୁବାଇରେ ଚାକିରି ଦେବାକୁ କହି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝରିପଦର ଗ୍ରାମର ୮ ଯୁବକଙ୍କଠାରୁ ସାଇବର୍‌ ଦଲାଲ୍‌ମାନେ ୫ ଲକ୍ଷ ଟଙ୍କା ଠକି ନେଇଥିବା ଶନିବାର ଅଭିଯୋଗ ହୋଇଛି।

ଠକାମିରେ ଶିକାର ହୋଇଥିବା ଯୁବକମାନେ ହେଲେ ଝରିପଦର ଗ୍ରାମର ରଞ୍ଜନ କୁମାର ଗୌଡ, ଆର୍‌.ଗଙ୍ଗା ରେଡ୍ଡୀ, ବିନୋଦ ଚନ୍ଦ୍ର ଗୌଡ଼, କେଦାର ନାଥ ଗୌଡ, ରବୀନ୍ଦ୍ର ବେହେରା, ଏ.କାଳିଆ ରେଡ୍ଡୀ, ଆର୍‌.ପଣ୍ଟୁ ରେଡ୍ଡୀ ଓ କୃଷ୍ଣଚନ୍ଦ୍ର ଗୌଡ। ଗତ ୨୫ତାରିଖରେ ଝରିଗ୍ରାମର କେଦାରନାଥ ଗୌଡଙ୍କ ପାଖକୁ ଦୁବାଇରୁ ୨ଟି କଲ ଆସିଥିଲା। ଏଥି ପୂର୍ବରୁ ୧୪ ତାରିଖରେ ମଧ୍ୟ ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଥିଲା। ସେଥିରେ ଏକ କମ୍ପାନୀର ଆଇଡି ପ୍ରୁଫ୍‌ ଓ ଠିକଣା ରହିଥିଲା। ପରବର୍ତ୍ତି ସମୟରେ ସମ୍ପୃକ୍ତ ଯୁବକ ଜଣକ କେଦାରନାଥଙ୍କୁ ଏହି ସମ୍ପର୍କରେ ଗ୍ରାମର ଅନ୍ୟମାନଙ୍କୁ ମଧ୍ୟ ଜଣେଇ ଦେବାକୁ ଫୋନରେ କହିଥିଲେ।

ଚାକିରି ଲୋଭରେ ପଡିଥିଲେ ଗ୍ରାମର ୮ ଯୁବକ। ସେମାନେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପଠେଇଥିଲେ। ଟଙ୍କା ପଠେଇବା ପରେ ୮ଜଣଙ୍କ ମଧ୍ୟରୁ ୪ଜଣଙ୍କ ନାମରେ ଭଜା, ଫ୍ଲାଇଟ୍‌ ଟିକେଟ୍‌ ଆସିଥିଲା। ଅନ୍ୟ ୪ଜଣ ଭୁବନେଶ୍ୱର ଏୟାର୍‌ପୋର୍ଟରେ ପହଞ୍ଚତ୍ଲା ପରେ ପଠାଯିବ ବୋଲି ଦଲାଲମାନେ କହିଥିଲେ। ଏନେଇ ଗତ ୨୫ ତାରିଖରେ ସେମାନେ ଭୁବନେଶ୍ୱର ପହଞ୍ଚତ୍ଥିଲେ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ଭିଜା ଓ ଟିକେଟ ନକଲି ହୋଇଥିବାରୁ ସେମାନଙ୍କୁ ବିମାନବନ୍ଦରରେ ସୁରକ୍ଷାକର୍ମୀ ଜେରା କରିଥିଲେ। ଏହାପରେ କମ୍ପାନୀ ନକଲି ବୋଲି ଜଣାବି ପରେ ୮ ଜଣ ଯୁବକ ଶନିବାର ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି।