‘ଶିଶୁଙ୍କ ଅତ୍ୟଧିକ କାନ୍ଦ ଆରିଥ୍‌ମିଆ ହୋଇପାରେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଯଦି ଆପଣଙ୍କ ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍‌ ନୁହେଁ। ପିଲା କାନ୍ଦିଲେ ଅଧିକାଂଶ ଏହା ପେଟ କାଟୁଥିବା କିମ୍ବା କାନ ଟାଣୁଥିବା ବୋଲି ଭାବନ୍ତି। କିନ୍ତୁ ଏହା ବିପଦଜନକ ଆରିଥ୍‌ମିଆ ହୋଇପାରେ, ଯାହା ଶିଶୁଙ୍କ ପାଇଁ ପ୍ରାଣଘାତୀ ସଦୃଶ। ତେଣୁ ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପି ସହାୟତାରେ ପରୀକ୍ଷା କରିବା ସହିତ ହୃଦ୍‌ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରାଯିବା ଉଚିତ ବୋଲି ଏମ୍ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ପଙ୍କଜ ମହାନ୍ତି ପ୍ରକାଶ କରିଛନ୍ତି। ଏମ୍ସ ଭୁବନେଶ୍ୱରରେ ଆରିଥ୍‌ମିଆରେ ଆକ୍ରାନ୍ତ ଏକ ୨୫ ଦିନର ଶିଶୁ କନ୍ୟାର ସଫଳ ଚିକିତ୍ସା ପରେ ମହାନ୍ତି ଏହି ସୂଚନା ଦେଇଛନ୍ତି।
୩ ଦିନ ହେବ ଲଗାତର କାନ୍ଦିବା ସହିତ କିଛି ଖାଉ ନ ଥିବା ଜଣେ ୨୫ ଦିନର ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ମାତାପିତା ମଙ୍ଗଳବାର ରାତିରେ ଭୁବନେଶ୍ୱର ଏମ୍ସକୁ ଆଣିଥିଲେ। ହସ୍ପିଟାଲ ଆଣିବା ସମୟରେ ଶିଶୁକନ୍ୟା ଗୁରୁତର ଅବସ୍ଥାରେ ଥିଲେ। ହସ୍ପିଟାଲ୍‌ ଆସିବା ପୂର୍ବରୁ ଶିଶୁର କୋଲିକ୍‌, ଓଟିଟିସ୍‌ କିମ୍ବା ସେପସିସ୍‌ ଭଳି ଚିକିତ୍ସା କରାଯାଇଥିଲା। ତେବେ ଏମ୍ସକୁ ଆସିବା ପରେ ଡାକ୍ତର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ସମୟରେ ଶିଶୁର ହୃଦ୍‌ସ୍ପନ୍ଦନ (ହାର୍ଟ ରେଟ୍‌) ୩ଶହ ବିପିଏମ୍‌ରୁ ଅଧିକ ଥିବା ଜଣାପଡ଼ିଥିଲା। ସାଧାରଣତଃ ଶିଶୁଙ୍କ କ୍ଷେତ୍ରରେ ଏହା ୧୪୦ ବିପିଏମ୍‌ ରହିଥାଏ। ଏନେଇ ଶିଶୁ କନ୍ୟାଙ୍କ ତୁରନ୍ତ ଇସିଜି କରାଯାଇଥିଲା। ଏଥିରେ ଅନୁପସ୍ଥିତ ପି-ତରଙ୍ଗ(ପି ୱେଭ୍‌) ଏବଂ ହୃଦ୍‌ସ୍ପନ୍ଦନ ୨୮୮ ଏସ୍‌/ ଓପିଏସ୍‌ଭିଟି ପ୍ରକାଶ ପାଇଥିଲା। ଶିଶୁକୁ ତୁରନ୍ତ ଏନ୍‌ଆଇସିୟୁକୁ ନିଆଯାଇ ହୃଦ୍‌ସ୍ପନ୍ଦନକୁ ସାଧାରଣ ଅବସ୍ଥାକୁ ଫେରାଇବାକୁ ଚିକିତ୍ସା କରାଯାଇଥିଲା। ସଫଳ ଚିକିତ୍ସା ଯୋଗୁ ୨୪ ଘଣ୍ଟା ପରେ ଶିଶୁ ସ୍ବାଭାବିକ ହେବା ସହିତ ଉତ୍ତମ ଅବସ୍ଥାକୁ ଫେରିବା ସହ ସ୍ତନ୍ୟପାନ କରିଥିଲା। ଠିକ୍‌ ସମୟରେ ଶିଶୁଟିର ଉଚିତ୍‌ ଚିକିତ୍ସା କରାଯାଇପାରିବାରୁ ତାକୁ ବଞ୍ଚାଇ ପାରିଲୁ ବୋଲି ଡାକ୍ତର ମହାନ୍ତି କହିଛନ୍ତି। ଏମ୍ସ ହୃଦ୍‌ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ରାମଚନ୍ଦ୍ର ବାରିକ ଶିଶୁର ଇକୋ କାର୍ଡିଓଲୋଜି କରିବାରେ ସହଯୋଗ କରିବା ସହିତ ସ୍ଥିତି ଉପରେ ନଜର ରଖିଥିଲେ। ସେହିପରି ଡିଏମ୍‌ ରେସିଡେଣ୍ଟ୍‌ ଡାକ୍ତର ପୂର୍ବାଶା ପ୍ରଥମେ ଶିଶୁ କନ୍ୟାକୁ ଦେଖିବା ସହିତ ବରିଷ୍ଠ ବିଶେଷଜ୍ଞଙ୍କୁ ସୂଚନା ଦେଇଥିଲେ। ଜୁନିୟର୍‌ ରେସିଡେଣ୍ଟ୍‌ ଡାକ୍ତର ହେମନ୍ତଙ୍କ ସହିତ ନବଜାତ ଶିଶୁ ବିଭାଗର ଏକାଧିକ କର୍ମଚାରୀ ଏହି ଚିକିତ୍ସା ଦଳରେ ସାମିଲ ଅଛନ୍ତି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ପ୍ରକାରର ମାମଲା ପ୍ରାୟତଃ ଘଟିଥାଏ। ମାତ୍ର ସଚେତନତାର ଅଭାବ କାରଣରୁ ଅଭିଭାବକମାନେ ଏହାକୁ ଅଣଦେଖା କରିଥାଆନ୍ତି। ଏପରିକି ଚିକିତ୍ସା ସମୟରେ ମଧ୍ୟ ଆରିଥ୍‌ମିଆକୁ ଦୃଷ୍ଟିକୁ ନିଆଯାଇ ନ ଥାଏ। ଫଳରେ ଶିଶୁଙ୍କ ମଧ୍ୟରେ ହୃଦୟ ଓ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଇ ବିପଦ ଆଣିଥାଏ। ଏମ୍ସ ଡାକ୍ତରୀ ଦଳଙ୍କ ସଫଳ ଚିକିତ୍ସା ଯୋଗୁ ଶିଶୁ କନ୍ୟା ଭଲ ହୋଇଯାଇଥିବାରୁ ସମସ୍ତଙ୍କୁ ଶିଶୁର ମାତାପିତା ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri