ଟନ୍‌ ଟନ୍‌ ମାଛ: ଓଜନ ସମ୍ଭାଳି ନ ପାରି ୨ ଡଙ୍ଗା ଟଳମଳ

ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଲକ୍‌ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଜେଠିରେ ୨ଟି ଡଙ୍ଗାରୁ ୨ ଟନ୍‌ ୨୦ କେଜି ମାଛ ଧରା ପଡ଼ିଛନ୍ତି। ଏତେ ସଂଖ୍ୟକ ମାଛ ଜାଲରେ ପଡ଼ିବାରୁ ଡଙ୍ଗା ସମୁଦ୍ରରେ ଟଳମଳ ହୋଇଥିଲା। ମତ୍ସ୍ୟଜୀବୀମାନେ ଏହି ଡଙ୍ଗାକୁ କୌଶଳକ୍ରମେ କୂଳକୁ ଆଣିଥିଲେ। ଜେଠିରେ ଜାଲରୁ ମାଛଙ୍କୁ ଛଡ଼ାଇବାକୁ ମତ୍ସ୍ୟଜୀବୀମାନଙ୍କୁ ଦୀର୍ଘ ସମୟ ଲାଗିଥିଲା। ଏମାନଙ୍କ ଭିତରୁ ଜଣେ ମତ୍ସ୍ୟଜୀବୀଙ୍କ କହିବା କଥା, ଅମାବାସ୍ୟା ପୂର୍ବଦିନ କୋହଲା ପାଗ ସାଙ୍ଗକୁ ଦକ୍ଷିଣା ପବନ ବହିଥିଲା। ଫଳରେ ଏତେ ପରିମାଣର ମାଛ ପଡ଼ିଥିଲେ। ଏହି ମାଛକୁ ଦେଖି ମତ୍ସ୍ୟଜୀବୀମାନେ ବେଶ୍‌ ଖୁସି ହୋଇଛନ୍ତି। ଏହି ଓଲଟି ପ୍ରଜାତିର ମାଛ କିଲୋ ପ୍ରତି ୨ ଶହରୁ ୩ ଶହ ଟଙ୍କା ଓ ସମୁଦ୍ର ଟାଇଗର ଚିଙ୍ଗୁଡ଼ି କିଲୋ ପ୍ରତି ୧ ହଜାରରୁ ଦେଢ଼ ହଜାର ଟଙ୍କାରେ କୋଲକାତା ବଜାରରେ ବିକ୍ରି ହୋଇଥାଏ। ସ୍ଥାନୀୟ ମାଛ ବ୍ୟବସାୟୀ ଟ୍ରକ୍‌ ଯୋଗେ ଏହି ମାଛକୁ କୋଲକାତା ଚାଲାଣ କରିଛନ୍ତି।
ସୂଚନାଯୋଗ୍ୟ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳବାୟୁ ଜୀବଜନ୍ତୁ, ବିରଳ ପ୍ରଜାତିର ମାଛକୁ ଆକୃଷ୍ଟ କରିଥାଏ। ସେଥିପାଇଁ ଶୀତ ଋତୁ ପ୍ରାରମ୍ଭରୁ ଅଲିଭ୍‌ ରିଡ଼ଲେ କଇଁଛ, ହର୍ସୁ କ୍ରାବ୍‌, ବିଭିନ୍ନ ପ୍ରଜାତିର ଡଲଫିନ, ସାର୍କ ଭଳି ଭିନ୍ନ ଭିନ୍ନ ପ୍ରଜାତିର ସମୁଦ୍ର ଟାଇଗର ଚିଙ୍ଗୁଡ଼ି ସମେତ ମାଛ ଅନେକ ମାଇଲି ସମୁଦ୍ର ପଥ ଅତିକ୍ରମ କରି ଏଠାକୁ ନିଜର ବଂଶ ବିସ୍ତାର କରିବାକୁ ଚାଲି ଆସନ୍ତି। କାରଣ ଏହି ସ୍ଥାନ ମଧୁର ମିଶ୍ରିତ ଜଳ ଓ ଲୁଣି ପାଣିର ସଙ୍ଗମ ସ୍ଥଳରେ ବଂଶ ବିସ୍ତାର ପାଇଁ ପ୍ରକୃଷ୍ଟ ଜଳବାୟୁ। ହେଲେ ଗହୀରମଥା ଓ ଆଖପାଖ ସାମୁଦ୍ରିକ ଅଞ୍ଚଳରେ ବଡ଼ ବଡ଼ ଟ୍ରଲର, ଗିଲେଟିଂ ବୋଟ ଗାଞ୍ଜ ଜାଲରେ ଛନ୍ଦି ହୋଇ ଅକାଳରେ ସେମାନଙ୍କ ଜୀବନ ଯାଉଛି। ଫଳରେ ବଂଶ ବିସ୍ତାରରେ ବେଆଇନ ଟ୍ରଲର, ବୋଟ ଚଳାଚଳ ବାଧକ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri