ତ୍ୱଚା ପାଇଁ ଟୋନର

ତ୍ୱଚାକୁ ଭଲଭାବେ ସଫା କରିବା ନିମନ୍ତେ ଟୋନର ବ୍ୟବହାର କରାଯାଏ। ଟୋନର ଲଗାଇଲେ ତ୍ୱଚାକୁ ପୋଷଣ ମିଳିବା ସହିତ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ତେବେ କିଭଳି ଏବଂ କେଉଁ ପ୍ରକାରରଟୋନର ଲଗାଇବେ ସେ ସମ୍ପର୍କରେ ଜାଣି ରଖନ୍ତୁ…

ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଟୋନର ବଦଳରେ ହୋମ୍‌ ମେଡ୍‌ ଟୋନର୍‌ ବ୍ୟବହାର କରନ୍ତୁ। ଘରେ ଟୋନର ତିଆରି ପାଇଁ ଅଧା କପ୍‌ ପାଣି ଫୁଟାଇ ସେଥିରେ ଗ୍ରୀନ ଟି ବ୍ୟାଗ ପକାଇ ଦୁଇ ମିନିଟ୍‌ ଛାଡି ଦିଅନ୍ତୁ। ଏବେ ଏଥିରେ ୧ ଚାମଚ ଗୋଲାପ ଜଳ ଏବଂ ଅଧା କଟା ଡାଳିମ୍ବ ଜୁସ୍‌ ମିଶାନ୍ତୁ। ଏହାକୁ ବୋତଲରେ ରଖି ବ୍ୟବହାର କରନ୍ତୁ। ପାଣିରେ ଆଲୋବେରା ଜେଲ ମିଶାଇ ଏହାକୁ ମଧ୍ୟ ଟୋନର ଭଳି ବ୍ୟବହାର କରିପାରିବେ।
ଯେକୌଣସି ପ୍ରକାରର ଟୋନରକୁ ତୁଳା ସାହାଯ୍ୟରେ ମୁହଁ ଏବଂ ବେକରେ ଭଲଭାବେ ଲଗାନ୍ତୁ। ଏହାପରେ ହାଲ୍‌କା ଭାବେ ମସାଜ୍‌ କରି ଶୁଖିବା ପାଇଁ ଛାଡି ଦିଅନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାକୁ ପୋଷଣ ମିଳିଥାଏ।
ଆପଣଙ୍କ ସ୍କିନ ଅନୁସାରେ ହିଁ ଟୋନର ବାଛନ୍ତୁ। ଯଦି ଆପଣଙ୍କ ସ୍କିନ୍‌ ସେନସିଟିଭ୍‌ ହୋଇଥାଏ ତେବେ ତ୍ୱଚା ଅନୁସାରେ ଟୋନର ଲଗାନ୍ତୁ। ଫଳରେ ତ୍ୱଚାର ପିଏଚ୍‌ ଲେବଲରେ ସନ୍ତୁଳନ ରହିପାରିବ।
ଟୋନର ବ୍ୟବହାର କରିବା ଫଳରେ ତ୍ୱଚା ଶୁଷ୍କ ହୋଇ ନ ଥାଏ। ଦିନକୁ ଦୁଇଥର ଏଭଳି ଟୋନର ବ୍ୟବହାର କରିପାରିବେ।
ପ୍ରଥମେ ଫେସୱାଶ୍‌ରେ ମୁହଁ ଧୋଇ ଦିଅନ୍ତୁ। ଏହାପରେ ତୁଳାରେ ଟୋନର ଲଗାଇ ହାତରେ ସ୍କ୍ରବ କରନ୍ତୁ। ଟୋନର ଲଗାଇବା ପରେ ମଶ୍ଚରାଇଜର ଲଗାନ୍ତୁ। କିଛି ସମୟ ସନ୍‌ସ୍କ୍ରିନ୍‌ ଲଗାନ୍ତୁ।