Categories: ଜାତୀୟ

ଗୋପାଳ ଇଟାଲିଆଙ୍କ ଜନସଭାରେ ପଥରମାଡ, ସିସୋଡିଆ କହିଲେ ହାରିବାର ଭୟରେ ବିଳିବିଳାଉଛି ଭାଜପା

ସୁରଟ,୨୭ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଯୋରସୋରେ ପ୍ରଚାରରେ ଲାଗି ପଡିଛନ୍ତି । ଏହି କ୍ରମରେ ଶନିବାର ୨୬ ନଭେମ୍ବରରେ ଆମ ଆଦମୀ ପାର୍ଟି(ଏଏପି)ର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ ସୁରଟରେ ପ୍ରଚାର କରୁଥିଲେ । ଏହି ସମୟରେ ତାଙ୍କ ଜନସଭା ଉପରକୁ ପଥରମାଡ ହୋଇଥିଲା । ଫଳରେ ଜଣେ ଶିଶୁ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଏଏପି ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, ଏହି ଘଟଣା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଦାୟୀ । ସିସୋଡିଆ ଉକ୍ତ ସଭାର ଏକ ଫଟୋ ବି ଶେୟାର କରିଛନ୍ତି ।
ସିସୋଡିଆ ତାଙ୍କ ଟୁଇଟରେ ଲେଖିଛନ୍ତି, ଗୁଜରାଟ ଓ ଏମସିଡି ନିର୍ବାଚନ ହାରିବା ଭୟରେ ଭାଜପାର ମୁଣ୍ଡ ଖରାପ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭୟ କରି ଭାଜପା ପଥରମାଡ କରିବା ସହ ବିଜୟ ହାସଲ କରିବାକୁ ଚେଷ୍ଟା କରୁଛି । ତାଙ୍କ ଶାସନର କ୍ଷମତା ଆଉ ମାତ୍ର ଅଳ୍ପ ଦିନ, ଭାଜପାର ସମସ୍ତ କୁକର୍ମର ହିସାବ ଜନତା ଖୁବଶୀଘ୍ର ଦେବେ ବୋଲି ସିସୋଡିଆ କହିଛନ୍ତି ।

Share