ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସହ ଆହୁରି ଅନେକ କ୍ଷେତ୍ରରେ ଏହି ଚଳଚ୍ଚିତ୍ରଟି ଓସ୍କାର ଦୌଡ଼ର ସାଧାରଣ ବର୍ଗରେ ପ୍ରବେଶ କରିଛି। ଏହି ଚଳଚ୍ଚିତ୍ରଟିର କାହାଣୀ ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ଭାରତର ପୂର୍ବ ଉପକୂଳ ବିଶେଷକରି ଓଡ଼ିଶାରେ ଅଦୃଶ୍ୟ ହୋଇଯାଇଥିବା ଗ୍ରାମଗୁଡ଼ିକ ଉପରେ ଆଧାରିତ। ଚଳଚ୍ଚିତ୍ରଟି ଏକାଡେମୀ ସ୍କ୍ରିନିଙ୍ଗ ରୁମ୍‌ରେ ଉପଲବ୍ଧ ହୋଇଥିବାବେଳେ ଭୋଟ୍‌ ଓ ନୋମିନେଶନ ପାଇଁ ଏକାଡେମୀର ସଦସ୍ୟମାନେ ଏହି ଚଳଚ୍ଚିତ୍ରଟିକୁ ଦେଖିପାରିବେ। ନୀଳମାଧବ ପଣ୍ଡା କହିଛନ୍ତି, ‘ଲସ୍‌ ଏଞ୍ଜେଲସ ଏବଂ ନ୍ୟୁୟର୍କର ସମସ୍ତ ଥିଏଟର ବନ୍ଦ ରହିଥିବା ଯୋଗୁ ଚଳିତବର୍ଷ ଏହି ଯୋଗ୍ୟତା ହାସଲ କରିବା କଷ୍ଟକର ଥିଲା। ଆମେ ପ୍ରଚାର ଆରମ୍ଭ କରିଦେଇଛୁ। ଚଳଚ୍ଚିତ୍ରଟିକୁ ଦେଖାଇବା ପାଇଁ ଜୁରିମାନଙ୍କ ନିକଟରେ ପହଞ୍ଚତ୍ଛୁ।