କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରିଛି। ଅପରପକ୍ଷରେ କଂଗ୍ରେସରୁ ଅଶୋକ କୁମାର ପ୍ରତିହାରୀ ଓ ଭାଜପାରୁ ଲଳିତ କୁମାର ବେହେରା ପ୍ରାର୍ଥୀ ହୋଇଛନ୍ତି। ୨୦୧୪ରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ହରାଇ ବିଧାୟକ ହୋଇଥିଲେ। ୨୦୧୯ରେ ଅଂଶୁମାନଙ୍କୁ ହରାଇ ଧ୍ରୁବ ବାଜି ମାରିନେଇଥିଲେ। ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଏବେ ଗୋଟିଏ ଦଳରେ। ଅଂଶୁମାନ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ତାଙ୍କୁ ଦଳ କେନ୍ଦ୍ରାପଡ଼ା ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ କରିଛି। ଏହାପରେ ଧ୍ରୁବ ଦୀର୍ଘଦିନର ଶତ୍ରୁତା ଭୁଲି ଅଂଶୁମାନଙ୍କୁ ସ୍ବାଗତ କରିବା ସହ ଉଭୟ ଏକ ହୋଇଛନ୍ତି। ସେମାନେ ବିଭିନ୍ନ ପଞ୍ଚାୟତରେ ମିଶ୍ରଣ ପର୍ବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରିବାକୁ ପ୍ରଚାର ଜୋର୍‌ଦାର କରୁଛନ୍ତି। ଉଭୟଙ୍କୁ ଗୋଟିଏ ମଞ୍ଚରେ ଦେଖି ରାଜନଗରବାସୀ ଆଲୋଚନା କରୁଛନ୍ତି ଯେ, ରାଜନୀତିରେ ମିତ୍ରତା ଓ ଶତ୍ରୁତା ସମୁଦ୍ରର ଢେଉ ଭଳି ସ୍ଥିର ନୁହେଁ। ଉଭୟଙ୍କୁ ଉଦାହରଣ ଦେଇ କାଲିର ବିରୋଧୀ ଆଜି ଭାଇ-ଭାଇ ବୋଲି ସେମାନେ ଚର୍ଚ୍ଚା କରୁଛନ୍ତି।
ଦଳ ଏକ, କାର୍ଯ୍ୟାଳୟ ଦୁଇ
ଅଂଶୁମାନ ବିଜେଡିରେ ମିଶିବା ପରେ ତାଙ୍କ ବାପା ନଳିନୀକାନ୍ତ ମହାନ୍ତିଙ୍କ କଂଗ୍ରେସ କାର୍ଯ୍ୟାଳୟର ଦୃଶ୍ୟକୁ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନ ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଫଟୋ ଥିବା ବ୍ୟାନର ଉକ୍ତ କାର୍ଯ୍ୟାଳୟରେ ଲଗାଯାଇଛି। ଏହାଛଡ଼ା ବିଜେଡି ପତାକା ଦ୍ୱାରା ଅଫିସ ଛାଇ ହୋଇଯାଇଛି। ଅପରପକ୍ଷରେ ରାଜନଗର ଉପକଣ୍ଠରେ ବିଧାୟକ ଧ୍ରୁବ ସାହୁ, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ବ୍ୟାନର ଲଗାଯାଇଥିବା ବିଜେଡିର ପୁରୁଣା କାର୍ଯ୍ୟାଳୟ ରହିଛି।
ଧ୍ରୁବଙ୍କ ପୂର୍ବତନ ସହଯୋଗୀ ଏବେ କଂଗ୍ରେସ ପ୍ରାର୍ଥୀ
୨୦୦୭ରୁ ବିଧାୟକ ଧ୍ରୁବ ସାହୁ ତାଙ୍କ ରାଜନୈତିକ ପତିଆରାକୁ ବଢ଼ାଇବା ପାଇଁ ଯେଉଁ କେତେଜଣ ଯୁବକଙ୍କୁ ଆପଣେଇଥିଲେ, ସେମାନଙ୍କ ମଧ୍ୟରେ ବିଜେଡିର ପୂର୍ବତନ ବ୍ଲକ ସଭାପତି ତଥା ଜିଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ରହିଥିଲେ। ୨୦୧୨, ୨୦୧୭, ୨୦୨୨ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଧ୍ରୁବ ଅଧିକ ଗୁରୁତ୍ୱ ଦେଇ ସାଙ୍ଗଠନିକ ମଙ୍ଗ ଧରାଇଥିଲେ। ଏପରିକି ୨୦୨୨ ପଞ୍ଚାୟତ ନିର୍ବାଚନ ପରେ ଅଶୋକଙ୍କୁ କେନ୍ଦ୍ରାପଡ଼ା ଜିଲା ପରିଷଦ ଉପାଧ୍ୟକ୍ଷ କରିବାରେ ଧ୍ରୁବଙ୍କ ପ୍ରମୁଖ ଭୂମିକା ରହିଥିଲା। ପରବର୍ତ୍ତୀ ସମୟରେ ଦଳବିରୋଧୀ କାର୍ଯ୍ୟ ପାଇଁ ଅଶୋକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେ କଂଗ୍ରେସରେ ମିଶିବା ପରେ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି। ଏବେ ଗୁରୁ ଓ ଶିଷ୍ୟଙ୍କ ଲଢ଼େଇ ଏଠାରେ ବେଶ୍‌ ଆଲୋଚ୍ୟର ବିଷୟ ହୋଇଛି।
ନିର୍ଣ୍ଣାୟକ ହେବେ ବଙ୍ଗଭାଷୀ ଭୋଟର
ରାଜନଗର ନିର୍ବାଚନମଣ୍ଡଳୀର ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳ ଭାବେ ଡାଙ୍ଗମାଳ, ଖମାରସାହି, କୃଷ୍ଣନଗର, ତାଳଚୁଆ, ରଙ୍ଗଣୀ, ବାଘମାରି ଓ କେରୁଅଁାପାଳ ପ୍ରଭୃତି ପଞ୍ଚାୟତରେ ପ୍ରାୟ ୯୦ ପ୍ରତିଶତ ବଙ୍ଗଭାଷୀ ବସବାସ କରୁଛନ୍ତି। ଚଳିତ ନିର୍ବାଚନରେ ଏହି ଅଞ୍ଚଳର ଲଳିତ କୁମାର ବେହେରାଙ୍କୁ ଭାଜପା ପ୍ରାର୍ଥୀ କରିଛି। ସେମାନଙ୍କ ଅଞ୍ଚଳରୁ ପ୍ରଥମକରି ଯୁବନେତା ଲଳିତ ନିର୍ବାଚନ ଲଢୁଥିବାରୁ ତାଙ୍କ ପ୍ରତି ବଙ୍ଗଭାଷୀ ଭୋଟରମାନଙ୍କର ଆନୁଗତ୍ୟ କେତେ ରହିବ, ତାହା ଜୁନ୍‌ ୪ରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri