କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରିଛି। ଅପରପକ୍ଷରେ କଂଗ୍ରେସରୁ ଅଶୋକ କୁମାର ପ୍ରତିହାରୀ ଓ ଭାଜପାରୁ ଲଳିତ କୁମାର ବେହେରା ପ୍ରାର୍ଥୀ ହୋଇଛନ୍ତି। ୨୦୧୪ରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ହରାଇ ବିଧାୟକ ହୋଇଥିଲେ। ୨୦୧୯ରେ ଅଂଶୁମାନଙ୍କୁ ହରାଇ ଧ୍ରୁବ ବାଜି ମାରିନେଇଥିଲେ। ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଏବେ ଗୋଟିଏ ଦଳରେ। ଅଂଶୁମାନ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ତାଙ୍କୁ ଦଳ କେନ୍ଦ୍ରାପଡ଼ା ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ କରିଛି। ଏହାପରେ ଧ୍ରୁବ ଦୀର୍ଘଦିନର ଶତ୍ରୁତା ଭୁଲି ଅଂଶୁମାନଙ୍କୁ ସ୍ବାଗତ କରିବା ସହ ଉଭୟ ଏକ ହୋଇଛନ୍ତି। ସେମାନେ ବିଭିନ୍ନ ପଞ୍ଚାୟତରେ ମିଶ୍ରଣ ପର୍ବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରିବାକୁ ପ୍ରଚାର ଜୋର୍‌ଦାର କରୁଛନ୍ତି। ଉଭୟଙ୍କୁ ଗୋଟିଏ ମଞ୍ଚରେ ଦେଖି ରାଜନଗରବାସୀ ଆଲୋଚନା କରୁଛନ୍ତି ଯେ, ରାଜନୀତିରେ ମିତ୍ରତା ଓ ଶତ୍ରୁତା ସମୁଦ୍ରର ଢେଉ ଭଳି ସ୍ଥିର ନୁହେଁ। ଉଭୟଙ୍କୁ ଉଦାହରଣ ଦେଇ କାଲିର ବିରୋଧୀ ଆଜି ଭାଇ-ଭାଇ ବୋଲି ସେମାନେ ଚର୍ଚ୍ଚା କରୁଛନ୍ତି।
ଦଳ ଏକ, କାର୍ଯ୍ୟାଳୟ ଦୁଇ
ଅଂଶୁମାନ ବିଜେଡିରେ ମିଶିବା ପରେ ତାଙ୍କ ବାପା ନଳିନୀକାନ୍ତ ମହାନ୍ତିଙ୍କ କଂଗ୍ରେସ କାର୍ଯ୍ୟାଳୟର ଦୃଶ୍ୟକୁ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନ ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଫଟୋ ଥିବା ବ୍ୟାନର ଉକ୍ତ କାର୍ଯ୍ୟାଳୟରେ ଲଗାଯାଇଛି। ଏହାଛଡ଼ା ବିଜେଡି ପତାକା ଦ୍ୱାରା ଅଫିସ ଛାଇ ହୋଇଯାଇଛି। ଅପରପକ୍ଷରେ ରାଜନଗର ଉପକଣ୍ଠରେ ବିଧାୟକ ଧ୍ରୁବ ସାହୁ, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ବ୍ୟାନର ଲଗାଯାଇଥିବା ବିଜେଡିର ପୁରୁଣା କାର୍ଯ୍ୟାଳୟ ରହିଛି।
ଧ୍ରୁବଙ୍କ ପୂର୍ବତନ ସହଯୋଗୀ ଏବେ କଂଗ୍ରେସ ପ୍ରାର୍ଥୀ
୨୦୦୭ରୁ ବିଧାୟକ ଧ୍ରୁବ ସାହୁ ତାଙ୍କ ରାଜନୈତିକ ପତିଆରାକୁ ବଢ଼ାଇବା ପାଇଁ ଯେଉଁ କେତେଜଣ ଯୁବକଙ୍କୁ ଆପଣେଇଥିଲେ, ସେମାନଙ୍କ ମଧ୍ୟରେ ବିଜେଡିର ପୂର୍ବତନ ବ୍ଲକ ସଭାପତି ତଥା ଜିଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ରହିଥିଲେ। ୨୦୧୨, ୨୦୧୭, ୨୦୨୨ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ଧ୍ରୁବ ଅଧିକ ଗୁରୁତ୍ୱ ଦେଇ ସାଙ୍ଗଠନିକ ମଙ୍ଗ ଧରାଇଥିଲେ। ଏପରିକି ୨୦୨୨ ପଞ୍ଚାୟତ ନିର୍ବାଚନ ପରେ ଅଶୋକଙ୍କୁ କେନ୍ଦ୍ରାପଡ଼ା ଜିଲା ପରିଷଦ ଉପାଧ୍ୟକ୍ଷ କରିବାରେ ଧ୍ରୁବଙ୍କ ପ୍ରମୁଖ ଭୂମିକା ରହିଥିଲା। ପରବର୍ତ୍ତୀ ସମୟରେ ଦଳବିରୋଧୀ କାର୍ଯ୍ୟ ପାଇଁ ଅଶୋକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେ କଂଗ୍ରେସରେ ମିଶିବା ପରେ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି। ଏବେ ଗୁରୁ ଓ ଶିଷ୍ୟଙ୍କ ଲଢ଼େଇ ଏଠାରେ ବେଶ୍‌ ଆଲୋଚ୍ୟର ବିଷୟ ହୋଇଛି।
ନିର୍ଣ୍ଣାୟକ ହେବେ ବଙ୍ଗଭାଷୀ ଭୋଟର
ରାଜନଗର ନିର୍ବାଚନମଣ୍ଡଳୀର ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳ ଭାବେ ଡାଙ୍ଗମାଳ, ଖମାରସାହି, କୃଷ୍ଣନଗର, ତାଳଚୁଆ, ରଙ୍ଗଣୀ, ବାଘମାରି ଓ କେରୁଅଁାପାଳ ପ୍ରଭୃତି ପଞ୍ଚାୟତରେ ପ୍ରାୟ ୯୦ ପ୍ରତିଶତ ବଙ୍ଗଭାଷୀ ବସବାସ କରୁଛନ୍ତି। ଚଳିତ ନିର୍ବାଚନରେ ଏହି ଅଞ୍ଚଳର ଲଳିତ କୁମାର ବେହେରାଙ୍କୁ ଭାଜପା ପ୍ରାର୍ଥୀ କରିଛି। ସେମାନଙ୍କ ଅଞ୍ଚଳରୁ ପ୍ରଥମକରି ଯୁବନେତା ଲଳିତ ନିର୍ବାଚନ ଲଢୁଥିବାରୁ ତାଙ୍କ ପ୍ରତି ବଙ୍ଗଭାଷୀ ଭୋଟରମାନଙ୍କର ଆନୁଗତ୍ୟ କେତେ ରହିବ, ତାହା ଜୁନ୍‌ ୪ରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri