ରାତି ପାହିଲେ ନୂଆଁଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଭବାନୀପାଟଣା, ୨୭।୮(ଉତ୍ତମ କୁମାର ଦାସ): ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ କଳାହାଣ୍ଡି ଜିଲାର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି। କୃଷି ଭିତ୍ତିକ ପର୍ବ ନୂଆଁଖାଇ ପ୍ରକୃତିର କୋଳରେ ଯେବେ ପ୍ରଥମଥର ପାଇଁ ଧାନ ଅମଳ ହୁଏ ତାହା ବଦଳରେ ମଣିଷ ପ୍ରକୃତିକୁ, ଗ୍ରାମଦେବୀ ତଥା ଇଷ୍ଟଦେବୀଙ୍କୁ କୃତଜ୍ଞତା ଜଣାଇଥାଏ। ପ୍ରଥମ ଅମଳ ଧାନକୁ ଭଗବାନଙ୍କ ପାଖରେ ଅର୍ପଣ କରିଥାଏ। ପ୍ରସାଦ ସ୍ବରୂପ ପରିବାର ସାଙ୍ଗରେ ମିଶି ସେହି ନୂଆ ଚାଉଳକୁ ନବାନ୍ନ ଭାବରେ ଭକ୍ଷଣ କରିଥାଏ । ଏହାକୁ ହିଁ ନୂଆଁଖାଇ କୁହାଯାଏ। ଗୁରୁବାର ସକାଳ ୯ଟା ୪୮ ମିନିଟରୁ ୧୦ ଟା ୩ ମଧ୍ୟରେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଏହି ସମୟରେ ସମଗ୍ର କଳାହାଣ୍ଡିବାସୀ ନୂଆଁ ଖାଇବେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ପର୍ବ କୃଷି ସହ ଜଡିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ।

ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ କିଣିବାରେ ଲାଗିଛନ୍ତି। ଏଥିପାଇଁ ଦୋକାନ ବଜାର ସମେତ ରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। କପଡା ଦେକାନରେ ଭଲ ବ୍ୟବସାୟ ହେଉଥିବା ପ୍ରକାଶ କରିଛନ୍ତି ବ୍ୟବସାୟୀ । ଜିଲାର ବିଭିନ୍ନ ହାଟ ବଜାରରୁ ପନିପରିବା ସହ ନୂଆଁଖାଇରେ ବ୍ୟବହୃତ ନୂଆ ଧାନ, ଚୁଡା ଲୋକେ କିଣୁଛନ୍ତି। ନୂଆଁଖାଇ ଉପଲକ୍ଷେ ଜୁନାଗଡ଼ ସାପ୍ତାହିକ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ବର୍ଷକୁ ଥରେ କଳାହାଣ୍ଡିବାସୀ ଏହି ଦିନକୁ ଅନାଇ ବସିଥାନ୍ତି। ଯିଏ ଯେଉଁଠି ବି ଥାଆନ୍ତି ଏହି ଦିନରେ ଆସି ପରିବାର ସହ ବସି ଏକାଠି ନୂଆଁ ଖାଇଥାନ୍ତି। ତେଣୁ ଏହାକୁ ଭାଇଚାରାର ପର୍ବ ମଧ୍ୟ କୁହାଯାଏ। ଏହାରି ଭିତରେ ନୂଆଁଖାଇକୁ ସ୍ବାଗତ କରିବା ପାଇଁ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗାୟକ ନିଲାଞ୍ଚଳ ପାନ ଓ ତାଙ୍କ ସାଥି ନୂଆଁଖାଇ ଗୀତ ପରିବେଷଣ କରି ଏହି ପର୍ବକୁ ଆହୁରି ସ୍ମରଣୀୟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri