ପାକିସ୍ତାନରେ ୪୦୦% ବଢ଼ିଲା ଟମାଟୋ ଦାମ୍, କିଲୋଗ୍ରାମ ୬୦୦ ଟଙ୍କା

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବନ୍ଦ ଯୋଗୁଁ ଉଭୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷ କରି, ପାକିସ୍ତାନରେ ଟମାଟୋ ଦର ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ କିଲୋଗ୍ରାମ ପ୍ରତି ପାଖାପାଖି ୬୦୦ ପାକିସ୍ତାନୀ ଟଙ୍କା ($୨.୧୩) ରେ ପହଞ୍ଚିଛି, ଯାହାକି ପାଞ୍ଚ ଗୁଣ ଅଧିକ।

ଉଭୟ ଦେଶ ମଧ୍ୟରେ ସଂଘର୍ଷ ଯୋଗୁଁ ଅକ୍ଟୋବର ୧୧ ତାରିଖରୁ ସମସ୍ତ ସୀମା ପଥ ବନ୍ଦ ରହିଛି। କାବୁଲରେ ଥିବା ପାକ-ଆଫଗାନ ବାଣିଜ୍ୟ ଚାମ୍ବରର ମୁଖ୍ୟ ଖାନ୍ ଜାନ୍ ଆଲୋକୋଜାୟ ଗୁରୁବାର ରଏଟର୍ସକୁ ସୂଚନା ଦେଇଛନ୍ତି ଯେ ସଂଘର୍ଷ ଆରମ୍ଭ ହେବା ଦିନଠାରୁ ସମସ୍ତ ବାଣିଜ୍ୟ ଏବଂ ଯାତାୟାତ ବନ୍ଦ ରହିଛି। ଏଥିଯୋଗୁଁ ପ୍ରତିଦିନ ଉଭୟ ପକ୍ଷ ପ୍ରାୟ $୧ ନିୟୁତ ଡଲାରର କ୍ଷତି ସହୁଛନ୍ତି। ଉଭୟ ଦେଶ ମଧ୍ୟରେ ବାର୍ଷିକ ୨.୩ ବିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥାଏ।

ସୀମା ବନ୍ଦ ହେବା କାରଣରୁ ବଜାରରେ ଟମାଟୋ, ସେଓ ଏବଂ ଅଙ୍ଗୁରର ଅଭାବ ଦେଖାଦେଇଛି। ଉଭୟ ପାର୍ଶ୍ୱରେ ପ୍ରାୟ ୫,୦୦୦ କଣ୍ଟେନର ସାମଗ୍ରୀ ଅଟକି ରହିଛି।

ପାକିସ୍ତାନ ଦାବି କରିଛି ଯେ ଆଫଗାନିସ୍ତାନ ସୀମାରେ ଥିବା ଉଗ୍ରବାଦୀଙ୍କୁ କାବୁଲ ନିୟନ୍ତ୍ରଣ କରୁନଥିବାରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା, ଯାହାକୁ ତାଲିବାନ ଅସ୍ୱୀକାର କରିଛି। ଗତ ସପ୍ତାହରେ କାତାର ଓ ତୁର୍କୀର ମଧ୍ୟସ୍ଥତାରେ ଯୁଦ୍ଧବିରତି ପାଇଁ ସହମତି ହୋଇଥିଲେ ମଧ୍ୟ ସୀମା ବାଣିଜ୍ୟ ଏପର୍ଯ୍ୟନ୍ତ ବନ୍ଦ ରହିଛି। ପରବର୍ତ୍ତୀ ଆଲୋଚନା ଆସନ୍ତାକାଲି (ଅକ୍ଟୋବର ୨୫) ଇସ୍ତାନବୁଲରେ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri