Posted inଜାତୀୟ

ଏଠାରେ କିଲୋ ପ୍ରତି ୯୦ ଟଙ୍କା ଦାମରେ ମିଳୁଛି ଟମାଟୋ

ନୂଆଦିଲ୍ଲୀ,୧୪।୭: ଟମାଟୋର ଦର ବୃଦ୍ଧିକୁ ଦେଖି ସରକାର ଯେଉଁ ପଦକ୍ଷେପ ନେବା କଥା ତା’ର ପ୍ରଭାବ ଶୁକ୍ରବାରଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ମିଳିବା ଆରମ୍ଭ ହୋଇଯାଇଛି। ଆଉ ଏଠାରେ ଏବେ ଟମାଟୋ କିଲୋ ପ୍ରତି ଦାମ ୧୦୦ ଟଙ୍କା ତଳକୁ ଆସିଯାଇଛି। ଏହା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏବେ ଦେଶରେ ପ୍ରାୟ ସବୁ ସ୍ଥାନରେ ଟମାଟୋ କିଲୋ ପିଛା ଦାମ ୨୨୦ ଟଙ୍କାରେ ପହଞ୍ଚିଲାଣି।

ଶୁକ୍ରବାର ଦିଲ୍ଲୀ-ଏନସିଆରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପ୍ରତି ୯୦ ଟଙ୍କାକୁ ଖସି ଆସିଛି। କାରଣ ଜାତୀୟ ସମବାୟ ଗ୍ରାହକ ଫେଡେରେସନ (ଏନସିସିଏଫ) କେତେକ ରାଜ୍ୟରୁ ଟମାଟୋ କ୍ରୟ କରିଛି। ସେଥିରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଟମାଟୋ ଆସିବା ଆରମ୍ଭ ହୋଇଛି। ଗ୍ରାହକଙ୍କୁ ଶସ୍ତା ଦରରେ ଟମାଟୋ ଉପଲବ୍ଧ କରାଇବାକୁ ନାଫେଡ ଏବଂ ଏନସିସିଏଫ ପରି କୃଷି ମାର୍କେଟିଂ ଏଜେନ୍ସିଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଟମାଟୋର ନୂତନ ଷ୍ଟକ ଖୁଚୁରା ଆଉଟଲେଟରେ ବଣ୍ଟନ କରାଯିବ। ଏହା ଶୁକ୍ରବାର ଠାରୁ ବିକ୍ରି ଆରମ୍ଭ ହେବ ଏବଂ ଦିଲ୍ଲୀ-ଏନସିଆର ଅଞ୍ଚଳର ଲୋକମାନେ ଶସ୍ତା ମୂଲ୍ୟରେ ଟମାଟୋ ପାଇପାରିବେ। ଏହି ପର୍ଯ୍ୟାୟରେ, ଦିଲ୍ଲୀର ହ୍ୟାଜଖାସରେ ଶସ୍ତା ଟମାଟୋ ବିକ୍ରି ଆରମ୍ଭ ହୋଇଥିଲା, ଯାହାର ଚିତ୍ର ସାମ୍ନାକୁ ଆସିଛି ।
ସରକାରଙ୍କ ଅଫିସିଆଲ ପ୍ରେସ ରିଲିଜ ଅନୁଯାୟୀ, ଟମାଟୋର ନୂଆ ଷ୍ଟକକୁ ରିଟେଲ ଆଉଟଲେଟ୍ସକୁ ବଣ୍ଟାଯିବ। ଶୁକ୍ରବାରଠାରୁ ଏହାର ବିକ୍ରି ଆରମ୍ଭ କରାଯିବ। ଏହାପରେ ଦିଲ୍ଲୀ-ଏନସିଆରରେ ଲୋକଙ୍କୁ ଶସ୍ତାରେ ଟମାଟୋ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri