‘ଟମାଟୋ ଫ୍ଲୁ’ଏକ ଭାଇରାଲ ରୋଗ: ଜନସାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ‘ଟମାଟୋ ଫ୍ଲୁ’ କୁ ନେଇ ଜନ ସାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏକ ଭାଇରାଲ ରୋଗ। ଏହି ରୋଗର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ,ବାନ୍ତି ହେବା ସହ ଦେହ ଯାକ ଫଳିଯିବ, ନାଲି ପଡ଼ିଯିବ,ଜର ହେବ। ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଛୁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ, ଆରଏମ୍‌ଆରସି ଏହି ଭାଇରଲ ଭାଇରସର ଡିଟେକସନ କରିବେ। ଏଥିପାଇଁ ନମୁନା ସଂଗ୍ରହ କରାଯାଇ ପଠାଯିବ । ଜିଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ବାସ୍ଥ୍ୟ ବିଭାଗର ଆଲୋଚନା ହେଉଛି । ଜିଲା ଚିକିତ୍ସାଳୟଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ବୋଲି ଜନ ସାସ୍ଥ୍ୟ ନିର୍ଦେଶକ କହିଛନ୍ତି।