Posted inଫୁରସତ

ମାତ୍ର ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେଉ ନଥିବା ବିଚାରପତିଙ୍କୁ ଏମିତି ବୁଦ୍ଧି ଶିଖାଇଲେ ମ୍ୟାନେଜର, ଭିଡିଓ ଭାଇରାଲ

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଏଥିମଧ୍ୟରୁ ଲୋକେ ମଧ୍ୟ ଅନେକ କିଛି ଶିଖି ପାରୁଛନ୍ତି। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଭାରତ ପୁନରୁତ୍ଥାନ ନାମକ ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ଶେୟାର କରାଯାଇଛି। ଏଥିରେ ଏକ କାର ଦେଖିବାକୁ ମିଳିଛି, ଯେଉଁଥିରେ ବିଚାରପତି ବସିଥିବା ନଜରକୁ ଆସିଛନ୍ତି। ଟୋଲ ପ୍ଲାଜାରେ କାରରେ ବସିଥିବା ବିଚାରପତି ଏବଂ ଟୋଲ ମ୍ୟାନେଜରଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ଶୁଣିବାକୁ ମିଳୁଛି। ଏହି ସମୟ ମଧ୍ୟରେ ଟୋଲ ମ୍ୟାନେଜର ବିଚାରପତିଙ୍କୁ ଆଇନ ଶିକ୍ଷା ଦେଉଛନ୍ତି।

ଜିଲା କୋର୍ଟର ବିଚାରପତି ଟୋଲ ଟ୍ୟାକ୍ସ ଦେଉ ନ ଥିବା ବେଳେ ଟୋଲ ମ୍ୟାନେଜର ସେଠାରେ ପହଞ୍ଚିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଟୋଲ ଟ୍ୟାକ୍ସକୁ ନେଇ ବିବାଦ ଲାଗିଥିଲା। ଏହି ସମୟ ମଧ୍ୟରେ ଟୋଲ ମ୍ୟାନେଜର କିପରି ବିଚାରପତିଙ୍କୁ ବୁଝାଉଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ, ହାଇକୋର୍ଟର ବିଚାରପତିଙ୍କ ପାଇଁ ଟୋଲ ଟ୍ୟାକ୍ସ ଛାଡ଼ କରାଯାଇଛି। ଯେହେତୁ ଆପଣ ଜିଲା କୋର୍ଟର ଅଟନ୍ତି, ଆପଣଙ୍କୁ ଟିକସ ଦେବାକୁ ପଡିବ ।

ଏହି ଭିଡିଓ ୨୦୨୦ମସିହାର। ଭିଡିଓରେ ଟୋଲ ମ୍ୟାନେଜର ଜଜ୍‌ଙ୍କୁ ଏପରି ଆଇନ ଶିଖଉଛନ୍ତି। ଶେଷରେ ଜିଲା ଜଜ୍‌ଙ୍କୁ ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେବାକୁ ପଡିଲା। ଏହି ଭିଡିଓ ଏତେ ଭାଇରାଲ ହୋଇଛି ଯେ, ଏପର୍ଯ୍ୟନ୍ତ ୩ ଲକ୍ଷ ୩୭ ହଜାର ଥର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri