Posted inଜାତୀୟ

ସର୍ବସହମତିରେ ପ୍ରାର୍ଥୀ ହେବା ଭଲ: ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଥିବା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଦଳର ସର୍ବସହମତିରେ ପ୍ରାର୍ଥୀ ହେବା ଭଲ ବୋଲି ସେ କହିଛନ୍ତି। ଏପରି କି କଂଗ୍ରେସ ଅଧ୍ୟକ୍ଷ ଲାଗି ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ କି ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି। ତେଣୁ ମୋର ବରିଷ୍ଠ ସହକର୍ମୀମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୋତେ କହିଥିଲେ। ଏ ନେଇ ଦଳର ବରିଷ୍ଠ ନେତାଙ୍କ ସହମତିରେ ନିର୍ବାଚନ ଲଢୁଥିବା ସେ କହିଛନ୍ତି।

କଂଗ୍ରେସ ନେତା ଶଶୀ ଥରୁର ଯେଉଁ ସ୍ଥିତି ଓ ପରିବର୍ତ୍ତନ ବିଷୟରେ କହୁଛନ୍ତି ତାହା ପ୍ରତିନିଧି ତଥା ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ନିଷ୍ପତ୍ତି ନେବ। ମହାତ୍ମା ଗାନ୍ଧୀ ଏବଂ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀରେ ମୋର ନିର୍ବାଚନ ପ୍ରଚାର ଆରମ୍ଭ କରୁଛି। ଆଦର୍ଶ ଏବଂ ନୈତିକତା ପାଇଁ ସର୍ବଦା ସଂଘର୍ଷ କରିଆସୁଛି। ମୁଁ ବିରୋଧୀ ଦଳର ନେତା, ମନ୍ତ୍ରୀ ଏବଂ ବିଧାୟକ ଭାବେ କାର୍ଯ୍ୟ କରିଆସିଛି। ବର୍ତ୍ତମାନ ପୁନର୍ବାର ଯୁଦ୍ଧ କରିବାକୁ ଚାହୁଁଛି ଏବଂ ସେହି ନୈତିକତା, ଆଦର୍ଶକୁ ଆଗକୁ ନେବାକୁ ଚାହୁଁଛି। କେବଳ ଦଳିତ ନେତା ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ ବରଂ କଂଗ୍ରେସ ନେତା ରୂପେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହା ଜାରି ରଖିବି ବୋଲି ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ: ଡିଜିପି

ଶ୍ରୀନଗର,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅନୁଚ୍ଛେଦ-୩୭୦ର ଉଚ୍ଛେଦ କରିବାପରେ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡର ଆଶଙ୍କା କରାଯାଉଥିଲା। ତେବେ ଏଠାରେ ଶାନ୍ତିର ବାତାବରଣ ରହିଥିବା ଡିଜିପି ଦିଲବାଗ୍‌...

ଗୋଗୋଇଙ୍କୁ ଶିବଲ୍‌ଙ୍କ ୫ ପ୍ରଶ୍ନ

ନୂଆଦିଲ୍ଲୀ,୧୮।୩: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି। ଗୋଗୋଇଙ୍କ ରାଜ୍ୟ ସଭା...

ଭିଡିଓ କଲ୍‌ କରି ମା’ଙ୍କୁ ଶେଷ ବିଦାୟ ଦେଲେ ପୁଅ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି...

ଦେଶରେ ଅଛନ୍ତି ମାତ୍ର ୨ ରାଜ୍ୟପାଳ: ସଞ୍ଜୟ

ମୁମ୍ବାଇ,୧୬ ।୧୦: ଶିବସେନା ଏମ୍‌ପି ସଞ୍ଜୟ ରାଉତ ପୁଣିଥରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ରାଜ୍ୟପାଳ ଭଗତ ସିଂ...

୧୪୫ ଦିନରେ ୪୦୦୦ କିଲୋମିଟର ଯାତ୍ରା, ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା.., ଶେଷ ହେବ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ,୩୦ ।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଶେଷ ହେବାକୁ ଯାଉଛି । ତାମିଲନାଡୁର କନ୍ୟା...

ଲିଙ୍ଗାୟତ ସନ୍ଥ ଆତ୍ମହତ୍ୟା ପଛରେ ମହିଳା ଭକ୍ତ

ରାମନଗର(କର୍ନାଟକ),୧୭।୧୨: କର୍ନାଟକ ରାମନଗର ଜିଲାର କଞ୍ଚୁଗାଲ ବନ୍ଦେ ମଠ ମହନ୍ତ ବାସବଲିଙ୍ଗା ଶ୍ରୀ ସ୍ବାମୀଜୀ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ ସ୍ଥାନୀୟ କୋର୍ଟରେ ଶୁକ୍ରବାର...

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ପୋଷ୍ଟର ଲଗାଇ ଇ-ବାଇକ୍ ରାଲିରେ ବାହାରିଲେ ମମତା

କୋଲକାତା,୨୫ ।୨: ଦେଶରେ ବେଳକୁ ବେଳ ବଢି ଚାଲିଛି ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ୍ । ଏହାର ପ୍ରତିବାଦରେ ବିରୋଧୀ ଲଗାତାର ବିରୋଧ...

୮ ରାଜ୍ୟର ୨୫ ପିଏଫଆଇ କାର୍ଯ୍ୟାଳୟ ଉପରେ ଚଢାଉ କରିବ ଏନଆଇଏ

ନୂଆଦିଲ୍ଲୀ,୨୭ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ସମେତ ଅନ୍ୟ ଏଜେନ୍ସି ଦ୍ୱିତୀୟ ଥର ଲାଗି ପିଏଫଆଇର କାର୍ଯ୍ୟାଳୟ ଉପରେ ଚଢାଉ କରିବ । ଏହି ଚଢାଉ...

Advertisement
Archives

Model This Week