Posted inଖେଳ

ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ: ଟିଭି ଇଭେଣ୍ଟରେ ପରିଣତ ହେବ ମେଗା ଇଭେଣ୍ଟ

ଟୋକିଓ, ୭।୭: ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ। ଏବେ ଏହା ଏକ ଟିଭି ଇଭେଣ୍ଟରେ ପରିଣତ ହେବ। ୬୮,୦୦୦ କ୍ଷମତା ବିଶିଷ୍ଟ ଟୋକିଓର ନ୍ୟାଶନାଲ ଷ୍ଟାଡିୟମରେ ହାତଗଣିତ କେତେକ ଭିଆଇପି ଅତିଥିଙ୍କ ଉପସ୍ଥିତିରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ ବୋଲି ଜାପାନର ଆଗଧାଡିର ଖବରକାଗଜ ‘ଅସାହି’ ଉଲ୍ଲେଖ କରିଛି। ୨୩ ତାରିଖରେ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ପ୍ରାୟ ସବୁ ଭେନ୍ୟୁରେ ପ୍ରଶଂସକ ତଥା ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ। ତେବେ କେତେକ ଛୋଟ ଭେନ୍ୟୁରେ ଅଳ୍ପ ସଂଖ୍ୟକ ପ୍ରଶଂସକଙ୍କୁ କ୍ରୀଡ଼ା ଦେଖିବାକୁ ଅନୁମତି ମିଳିବ ବୋଲି ଏହି ଖବରକାଗଜ ଉଲ୍ଲେଖ କରିଛି। ଅବଶ୍ୟ ଗୁରୁବାର ଆୟୋଜନ ହେବାକୁ ଥିବା ବୈଠକ ପରେ ଟୋକିଓ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ମିଳିତ ଭାବେ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଦୁଇ ସପ୍ତାହ ତଳେ ଆଇଓସି ଓ ଆୟୋଜକମାନେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ କରୋନ ସଂକ୍ରମଣରେ ବୃଦ୍ଧି ଘଟିବା ଏଥିରେ ଅନ୍ତରାୟ ସୃଷ୍ଟି କରିଛି।
ଟିଭି ରାଇଟ୍‌ ବିକ୍ରୟରୁ ଆଇଓସି ୭୫ ପ୍ରତିଶତ ଅର୍ଥ ଆୟ କରୁଛି। ଏହି କ୍ରମରେ ଆଇଓସି ୩ରୁ ୪ ବିଲିୟନ ଅର୍ଥ ପାଇବା ନିଶ୍ଚିତ ହୋଇଛି। ପୂର୍ବରୁ ବିଦେଶୀ ଦର୍ଶକଙ୍କୁ ବାରଣ କରାଯାଇସାରିଛି। ମହାମାରୀ ସମୟରେ ଅଲିମ୍ପିକ୍‌ ଆୟୋଜନ ହେଉଥିବାରୁ ପ୍ରଶଂସକ ରହିବେ ନାହିଁ ବୋଲି ଜାପାନ ସରକାରଙ୍କ ଜଣେ ମେଡିକାଲ ଆଡଭାଇଜର ଶିଗେରୁ ଓମି କହିଛନ୍ତି। ତେବେ ଭିଆଇପିଙ୍କ ସମେତ ପ୍ରାୟୋଜକ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କୁ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବାକୁ ଅନୁମତି ମିଳିବ। ଏମାନଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ଅବନତି ହେବ। ଅତିବେଶିରେ ୧୦,୦୦୦ ସ୍ବତନ୍ତ୍ର ଭିଆଇପି ତଥା ଅତିଥି ଏହି ଅବସରରେ ଉପସ୍ଥିତ ରହିବେ।
୧୧,୦୦୦ ଅଲିମ୍ପିକ୍‌ ଓ ୪,୪୦୦ ପାରା ଅଲିମ୍ପିକ୍‌ ଆଥ୍‌ଲେଟ ଟୋକିଓ ଆସିବେ। ଏହା ବ୍ୟତୀତ କୋଚ୍‌, ପ୍ରଶାସକ, ବ୍ରଡକାଷ୍ଟର ଓ ମିଡିଆର ୧୦, ୦୦୦ ପ୍ରତିନିଧି ମଧ୍ୟ ଟୋକିଓ ଆସିବେ। ପୁଣି ଜୁଲାଇ ୧୧ରେ ଶେଷ ହେବାକୁ ଯାଉଥିବା ଷ୍ଟେଟ୍‌ ଇମର୍ଜେନ୍ସିକୁ ଆହୁରି ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri