ଖେଳାଳିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୭: ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ସହ ଆସନ୍ତା ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ମୋଦିଙ୍କ ସହ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ମନ୍ତ୍ରୀ ନିସିଥ୍‌ ପ୍ରମାଣିକ ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ପରେ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ ଜୁଲାଇ ୧୬ରେ ଟୋକିଓ ଯିବେ। MyGovIndia ଟୁଇଟ୍‌ କରି ଏହି ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ ଆଲୋଚନା କରି ଦ୍ୱାରା ଖେଳାଳି ଉତ୍ସାହିତ ହେବେ। କରୋନା ଭାଇରସ କାରଣରୁ, ପିଏମ ମୋଦୀଙ୍କ ଖେଳାଳିଙ୍କ ସହ ଯୋଗାଯୋଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ। ଜୁଲାଇ ୨୩ରୁ ଅଗଷ୍ଟ ୮ ମଧ୍ୟରେ ଟୋକିଓରେ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ଭାରତର ୧୨୦ରୁ ଅଧିକ ଖେଳାଳି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତୀୟ ଅଲିମ୍ପିକ ଆସୋସିଏସନ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଖେଳାଳିଙ୍କ ସଂଖ୍ୟା ଘୋଷଣା କରିନାହିଁ।

Share