Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଆୟୋଜକ କମିଟି ସଭାପତି ମୋରିିଙ୍କ ଇସ୍ତଫା

ଟୋକିଓ,୧୩ା୨(ଏପି)-ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ଲିଙ୍ଗବାଦୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର ଆୟୋଜକ କମିଟିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବସିଥିଲା। ମାତ୍ର ଏଥିରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ମୋରିଙ୍କ ଉତ୍ତରାଧିକାରୀ ଭାବେ ଜଣେ ମହିଳାଙ୍କୁ ମନୋନୀତ କରାଯିବ କି ନା ସେ ସମ୍ପର୍କରେ କିଛି ସ୍ପଷ୍ଟ କରି ନ ଥିଲେ ସିଇଓ ତୋଶିରୋ ମୁତୋ। ଚଳିତ ସପ୍ତାହ ପ୍ରଥମ ଭାଗରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏକ ସପ୍ତାହ ହେଲା ମୋରି ସମାଲୋଚିତ ହୋଇ ଆସୁଥିଲେ। ପ୍ରଥମାବସ୍ଥାରେ ସେ କ୍ଷମାପ୍ରାର୍ଥନା କରିବା ସହ ଇସ୍ତଫା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ମାତ୍ର ଟେଲିଭିଜନ ସମୀକ୍ଷକ ଓ ପ୍ରାୟୋଜକଙ୍କ ପକ୍ଷରୁ ଇସ୍ତଫା ପାଇଁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା। ଏପରି କି ମୋରିଙ୍କ ବହିଷ୍କାର ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ ହୋଇଥିଲା, ଯେଉଁଥିରେ ୧,୫୦,୦୦୦ ଜଣଙ୍କର ଦସ୍ତଖତ ରହିଥିଲା। କରୋନା ମହାମାରୀ ଆଶଙ୍କା ଏ ପର୍ଯ୍ୟନ୍ତ ଦୂର ହୋଇ ନାହିଁ। ମୋରିଙ୍କ ବିନା ଟୋକିଓ ଅଲିମ୍ପିକ୍ସର ସଫଳ ଆୟୋଜନ ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ। କୋଭିଡ୍‌ ପାଇଁ ଏକ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୧,୦୦୦ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଏହାର ଏକ ମାସ ପରେ ହେବାକୁ ଥିବା ପାରା ଅଲିମ୍ପିକ୍ସରେ ୪,୪୦୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଭାଗ ନେବେ। ଜାପାନରେ ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଭୋଟ୍‌ରେ ୮୦% ଲୋକ ଅଲିମ୍ପିକ୍ସକୁ ବାତିଲ କରିବା ଉଚିତ ହେବ ବୋଲି ମତ ଦେଇଥିଲେ। ଅନ୍ୟପକ୍ଷରେ ୧୫% ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ରହିଥିଲେ। ପୂର୍ବ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ୮୩ ବର୍ଷୀୟ ମୋରି ତାଙ୍କ ବିକଳ୍ପ ଭାବେ ଜାପାନ ଫୁଟ୍‌ବଲ ପରିଚାଳନା ପରିଷଦ ସଭାପତି ୮୪ ବର୍ଷୀୟ ସାବୁରୋ କାଓ୍ବାବୁଚିଙ୍କୁ ବାଛିଥିଲେ। କାଓ୍ବାବୁଚି ନିଜେ ଜଣେ ପୂର୍ବତନ ଖେଳାଳି। ସେ ଜାପାନ ତରଫରୁ ୧୯୬୪ ଅଲିମ୍ପିକ୍ସରେ ଖେଳିଥିଲେ। କାଓ୍ବାବୁଚି ବୟସରେ ମୋରିଙ୍କଠାରୁ ବଡ଼। ଏହି ପଦବୀରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଗଲେ ଅସୁବିଧା କ’ଣ ବୋଲି ପ୍ରଶ୍ନ ଉଠୁଛି। ମୋରି ଲିଙ୍ଗଗତ ସମାନତା ସପକ୍ଷରେ ନୁହନ୍ତି ବୋଲି ଏଥିରୁ ସୂଚିତ ହେଉଛି। ଜାପାନରେ କୌଣସି ବୋର୍ଡ, ରାଜନୀତି ଅବା କ୍ରୀଡ଼ା ପରିଚାଳନା ପରିଷଦରେ ମହିଳାଙ୍କୁ ଦେଖିବାକୁ ମିଳେନା। ଏପରି କି ଆୟୋଜକ କମିଟିର ଉଚ୍ଚ ପଦବୀରେ ମଧ୍ୟ। କାଓ୍ବାବୁଚି ଗୁରୁବାର ସୂଚାଇ ଦେଇଛନ୍ତି ଯେ, ମୋରି ତାଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ପଦବୀ ପାଇଁ ସେ ନିଜକୁ ଉପଯୁକ୍ତ ମନେ କରୁ ନ ଥିବା ତାଙ୍କୁ ଜଣାଇ ଦେଇଥିଲେ।
ଜାପାନିଜ ଗଣମାଧ୍ୟମରେ ଏନେଇ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆୟୋଜକ କମିଟି ସଭାପତି ପାଇଁ ୩ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି। ଏମାନେ ସମସ୍ତେ ଆଥ୍‌ଲେଟ ଏବଂ ପୂର୍ବତନ ଅଲିମ୍ପିଆନ ଏବଂ ବୟସ ଦୃଷ୍ଟିରୁ ଗୋଟିଏ ପିଢି ଆଗୁଆ। କାଓରି ୟାମାଗୁଚି ୧୯୮୮ ଅଲିମ୍ପିକ୍ସ ଜୁଡୋରେ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି। ମିକାକୋ କୋଟାନି ୧୯୮୮ ଅଲିମ୍ପିକ୍ସରେ ସିଙ୍କ୍ରୋନାଇଜ୍‌ଡ ସୁଇମିଂରେ ଦୁଇ ବ୍ରୋଞ୍ଜ ବିଜୟିନୀ। ନାଓକୋ ତାକାହାସି ହେଉଛନ୍ତି ୨୦୦୦ ଅଲିମ୍ପିକ୍ସ ମାରାଥନ ସ୍ବର୍ଣ୍ଣ ବିଜୟିନୀ।
ଏହାଛଡ଼ା ବର୍ତ୍ତମାନ ଅଲିମ୍ପିକ ମନ୍ତ୍ରୀ ଥିବା ସିକୋ ହାସିମୋତୋଙ୍କୁ ଗଣମାଧ୍ୟମ ଅନ୍ୟତମ ଯୋଗ୍ୟ ପ୍ରାର୍ଥୀ ଭାବେ ପ୍ରତିପାଦନ କରିଛି, ଯିଏ କି ଜଣେ ପୂର୍ବତନ ଅଲିମ୍ପିଆନ ମଧ୍ୟ। ଲିଙ୍ଗଗତ ସମାନତାରେ ଜାପାନ ଭଳି ସମୃଦ୍ଧଶାଳୀ ରାଷ୍ଟ୍ର କେତେ ପଛୁଆ ରହିଛି ମୋରିଙ୍କ ମନ୍ତବ୍ୟରୁ ସ୍ପଷ୍ଟ ସୂଚିତ ହେଉଛି। ଓ୍ବାଲର୍‌ଡ୍‌ ଇକୋନୋମିକ୍‌ ଫୋରମ୍‌ର ଲିଙ୍ଗଗତ ସମାନତା ର଼୍ୟାଙ୍କିଙ୍ଗରେ ୧୫୩ଟି ଦେଶ ମଧ୍ୟରେ ଜାପାନ ୧୨୧ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri