Categories: ଖେଳ

ଫାଇନାଲ୍‌ରେ ନୀରଜ: ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଶା ବଢିଲା

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ତାରକା ଆଥଲେଟ ନୀରଜ ଚୋପ୍ରା ଏକ ପଦକ ଆଶା ରଖିଛନ୍ତି। ସେ ବୁଧବାର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୬.୬୫ ମିଟର ସହିତ ଯୋଗ୍ୟତା ହାସଲ କରିଥିଲେ। ତାଙ୍କର ପ୍ରଥମ ଅଲିମ୍ପିକ୍ସରେ, ନୀରଜ ପ୍ରଥମ ପ୍ରୟାସରେ ଯେଉଁଭଳି ପ୍ରଦର୍ଶନ କରିଥିଲେ, ତାଙ୍କଠାରୁ ପଦକ ଆଶା ଆହୁରି ବୃଦ୍ଧି ପାଇଛି । ୨୦୧୮ ଏସିଆନ ଗେମ୍ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ।
ସମଗ୍ର ଦେଶ ଏବେ ଅଗଷ୍ଟ ୭କୁ ଅପେକ୍ଷା କରିଛି। ଏହି ଦିନ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିବାକୁ ପଡ଼ିଆକୁ ଆସିବେ। ପୁରୁଷ ଜାଭେଲିନ ଥ୍ରୋର ଫାଇନାଲ ୭ ଅଗଷ୍ଟରେ ଖେଳାଯିବ। ନୀରଜଙ୍କ ସମେତ ୩ ଖେଳାଳି ସିଧାସଳଖ ଗ୍ରୁପ ଏରୁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Share