Categories: ଖେଳ

ଭାରତୀୟ ହକି ଦଳର ଜବରଦସ୍ତ ବିଜୟ: କ୍ୱାର୍ଟରଫାଇନାଲ ଆଶା ଉଜ୍ଜିବୀତ

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ଜିତିବାର ଆଶା ଉଜ୍ଜିବୀତ ରଖିଛି। ଆଜି ତୃତୀୟ ହକି ମ୍ୟାଚରେ ଏକପାଖିଆ ଭାବେ ସ୍ପେନକୁ ୩-୦ରେ ପରାସ୍ତ କରି ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ। ମ୍ୟାଚ ସମୟରେ ଭାରତ ଉନ୍ନତମାନର ହକି ଖେଳିଥିଲା। ଟିମ ଇଣ୍ଡିଆର ଦ୍ରୁତ ଆକ୍ରମଣ ଏବଂ ଦୃଢ ପ୍ରତିରକ୍ଷା ଲାଇନ ସମ୍ମୁଖରେ ଅନ୍ୟତମ ବଳିଷ୍ଠ ପ୍ରତିଦ୍ୱନ୍ଦ୍ୱୀ ସ୍ପେନ ଯାଇ ପାରି ନ ଥିଲା। ଏହି ମ୍ୟାଚରେ ଭାରତର ବିଜୟରେ ରୁପିନ୍ଦର ପାଲ ଏବଂ ସିମରଞ୍ଜିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଟିମ ଇଣ୍ଡିଆ ପାଇଁ ରୁପିନ୍ଦର ପାଲ ଦୁଇଟି ଗୋଲ ସ୍କୋର କରିଥିଲେ ଏବଂ ସିମରଞ୍ଜିତ ଗୋଟିଏ ଗୋଲ ସ୍କୋର କରିଥିଲେ।
ଏହାପୂର୍ବରୁ ଭାରତକୁ ଦ୍ୱିତୀୟ ହକି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୭-୧ ଗୋଲ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥି ସହିତ ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ୨୦ ଜୁଲାଇରେ ଭାରତ ଆର୍ଜେଣ୍ଟିନାକୁ ଭେଟିବ।

Share