Categories: ଖେଳ

ପଦକଠାରୁ ଆଉ ଗୋଟିଏ ପାଦ ଦୂରରେ ବଜରଙ୍ଗ

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ପୁନିଆ ପ୍ରିଷ୍ଟାଇଲ୍‌ ୬୫ କିଲୋଗ୍ରାମ ଓଜନ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତର ସବୁଠାରୁ ବଡ ଆଶା ବଜରଙ୍ଗ କ୍ୱାର୍ଟର ଫାଇନାଲରେ ଇରାନର ମୋର୍ତେଜା ଚେକାଙ୍କୁ ପରାସ୍ତ କରି ପରାସ୍ତ କରିଛି। ପ୍ରଥମ ରାଉଣ୍ଡରେ ବଜରଙ୍ଗ ୦-୧ ରେ ପଛୁଆ ରହିଥିଲେ। ଦ୍ୱିତୀୟ ରାଉଣ୍ଡରେ ବଜରଙ୍ଗ ଏପରି ଭଲ ଖେଳି ସେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିଲେ। ବଜରଙ୍ଗ ଏବେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ସେ ସ୍ବର୍ଣ୍ଣ ଜିତିବା ଆଶା ରହିଛି। ସେମିଫାଇନାଲରେ ରିଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ତଥା ତିନିଥର ବିଶ୍ୱ ଚାମ୍ପିଅନ ହାଜି ଅଲିଜେଭଙ୍କୁ ଭେଟିବେ।

Share