Posted inଖେଳ

ଅଲିମ୍ପିକ୍‌ ରିଙ୍ଗରେ ଅନଶନ

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସରେ ରବିବାର ଆୟୋଜିତ ଏକ ସୁପର ହେବିଓ୍ବେଟ ବକ୍ସିଂ ମ୍ୟାଚ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜାଣିଶୁଣି ମୁଣ୍ଡରେ ପ୍ରତିପକ୍ଷ ବକ୍ସରଙ୍କୁ ଆଘାତ ଦେବା କାରଣରୁ ଫ୍ରାନ୍ସ ବକ୍ସର ମୌରାଦ ଆଲିଭଙ୍କୁ ରେଫରି ଡିସ୍‌କ୍ୱାଲିଫାଏ ଘୋଷଣା କରିଥିଲେ। ରେଫରିଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ପ୍ରାୟ ଘଣ୍ଟାଏ ଧରି ରିଙ୍ଗ୍‌ରେ ଅନଶନରେ ବସିଥିଲେ ଫ୍ରାନ୍ସ ବକ୍ସର। ବକ୍ସିଂ ଅଫିସିଆଲ ବୁଝାଇବା ପରେ ଆଲିଭ ଆନ୍ଦୋଳନରୁ ହଟିଥିଲେ।

କ୍ୱାର୍ଟର ଫାଇନାଲ ମ୍ୟାଚ୍‌ର ଦ୍ୱିତୀୟ ରାଉଣ୍ଡ ଶେଷ ହେବାକୁ ମାତ୍ର ୪ ସେକେଣ୍ଡ ବାକି ଥାଏ। ମୌରାଦଙ୍କ ମୁଣ୍ଡ ବାଜିବାରୁ ପ୍ରତିପକ୍ଷ ବ୍ରିଟିଶ ବକ୍ସର ଫ୍ରାଜର କ୍ଲାର୍କଙ୍କ ଉଭୟ ଆଖି ଉପରେ ଆଘାତ ଲାଗିଥିଲା। ରେଫରି ଆଣ୍ଡି ମୁଷ୍ଟାଚିଓଙ୍କ ମତରେ ମୌରାଦ ଏହା ଜାଣିଶୁଣି କରିଥିଲେ। ଏଣୁ ଫ୍ରାନ୍ସ ବକ୍ସରଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ରେଫରି।

”ମୋ ପ୍ରତି ନିଆଯାଇଥିବା ନିଷ୍ପତ୍ତି କେତେ ଅନ୍ୟାୟ ଥିଲା, ତାହା ଜଣାଇବା ପାଇଁ ମୁଁ ଅନଶନରେ ବସିଥିଲି। ଯଦି ମୁଁ ଭୁଲ କରିଥିଲି, ତେବେ ରେଫରି ମୋତେ ପ୍ରଥମେ ଚେତାବନୀ ଦେଇଥାନ୍ତେ। ମୋ ସାଥି ବକ୍ସରଙ୍କ ପ୍ରତି ମଧ୍ୟ ଅନ୍ୟାୟ ହୋଇଛି। ଏଠାକୁ ଆସିବା ପାଇଁ ମୁଁ ଜୀବନ ସାରା ଟ୍ରେନିଂ କରିଛି। କିନ୍ତୁ ଜଣେ ରେଫରିଙ୍କ ନିଷ୍ପତ୍ତି କାରଣରୁ ମୁଁ ହାରିଗଲି“ ବୋଲି ମୌରାଦ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରିଓ ଅଲିମ୍ପିକ୍ସରେ ଫ୍ରାନ୍ସ ବକ୍ସରମାନେ ୬ ପଦକ ଜିତିଥିଲେ। କିନ୍ତୁ ଚଳିତ ଥର କୌଣସି ବକ୍ସର ପଦକ ଜିତିବାକୁ ସକ୍ଷମ ହୋଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri