Categories: ଖେଳ

ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନରେ ଚମକିଲା ଭାରତ: ପଦକ ଆଶା ବଢିଲା

ଟୋକିଓ,୨୯।୭: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଗୁରୁବାର ସକାଳୁ ପିଭି ସିନ୍ଧୁ ଭାରତ ପାଇଁ ଏକ ବିଜୟରୁ ଆରମ୍ଭ କରିଥିଲେ। ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଇଭେଣ୍ଟର ଶେଷ ୧୬ ମ୍ୟାଚରେ ସେ ଡେନମାର୍କର ମିଆଙ୍କୁ ପରାସ୍ତ କରି ଶେଷ ଆଠରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ଆର୍ଜେଣ୍ଟିନାକୁ ୩-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ତୀରନ୍ଦାଜର ବ୍ୟକ୍ତିଗତ ଇଭେଣ୍ଟରେ ଅତନୁ ଦାସ ଶେଷ ୮ରେ ପହଞ୍ଚିଛନ୍ତି। ବକ୍ସିଂରେ ୯୧ କିଲୋଗ୍ରାମ ଇଭେଣ୍ଟରେ ସତୀଶ କୁମାର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇ ପଦକ ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏହା ବ୍ୟତୀତ ଅନେକ ଭାରତୀୟ ଆଥଲେଟ ବିଭିନ୍ନ ଇଭେଣ୍ଟରେ ସେମାନଙ୍କ ପାରଦର୍ଶିତା ଦେଖାଉଛନ୍ତି।

Share