Categories: ଖେଳ

ବଜରଙ୍ଗଙ୍କଠାରୁ ଏବେ କେବଳ ବ୍ରୋଞ୍ଚ ଆଶା

ନୂଆଦିଲ୍ଲୀ,୬।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିନ। ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ଫାଇନାଲ ପାଇଁ ଦୌଡ଼ରୁ ବାହାରି ଯାଇଛନ୍ତି। ସେମିଫାଇନାଲ ମ୍ୟାଚରେ ତାଙ୍କୁ ହାଜି ଏଲିଏଭଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ବଜରଙ୍ଗ ବ୍ରୋଞ୍ଜ ପଦକ ପାଇଁ ଦୌଡ଼ରେ ଅଛନ୍ତି। ଏଥି ସହିତ ଗଲ୍ଫର ଆଦିତି ଅଶୋକ ମଧ୍ୟ ପଦକ ପାଇବାକୁ ଆଶା ବଢାଇଛନ୍ତି। ତୃତୀୟ ରାଉଣ୍ଡ ପରେ ଆଦିତି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମ୍ୟାଚର ଚତୁର୍ଥ ତଥା ଅନ୍ତିମ ରାଉଣ୍ଡ ଶନିବାର ଖେଳାଯିବ।

Share