Categories: ଖେଳ

ସ୍ବର୍ଣ୍ଣ ପଦକ ଦୌଡରୁ ବାଦ୍‌ ପଡିଲେ ଭିନେଶ: ଏବେ ବ୍ରୋଞ୍ଚ ଆଶା

ଟୋକିଓ,୫।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ର କୁସ୍ତିରେ ଭାରତ ପାଇଁ ସବୁଠାରୁ ନିରାଶାଜନକ ଖବର ଆସିଛି। ସ୍ବର୍ଣ୍ଣ ପଦକ ପାଇଁ ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ବିନେଶ ଫୋଗଟ କ୍ୱାର୍ଟର ଫାଇନାଲରେ ପରାଜୟର ଶିକାର ହୋଇଛନ୍ତି। ବେଲାରୁଷର ଭେନେସା କାଲାଜିନସ୍କାୟାଙ୍କ ଠାରୁ ଭିନେଶ ୯-୩ରେ ପରାସ୍ତ ହୋଇଥିଲେ। କ୍ୱାର୍ଟର ଫାଇନାଲ ହାରିବା ପରେ ଭିନେଶ ସ୍ବର୍ଣ୍ଣ ପଦକ ଦୌଡ଼ରୁ ବାହାରିଛନ୍ତି। ୫୩ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂରେ ସ୍ବର୍ଣ୍ଣ ପଦକ ପାଇଁ ଭିନେଶ ସବୁଠାରୁ ବଡ ପ୍ରତିଯୋଗୀ ଥିଲେ।

Share