ଆଦିବାସୀ ପରମ୍ପରାର ନିଆରା ଟୋକିମରା ପର୍ବ ପାଳିତ

ଥୁଆମୂଳ ରାମପୁର,୧୩।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଆଦିବାସୀ ପରମ୍ପରା ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ। ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ କେତେକାଂଶରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା।

ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ପ୍ରତିବର୍ଷ ପୌଷ ମାସରେ ବିଭିନ୍ନ ଅଞ୍ଚଳରେ ହେଉଥିବା ଟୋକିମରା ପର୍ବରେ । ଧରଣୀପେନୁ ବା ମାଟି ମାଁ, ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ଏହି ଟୋକିମରା ପର୍ବ କାହିଁ କାଳରୁ ପାଳନ ହୋଇଆସୁଛି।

ସେଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ରବିବାର ଦିନ ପାଳିତ ହେଉଥିବା ବେଳେ ବ୍ଲକ୍ ର କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା ଗ୍ରାମଠାରେ ବାବା ଖଣ୍ଡୁଆଲ ଯୁବ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ବେଶ୍ ଧୂମାଧମାରେ ପାଳିତ ହୋଇଯାଇଛି ଏହି ପୁସ୍ପୁନି ବା ଟୋକିପର୍ବ। ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମର ଜାନୀ, ଦିଶାରି ଏବଂ ଗାଁ ଭାଇ ସମସ୍ତେ ମିଶି ଗାଁରେ ଥିବା ଧରଣୀ ଗୁଡ଼ି ଠାରେ ପୂଜାର୍ଜନ ପରେ ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା ଆରମ୍ଭ କରିଥିଲେ । ପରେ ଗ୍ରାମର ଇଷ୍ଟଦେବୀ ମାଁ ଠାକୁରାଣୀ, ମାଟି ମାଁ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରାଯାଇଥିଲା ।

ଟୋକି ପୂର୍ବକ ବୋଦାକୁ ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରାଯାଇଥିଲା । ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ର ଶସ୍ତ୍ରକୁ ବାହାର କରି ମାର୍ଜନା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଆଦିବାସୀ ଏକାଠି ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରି ଗାଁ ମୁଣ୍ଡରେ ଥିବା ଧରଣୀ ପେନୁ ନିକଟରେ ପହଞ୍ଚିବା ପରେ ସେଠାରେ ବଳି ଦିଆଯାଇଥିଲା । ପରେ ବଳିର ଅଂଶକୁ ନେବା ପାଇଁ ଆଖପାଖ ଗାଁରୁ ଆସିଥିବା ସହ ସହ ଆଦିବାସୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖା ଦେଇଥିଲା ।

ବିଶ୍ବାସ ରହିଛି “ଟୋକି” ପର୍ବରେ ଧରଣୀ ପେନୁରେ ଦିଆଯାଇଥିବା ବଳିର ଅଂଶକୁ ନେଇ ନିଜ ଚାଷ ଜମିରେ ପୋତିଲେ ଦେବୀଙ୍କ କୃପାରୁ ଭଲ ଫସଲ ଅମଳ ହୋଇଥାଏ l ତେବେ ପୂର୍ବରୁ ହେଉଥିବା ପର୍ବରେ କିଛିଟା ପରିବର୍ତ୍ତନ ହୋଇଥିବା ବେଳେ ଏହି ପର୍ବକୁ ଆଦିବାସୀମାନେ ବଜାୟ ରଖିଛନ୍ତି । ମାଟି ମାଆକୁ ସନ୍ତୁଷ୍ଟ କରିବାକୁ ଏଭଳି ବଳି ଦେବାକୁ ପଡେ଼ ବୋଲି ଆଦିବାସୀଙ୍କ ବିଶ୍ବାସ ରହିଛି । ବର୍ତ୍ତମାନ ପାଳିତ ହେଉଥିବା ଏହି ପର୍ବ ଅନୁଯାୟୀ, ଦେବାଦେବୀଙ୍କ ପାଖରେ ସମର୍ପଣ କରାଯାଇଥିବା ବୋଦାକୁ ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ପରବ ପଡିଆରେ ମେରିଆ ପହଞ୍ଚିଥାଏ । ସେଠାରେ ମାଟି ମା’ଙ୍କୁ ବୋଦା ବଳି ଅର୍ପଣ କରାଯାଏ ।

ପୂର୍ବରୁ ଏହି ପର୍ବରେ “କୁମାରୀ କନ୍ୟା” କୁ ବଳି ଦେବା ପରମ୍ପରା ରହିଥିଲା । ଏବେ ବୋଦାକୁ ମଣିଷ ନାମରେ ନାମିତ କରି ବଳି ଦିଆଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ବଳି ଅର୍ପଣ କରାଯାଉଥିବା ବୋଦା ମାଂସକୁ ଚାଷ ଜମିରେ ପୋତିଲେ ଦୁଃଖ କଷ୍ଟ ଲାଘବ ହେବା ସହ ବହୁତ ଭଲ ଫସଲ ହୋଇଥାଏ ବୋଲି ଆଦିବାସୀଙ୍କ ଅତୁଟ ବିଶ୍ବାସ ରହିଛି । ସେଭଳି ବ୍ଳକର ଟେବାକଲମ, ରଣପୁର ଓ ଚୁଳିବାଡି ଗାଁରେ ମଧ୍ୟ ଚଳିତ ବର୍ଷ ଟୋକି ପଡ଼ିଛି l

ଏହି ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହେବା ଦୃଷ୍ଟିରେ ରହି ଆଇନ ଶୃଙ୍ଖଳା ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ଙ୍କ ନିର୍ଦ୍ଦେଶରେ ଏସ.ଆଇ ଭାସ୍କର ଖୋସ୍ଲ ଏବଂ ଆଇ.ଆର୍.ବି.ଏନ୍ ହାବିଲଦାର ଏସ କୁଜୁରଙ୍କ ତତ୍ବଧାନରେ ୧୫ ଜଣ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri