ଦେୟମୁକ୍ତ ହେଲା ସୁଲଭ ଶୌଚାଳୟ

ବ୍ରହ୍ମପୁର ଅଫିସ,୧୮ା୨: ରାଜ୍ୟର ସମସ୍ତ ସହରରେ ଥିବା ଶୌଚାଳୟ ସାଧାରଣ ଲୋକ ମାଗଣାରେ ବ୍ୟବହାର କରିପାରିବେ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତ ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ଏ ନେଇ ଚିଠି କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମଧ୍ୟ ଏହି ନିୟମକୁ କଡାକଡି ପାଳନ କରାଯାଇଛି।
ପ୍ରକାଶଯେ, ବ୍ରହ୍ମପୁରରେ ବିଇଏମ୍‌ସିର ୧୨ ସୁଲଭ ଶାୈଚାଳୟ ରହିଛି। ଏଗୁଡିକର ରକ୍ଷଣାବେକ୍ଷଣ ଜାତୀୟ ସୁଲଭ ସୋସିଆଲ ସର୍ଭିସ ସଂସ୍ଥା ଅଧୀନରେ ରହିଛି। ଏଠାରେ ଗାଧୋଇବା ଲାଗି ୧୦ଟଙ୍କା ଓ ଶୌଚ ଲାଗି ୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଥି ନିମନ୍ତେ କାୈଣସି ଦେୟ ଦେବାକୁ ପଡିବ ନାହିଁ। ଏ ନେଇ ବିଇଏମ୍‌ସି ସାନିଟେଶନ ବିଭାଗ ପକ୍ଷରୁ ସମସ୍ତ ଶାୈଚାଳୟକୁ ଚିଠି କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିିଳିଛି। କିନ୍ତୁ ସହରର କାୈଣସି ଶାୈଚାଳୟ କାନ୍ଥରେ ଚିଠି ନ ଥିବା ଦେଖିବାକୁ ମିଳିଛି। ଯାହାଦ୍ୱାରା ବହୁ ଜନସାଧାରଣ ଏବେ ବି ଶାୈଚାଳୟ ବ୍ୟବହାର କରିବା ନିମନ୍ତେ ଦେୟ ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସହରର ପୁରୁୁଣା ବସ୍‌ଷ୍ଟାଣ୍ଡ ଶାୈଚାଳୟ ସବୁଠାରୁ ପୁରୁଣା। ଏହି ଶାୈଚାଳୟ ୧୯୮୬ରେ ନିର୍ମିତ ହୋଇଥିଲା। ଏଠାରେ ମହିଳା ଓ ପୁରୁଷଙ୍କୁ ମିଶାଇ ୧୫ କୋଠରି ରହିଛି। କିନ୍ତୁ ଏହି ଶାୈଚାଳୟଟି ପୁରୁଣା କାରଣରୁ ବର୍ତ୍ତମାନ କୋଠାର ପୁନରୁଦ୍ଧାର ଆବଶ୍ୟକତା ରହିଛି। ଏଥିସହ ଶାୈଚାଳୟରେ ରହିଥିବା ହାତ ଶୁଖାଇବା ମେଶିନ କାର୍ଯ୍ୟ କରୁ ନାହିଁ। ତତ୍‌ସହିତ ସ୍ବଚ୍ଛ ସର୍ବେକ୍ଷଣ ବାର୍ତ୍ତା ନେଇ ଶାୈଚାଳୟଟି ପରିଷ୍କାର ଅଛି କି ନାହିଁ ସେ ନେଇ ଏକ ମେଶିନ ଖଞ୍ଜାଯାଇଛି। କିନ୍ତୁ ତାହା ମଧ୍ୟ କାର୍ଯ୍ୟ କରୁ ନାହିଁ।
ଦାୟିତ୍ୱରେ ଥିବା କର୍ମଚାରୀ ଚନ୍ଦନ ଝା କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁ ମେଶିନ ୨ଟି ଖରାପ ହୋଇଯାଇଛି। ଏହାର ମରାମତି ନେଇ ସୁଲଭ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଅନ୍ୟପଟେ ବିଜିପୁର ପୋଖରୀ ନିକଟରେ ଥିବା ମହିଳା ଶାୈଚାଳୟ ସମ୍ପୂୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହା ପରିସରରେ ଥିବା ଅଫିସ ଭାଙ୍ଗିରୁଜି ଯାଇଛି। ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ମହିଳାମାନେ ଏହାକୁ ବ୍ୟବହାର କରୁନାହାନ୍ତି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନତା ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri