ଦେୟମୁକ୍ତ ହେଲା ସୁଲଭ ଶୌଚାଳୟ

ବ୍ରହ୍ମପୁର ଅଫିସ,୧୮ା୨: ରାଜ୍ୟର ସମସ୍ତ ସହରରେ ଥିବା ଶୌଚାଳୟ ସାଧାରଣ ଲୋକ ମାଗଣାରେ ବ୍ୟବହାର କରିପାରିବେ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତ ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ଏ ନେଇ ଚିଠି କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମଧ୍ୟ ଏହି ନିୟମକୁ କଡାକଡି ପାଳନ କରାଯାଇଛି।
ପ୍ରକାଶଯେ, ବ୍ରହ୍ମପୁରରେ ବିଇଏମ୍‌ସିର ୧୨ ସୁଲଭ ଶାୈଚାଳୟ ରହିଛି। ଏଗୁଡିକର ରକ୍ଷଣାବେକ୍ଷଣ ଜାତୀୟ ସୁଲଭ ସୋସିଆଲ ସର୍ଭିସ ସଂସ୍ଥା ଅଧୀନରେ ରହିଛି। ଏଠାରେ ଗାଧୋଇବା ଲାଗି ୧୦ଟଙ୍କା ଓ ଶୌଚ ଲାଗି ୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଥି ନିମନ୍ତେ କାୈଣସି ଦେୟ ଦେବାକୁ ପଡିବ ନାହିଁ। ଏ ନେଇ ବିଇଏମ୍‌ସି ସାନିଟେଶନ ବିଭାଗ ପକ୍ଷରୁ ସମସ୍ତ ଶାୈଚାଳୟକୁ ଚିଠି କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିିଳିଛି। କିନ୍ତୁ ସହରର କାୈଣସି ଶାୈଚାଳୟ କାନ୍ଥରେ ଚିଠି ନ ଥିବା ଦେଖିବାକୁ ମିଳିଛି। ଯାହାଦ୍ୱାରା ବହୁ ଜନସାଧାରଣ ଏବେ ବି ଶାୈଚାଳୟ ବ୍ୟବହାର କରିବା ନିମନ୍ତେ ଦେୟ ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସହରର ପୁରୁୁଣା ବସ୍‌ଷ୍ଟାଣ୍ଡ ଶାୈଚାଳୟ ସବୁଠାରୁ ପୁରୁଣା। ଏହି ଶାୈଚାଳୟ ୧୯୮୬ରେ ନିର୍ମିତ ହୋଇଥିଲା। ଏଠାରେ ମହିଳା ଓ ପୁରୁଷଙ୍କୁ ମିଶାଇ ୧୫ କୋଠରି ରହିଛି। କିନ୍ତୁ ଏହି ଶାୈଚାଳୟଟି ପୁରୁଣା କାରଣରୁ ବର୍ତ୍ତମାନ କୋଠାର ପୁନରୁଦ୍ଧାର ଆବଶ୍ୟକତା ରହିଛି। ଏଥିସହ ଶାୈଚାଳୟରେ ରହିଥିବା ହାତ ଶୁଖାଇବା ମେଶିନ କାର୍ଯ୍ୟ କରୁ ନାହିଁ। ତତ୍‌ସହିତ ସ୍ବଚ୍ଛ ସର୍ବେକ୍ଷଣ ବାର୍ତ୍ତା ନେଇ ଶାୈଚାଳୟଟି ପରିଷ୍କାର ଅଛି କି ନାହିଁ ସେ ନେଇ ଏକ ମେଶିନ ଖଞ୍ଜାଯାଇଛି। କିନ୍ତୁ ତାହା ମଧ୍ୟ କାର୍ଯ୍ୟ କରୁ ନାହିଁ।
ଦାୟିତ୍ୱରେ ଥିବା କର୍ମଚାରୀ ଚନ୍ଦନ ଝା କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁ ମେଶିନ ୨ଟି ଖରାପ ହୋଇଯାଇଛି। ଏହାର ମରାମତି ନେଇ ସୁଲଭ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଅନ୍ୟପଟେ ବିଜିପୁର ପୋଖରୀ ନିକଟରେ ଥିବା ମହିଳା ଶାୈଚାଳୟ ସମ୍ପୂୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହା ପରିସରରେ ଥିବା ଅଫିସ ଭାଙ୍ଗିରୁଜି ଯାଇଛି। ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ମହିଳାମାନେ ଏହାକୁ ବ୍ୟବହାର କରୁନାହାନ୍ତି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନତା ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri