Categories: ଜାତୀୟ

କୃଷକ ଆନ୍ଦୋଳନ: ଧାରଣା ସ୍ଥଳରେ ପହଞ୍ଚିଲା ୨ଶହ ଟଏଲେଟ, ଗିଜର

ନୂଆଦିଲ୍ଲୀ,୨୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ୨୪ ଦିନ ହେବ ରାଜଧାନୀ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତକାକରରେ ଏମାନେ ପଡି ରହିଥିବା ବେଳେ ବିଭିନ୍ନ ଲୋକ ଏମାନଙ୍କୁ ସହାୟତା ଯୋଗାଇ ଦେଉଥିବା ଦେଖାଯାଇଛି । ଇତିମଧ୍ୟରେ ଆମେରିକାର ୨ ଶିଖ୍ ଏନ୍‌ଜିଓ ଟିକିରି ସୀମାରେ ଧାରଣାରେ ବସିଥିବା କୃଷକମାନଙ୍କ ପାଇଁ ୨ଶହ ପୋଟେବଲ ଟଏଲେଟ ଓ ଗିଜର ଦାନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ବିରୋଧ କରି ଏମାନେ ଧାରଣାରେ ବସିଥିବା ବେଳେ କେନ୍ଦ୍ର ସରକାରଙ୍କ ସହ ବହୁବାର କଥା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରି ନାହିଁ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ସାକ୍ଷାତ୍ କରିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ୨-୩ ଦିନ ମଧ୍ୟରେ ଏହାର ସମାଧାନ ହୋଇପାରେ । ତେବେ ଗତ ୨୪ ଦିନ ମଧ୍ୟରେ କୃଷକଙ୍କ ଭଲମନ୍ଦ ବୁଝିବାକୁ କେତେଜଣ ସେଲିବ୍ରିଟି ସେଠାରେ ପହଞ୍ଚିଥିବା ବେଳେ ଅନ୍ୟ ବଡ ବଡ ବ୍ୟକ୍ତି ବିଶେଷ ବି କୃଷକମାନଙ୍କୁ ସହଯୋଗ କରି ଆସୁଛନ୍ତି ।

Share