ଶୌଚ ସ୍ଥାନରେ ସାମଗ୍ରୀ

ଛେଣ୍ଡିପଦା,୧୦ା୭ (ସ୍ବ.ପ୍ର.) ସ୍ବଚ୍ଛ ଭାରତ ଯୋଜନାରେ ଗାଁ ଗାଁରେ ନିର୍ମାଣ ହେଉଛି ପାଇଖାନା। ଖୋଲାସ୍ଥାନ ପରିବର୍ତ୍ତେ ଶୌଚାଳୟରେ ଶୌଚ ହେବାକୁ କରାଯାଉଛି ସଚେତନ। ଶତପ୍ରତିଶତ ଲୋକେ ଏହାକୁ ପାଳନ କରିବା ପରେ ପ୍ରଶାସନ ଲଗାଉଛି ‘ବାହ୍ୟ ମଳମୁକ୍ତ ଗାଁ ’ ଫଳକ। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବହୁ ଗାଁ ରେ ଏହି ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ। କେଉଁ ହିତାଧିକାରୀଙ୍କ ନିକଟରେ ପାଇଖାନା ପହଞ୍ଚି ନାହିଁ ତ ଆଉ କିଏ ଅବ୍ୟବହୃତ ଶୌଚାଳୟରେ ରଖୁଛି ଘରକରଣା ସାମଗ୍ରୀ। ଅର୍ଦ୍ଧାଧିକ ପଞ୍ଚାୟତର ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ବେଳେ ପ୍ରଶାସନ ଫଳକରେ କରିଦେଇଛି ସ୍ବଚ୍ଛ ଘୋଷଣା।

ଛେଣ୍ଡିପଦା ବ୍ଲକରେ ରହିଛି ୩୪ଟି ପଞ୍ଚାୟତ। କୋଇଲା ଖଣି ସମସ୍ୟା ପାଇଁ ୪ଟି ପଞ୍ଚାୟତରେ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ। ବାକି ୩୦ଟିରେ ନିର୍ମାଣ କରାଯାଇଛି ପାଇଖାନା। ଏପରି କି ୨୫ଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ସ୍ବଚ୍ଛ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। କିନ୍ତୁ ବାସ୍ତବରେ ଏସବୁ ପଞ୍ଚାୟତ ଏବେ ବି ଅସ୍ବଚ୍ଛ ଅବସ୍ଥାରେ ଅଛି। ୧୨୦ଟି ଗ୍ରାମର ବହୁ ହିତାଧିକାରୀ ସ୍ବଚ୍ଛ ଭାରତ ଯୋଜନାରେ ଉପକୃତ ହୋଇପାରି ନାହାନ୍ତି। ଅନେକ ପାଇଖାନା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି। ବିଭାଗର କେତେଜଣ କର୍ମଚାରୀ ଓ ଠିକାଦାରଙ୍କ ସଲାସୁତୁରା ଯୋଗୁ ଏସବୁ ପଞ୍ଚାୟତରେ ଯୋଜନା ଏକପ୍ରକାର ବାଟବଣା ହୋଇଯାଇଛି। ଫଳରେ କେଉଁଠି ନିର୍ମାଣର ଏକ ମାସ ପରେ ପାଇଖାନା କାନ୍ଥ ଗଳି ପଡୁଛି ତ ଆଉ କେଉଁଠି ଏହା ବ୍ୟବହାର ଉପଯୋଗୀ ହୋଇପାରି ନାହିଁ। ସେହିପରି ସଚେତନତା ଅଭାବରୁ ଅନେକ ଲୋକ ଶୌଚାଳୟ ପାଇଥିଲେ ମଧ୍ୟ ବ୍ୟବହାର କରୁନାହାନ୍ତି। ବରସାହି ପଞ୍ଚାୟତ ଆଦିବାସୀ ବହୁଳ ଗୋଦରାସାହିକୁ ସ୍ବଚ୍ଛ କରିବାକୁ ଶୌଚାଳୟମାନ ନିର୍ମାଣ କରାଯାଇଛି। କିନ୍ତୁ ସେଠାରେ ଶୌଚ ହେବା ପରିବର୍ତ୍ତେ କେତେକ ପରିବାର ଘରକରଣା ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି। କେବଳ ଏହି ଆଦିବାସୀ ଲୋକ ନୁହନ୍ତି, ୨୫ଟି ପଞ୍ଚାୟତର ଅନେକ ଲୋକ ଏବେ ବି ବାହାରେ ମଳତ୍ୟାଗ କରୁଛନ୍ତି। ହେଲେ ଏ ଦିଗରେ ଲୋକଙ୍କୁ ସଚେତନ ନ କରି ପ୍ରଶାସନ ଗଁା ମୁଣ୍ଡରେ ସ୍ବଚ୍ଛ ଫଳକ ଲଗାଇ କାମ ସାରିଦେଉଥିବା ଅଭିଯୋଗ ହେଉଛି।

୬ ମାସ ହେଲା ଅର୍ଦ୍ଧନିର୍ମିତ
ବାହାଳସାହି ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ୩୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଥିବା ପାଇଖାନା ୬ ମାସ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ତେଣୁ ଲୋକେ ବାଧ୍ୟ ହୋଇ ଶୌଚ ହେବାକୁ ଖୋଲା ସ୍ଥାନକୁ ଯାଉଛନ୍ତି।
-ଦୁର୍ଗାଚରଣ ମହାପାତ୍ର, ବାହାଳସାହି

ଶୌଚାଳୟ ସୁବିଧା ମିଳୁନି
କୋଇଲା ଖଣି ସମସ୍ୟା ଯୋଗୁ ଶିମିଳିପାଳ ଗ୍ରାମରେ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଶୌଚାଳୟରେ ଶୌଚ ହେବାର ସୁବିଧା ଗ୍ରାମବାସୀଙ୍କୁ ମିଳିନି। ସେଥିପାଇଁ ସେମାନେ ଏକ କିଲୋମିଟର ଦୂର ବିଲ କିମ୍ବା ଖୋଲା ପଡ଼ିଆକୁ ଯାଉଛନ୍ତି। ସରକାରଙ୍କ ଉପେକ୍ଷା ଦୁଃଖ ଦେଉଛି। -ମୂଳି ପ୍ରଧାନ, ଶିମିଳିପାଳ

ନିର୍ମାଣକାର୍ଯ୍ୟ ନିମ୍ନମାନର
ଛେଣ୍ଡିପଦା ବ୍ଲକରେ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରିତା ନିମନ୍ତେ ପରିମଳ ବିଭାଗ ପକ୍ଷରୁ ମୋଟିଭେଟର ନିଯୁକ୍ତ କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ନିଜେ ଠିକାଦାର ସାଜି ନିମ୍ନମାନର କାର୍ଯ୍ୟ କରିଛନ୍ତି। ଫଳରେ ଉକ୍ତ ପାଇଖାନାଗୁଡିକ କିଛିଦିନ ପରେ ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ।
-ସୁଦୀପ କୁମାର ଗଡନାୟକ, ଜିଲା ଭାଜପା ସାଧାରଣ ସମ୍ପାଦକ

ଠିକାଦାରଙ୍କୁ ସୁଯୋଗ ମିଳିଯାଉଛି
ସରକାରୀ ଯୋଜନାରେ ମିଳିଥିବା ପାଇଖାନା କିପରି ନିର୍ମାଣ ହେବ ସେ ନେଇ ଲୋକଙ୍କୁ ସଚେତନ କରାଯାଉ ନାହିଁ। ଫଳରେ ଏହାର ସୁଯୋଗ ନେଉଛନ୍ତି ଠିକାଦାର। ଲୋକେ ଏହାର ତଦାରଖ କରୁ ନ ଥିବାରୁ ସେମାନେ ନିମ୍ନମାନର ନିର୍ମାଣ କରି ସରକାରୀ ଅର୍ଥ ଚଳୁ କରୁଛନ୍ତି। ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉ।
-କରୁଣାକର ବିଶ୍ୱାଳ, କାଠପାଳ

ସର୍ଭେ ସହ ସଚେତନ କରାଯିବ
ଯେଉଁ ହିତାଧିକାରୀମାନେ ପାଇଖାନା ପାଇନାହାନ୍ତି, ଆଉଥରେ ସର୍ଭେ କରାଯାଇ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ। ସେହିପରି ଶୌଚାଳୟ ପାଇଥିଲେ ମଧ୍ୟ ତାହାକୁ ବ୍ୟବହାର ନ କରି ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଏ ନେଇ ସଚେତନ କରାଯିବାର ବ୍ୟବସ୍ଥା ହେବ।
-ସଞ୍ଜୟ କୁମାର ଆଚାର୍ଯ୍ୟ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri