Posted inଫୁରସତ

ବିନା ପାଣିରେ ଟଏଲେଟ୍‌

ଓ୍ବାଶିଂଟନ: ଜଳର ଅପଚୟ ରୋକିବା ଏବଂ ଲୋକଙ୍କୁ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରିବା ପାଇଁ ଖୁବ୍‌ଶୀଘ୍ର ବିନା ପାଣିରେ ସ୍ବତନ୍ତ୍ର ପ୍ରକାର ଟଏଲେଟ ନିର୍ମାଣ ହେବାକୁ ଯାଉଛି। ବିଲ୍‌ ଗେଟ୍ସ ଏବଂ ସାମ୍‌ସଙ୍ଗ କମ୍ପାନୀ ମିଳିତ ଭାବେ ଏହି ପ୍ରୋଜେକ୍ଟରେ କାମ କରିଛନ୍ତି। ବିଲ୍‌ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍‌ ଟଏଲେଟ ପ୍ରୋଜେକ୍‌ ନେଇ ପ୍ରଥମେ ଯୋଜନା ପ୍ରସ୍ତୁତ କରିଥିବାବେଳେ ୨୦୧୧ରୁ ଏ ନେଇ କାମ ଆରମ୍ଭ ହୋଇଥିଲା।
ଏହି ବିଶେଷ ପ୍ରକାର ଟଏଲେଟରେ ପାଣି ବଦଳରେ ହିଟ୍‌ ଟ୍ରିଟ୍‌ମେଣ୍ଟ ସାଙ୍ଗକୁ ବାୟୋପ୍ରୋସେସିଂ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାଦ୍ୱାରା ମଳ ପୋଡ଼ି ଅଙ୍ଗାର ହୋଇଯିବା ସହ ମଳରେ ଥିବା ବ୍ୟାକ୍ଟେରିଆ ମରିଯିବେ। ବ୍ୟବହୃତ ଟେକ୍ନୋଲୋଜି ସାମ୍‌ସଙ୍ଗ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିକଶିତ ହୋଇଛି। ତରଳ ମଳ ପାଇଁ ଏହି ସ୍ବତନ୍ତ୍ର ପ୍ରକାର ଟଏଲେଟରେ ବାୟୋଲୋଜିକାଲ ପ୍ୟୁରିଫିକେଶନ୍‌ ପ୍ରଣାଳୀ ବ୍ୟବହାର କରାଯିବାକୁ ଥିବାବେଳେ କଠିନ ମଳକୁ ହାଇଡ୍ରେଟେଡ୍‌ କରାଯିବା ପରେ ଏହାକୁ ଶୁଖାଇ ଜାଳି ପାଉଁଶରେ ପରିବର୍ତ୍ତିତ କରାଯିବ।
ଏହି ଟଏଲେଟ ଦ୍ୱାରା ଲୋକଙ୍କୁ ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରାଯାଇ ପାରିବ ଏବଂ ଜଳ ଅପଚୟକୁ ମଧ୍ୟ ରୋକି ହେବ। ୧୫୯୬ରେ ସାର୍‌ ଜନ୍‌ ହାରିଙ୍ଗଟୋନ ଓ୍ବେଷ୍ଟନ୍‌ ଟଏଲେଟର ଉଦ୍ଭାବନ କରିଥିଲେ। ତା’ ପରଠାରୁ ଫ୍ଲସ୍‌ ଟଏଲେଟରେ ବିଶେଷ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ଏବଂ ୟୁନିସେଫ୍‌ର ସୂଚନାନୁସାରେ ବିଶ୍ୱରେ ୩.୬ ବିଲିୟନ୍‌ ଲୋକଙ୍କ ନିମ୍ନମାନର ପରିଚ୍ଛନ୍ନ ବ୍ୟବସ୍ଥା କାରଣରୁ ପ୍ରତିବର୍ଷ ୫ ବର୍ଷରୁ କମ୍‌ ୫ ଲକ୍ଷ ଶିଶୁ ପ୍ରାଣ ହରାଉଛନ୍ତି। ଶିଶୁ ମୃତ୍ୟୁର କାରଣ ଡାଇରିଆ, ବ୍ୟାକ୍ଟେରିଆ ଜନିତ ରୋଗ ସାଙ୍ଗକୁ ପରିଚ୍ଛନ୍ନତାର ଅଭାବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?