Posted inଫୁରସତ

ବିନା ପାଣିରେ ଟଏଲେଟ୍‌

ଓ୍ବାଶିଂଟନ: ଜଳର ଅପଚୟ ରୋକିବା ଏବଂ ଲୋକଙ୍କୁ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରିବା ପାଇଁ ଖୁବ୍‌ଶୀଘ୍ର ବିନା ପାଣିରେ ସ୍ବତନ୍ତ୍ର ପ୍ରକାର ଟଏଲେଟ ନିର୍ମାଣ ହେବାକୁ ଯାଉଛି। ବିଲ୍‌ ଗେଟ୍ସ ଏବଂ ସାମ୍‌ସଙ୍ଗ କମ୍ପାନୀ ମିଳିତ ଭାବେ ଏହି ପ୍ରୋଜେକ୍ଟରେ କାମ କରିଛନ୍ତି। ବିଲ୍‌ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍‌ ଟଏଲେଟ ପ୍ରୋଜେକ୍‌ ନେଇ ପ୍ରଥମେ ଯୋଜନା ପ୍ରସ୍ତୁତ କରିଥିବାବେଳେ ୨୦୧୧ରୁ ଏ ନେଇ କାମ ଆରମ୍ଭ ହୋଇଥିଲା।
ଏହି ବିଶେଷ ପ୍ରକାର ଟଏଲେଟରେ ପାଣି ବଦଳରେ ହିଟ୍‌ ଟ୍ରିଟ୍‌ମେଣ୍ଟ ସାଙ୍ଗକୁ ବାୟୋପ୍ରୋସେସିଂ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାଦ୍ୱାରା ମଳ ପୋଡ଼ି ଅଙ୍ଗାର ହୋଇଯିବା ସହ ମଳରେ ଥିବା ବ୍ୟାକ୍ଟେରିଆ ମରିଯିବେ। ବ୍ୟବହୃତ ଟେକ୍ନୋଲୋଜି ସାମ୍‌ସଙ୍ଗ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିକଶିତ ହୋଇଛି। ତରଳ ମଳ ପାଇଁ ଏହି ସ୍ବତନ୍ତ୍ର ପ୍ରକାର ଟଏଲେଟରେ ବାୟୋଲୋଜିକାଲ ପ୍ୟୁରିଫିକେଶନ୍‌ ପ୍ରଣାଳୀ ବ୍ୟବହାର କରାଯିବାକୁ ଥିବାବେଳେ କଠିନ ମଳକୁ ହାଇଡ୍ରେଟେଡ୍‌ କରାଯିବା ପରେ ଏହାକୁ ଶୁଖାଇ ଜାଳି ପାଉଁଶରେ ପରିବର୍ତ୍ତିତ କରାଯିବ।
ଏହି ଟଏଲେଟ ଦ୍ୱାରା ଲୋକଙ୍କୁ ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରାଯାଇ ପାରିବ ଏବଂ ଜଳ ଅପଚୟକୁ ମଧ୍ୟ ରୋକି ହେବ। ୧୫୯୬ରେ ସାର୍‌ ଜନ୍‌ ହାରିଙ୍ଗଟୋନ ଓ୍ବେଷ୍ଟନ୍‌ ଟଏଲେଟର ଉଦ୍ଭାବନ କରିଥିଲେ। ତା’ ପରଠାରୁ ଫ୍ଲସ୍‌ ଟଏଲେଟରେ ବିଶେଷ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ଏବଂ ୟୁନିସେଫ୍‌ର ସୂଚନାନୁସାରେ ବିଶ୍ୱରେ ୩.୬ ବିଲିୟନ୍‌ ଲୋକଙ୍କ ନିମ୍ନମାନର ପରିଚ୍ଛନ୍ନ ବ୍ୟବସ୍ଥା କାରଣରୁ ପ୍ରତିବର୍ଷ ୫ ବର୍ଷରୁ କମ୍‌ ୫ ଲକ୍ଷ ଶିଶୁ ପ୍ରାଣ ହରାଉଛନ୍ତି। ଶିଶୁ ମୃତ୍ୟୁର କାରଣ ଡାଇରିଆ, ବ୍ୟାକ୍ଟେରିଆ ଜନିତ ରୋଗ ସାଙ୍ଗକୁ ପରିଚ୍ଛନ୍ନତାର ଅଭାବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri